ETV Bharat / city

ହଟସ୍ପଟ ମୁହାଁ ରାଜଧାନୀ, ଦିନକୁ 500 ସଂକ୍ରମଣ - ଭୁବନେଶ୍ୱର ହଟସ୍ପଟ ମୁଁହା

ଭୁବନେଶ୍ୱରରେ ଦୈନିକ ସଂକ୍ରମଣ 500 ଉପରେ ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ । ଅଧିକ ପଢନ୍ତୁ...

ରାଜଧାନୀ ହଟସ୍ପଟ ମୁଁହା
ରାଜଧାନୀ ହଟସ୍ପଟ ମୁଁହା
author img

By

Published : Apr 24, 2021, 10:22 PM IST

ଭୁବନେଶ୍ବର: କୋରୋନା କବଳରେ ସାରା ଭୁବନେଶ୍ୱର । ଲଗାତାର 3 ଦିନ ହେବ ସଂକ୍ରମଣ 6 ହଜାର ଉପରେ ରହିଛି । ସହରାଞ୍ଚଳରେ ଆରମ୍ଭ ହୋଇଛି ସଟଡାଉନ । କୋରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଦୈନିକ ସଂକ୍ରମଣ 500 ଉପରେ ରହିଛି, ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ରାଜଧାନୀ ହଟସ୍ପଟ ମୁଁହା

ଟେଷ୍ଟିଙ୍ଗ ବଢାଯାଉଛି, rrt ଟିମ ବୃଦ୍ଧି କରାଯାଇ ଡାକ୍ତରଙ୍କ ଦ୍ୱାରା ଗୃହ ସଂଗରୋଧରେ ଥିବା ଆକ୍ରାନ୍ତଙ୍କ ଚିକିତ୍ସା, କୋଭିଡ ହସ୍ପିଟାଲ ଏବଂ ବେଡ଼ ସଂଖ୍ୟା ବୃଦ୍ଧି କରାଯାଇଛି । ଆମ୍ବୁଲାନ୍ସ ମଧ୍ୟ ବୃଦ୍ଧି କରାଯାଇଛି । ହେଲେ କରୋନାକୁ କାବୁ କରିବାରେ ସଫଳ ହେଉନି ବିଏମସି । ସଂକ୍ରମଣ ଏବେ ପ୍ରତି ୱାର୍ଡର ପାଚେରୀ ଡେଇ ପଶିଲାଣି କରୋନା । 67ଟି ୱାର୍ଡକୁ କରୋନା ଏବେ ଗ୍ରାସ କରିସାରିଲାଣି । ତେବେ ଏନେଇ କ’ଣ କହୁଛନ୍ତି ବିଏମସି ଏବଂ ସାଧାରଣ ଲୋକ ଆସନ୍ତୁ ଶୁଣିବା ।

ସେପଟେ କଟକଣା ଯେତେ କଡାକଡି ହେଉଛି, ସାଧାରଣ ଲୋକ ସେତେ ନିୟମକୁ ଅଣଦେଖା କରୁଛନ୍ତି । ବିଏମସି ପକ୍ଷରୁ ବିଭିନ୍ନ ହାଟ ବଜାରରେ ଅଧିକ ଗହଳିକୁ ଏଡ଼ାଇବା ପାଇଁ ଏନ୍ଫୋର୍ସମେଣ୍ଟ ଜାରି ରହିଛି, ଟେଷ୍ଟିଙ୍ଗକୁ ବୃଦ୍ଧି କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.