ଭୁବନେଶ୍ବର: ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଅନଲାଇନ ଓ ଅଫଲାଇନ କ୍ଲାସର ଆଟେଣ୍ଡାନ୍ସ ଦେବେ ଉଚ୍ଚ ମାଧ୍ୟମିକ ସ୍କୁଲ । ପିଲାଙ୍କ ଦୈନିକ ଉପସ୍ଥାନ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବା ନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ।
ଏହା ମଧ୍ୟ ପଢନ୍ତୁ:- ହାଇକୋର୍ଟରେ ସ୍କୁଲ୍ ଖୋଲିବା ପ୍ରସଙ୍ଗ: ୨ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ
ତେବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ କେତେ ପିଲା ଅନଲାଇନ ଓ ଅଫଲାଇନ କ୍ଲାସ ଆଟେଣ୍ଡ କରୁଛନ୍ତି ତାର ତଥ୍ୟ ଉଚ୍ଚ ମାଧ୍ୟମିକ ସ୍କୁଲ ଦେବେ ବୋଲି ଜଣାପଡିଛି । ଦୈନିକ ପିଲାଙ୍କ ଉପସ୍ଥାନ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବେ । ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ତେବେ ନିୟମିତ ଉପସ୍ଥାନ ତଥ୍ୟ ନଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ