ETV Bharat / city

ପିଏମ କିଷାନରେ ଓଡିଶାକୁ ମିଳିଛି କେତେ ? ହିସାବ ଦେଲେ ଧର୍ମେନ୍ଦ୍ର

author img

By

Published : Nov 23, 2020, 4:52 PM IST

ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଏମ କିଷାନରେ ଓଡିଶାକୁ କେତେ ମିଳିଛି ତାର ହିସାବ ଦେଇଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

ପିଏମ କିଷାନରେ ଓଡିଶାକୁ ମିଳିଛି କେତେ ? ହିସାବ ଦେଲେ ଧର୍ମେନ୍ଦ୍ର
ପିଏମ କିଷାନରେ ଓଡିଶାକୁ ମିଳିଛି କେତେ ? ହିସାବ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରରେ ଅନ୍ନଦାତାଙ୍କ ହାତମୁଠାକୁ ମଜବୁତ କରାଯାଇଥିବା କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରେ ଲେଖିଛନ୍ତି ଯେ ପୂର୍ବ ତୁଳନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ, ଫସଲ ବୀମା ଜରିଆରେ ମୋଟ ୬୦,୮୩୬.୯୭ କୋଟି ଟଙ୍କା ଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ସରକାର ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଚାଷୀଙ୍କୁ ସଶକ୍ତ କରିବା ପାଇଁ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଆମ ଚାଷୀମାନଙ୍କ ପାଇଁ ଚାଷର ସମ୍ଭାବ୍ୟ ବ୍ୟବହାରକୁ ବଢ଼ାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେହିପରି ଧର୍ମେନ୍ଦ୍ରଙ୍କ ସୂଚନା ଅନୁଯାୟୀ ୨୦୧୪ରେ ଧାନର ଏମଏସପି କ୍ୱିଂଟାଲ ପ୍ରତି ୧୩୬୦ ଟଙ୍କାରୁ ବୃଦ୍ଧି ପାଇ ୨୦୨୦-୨୧ ସୁଦ୍ଧା ୧୮୬୮ ଟଙ୍କାରେ ପହଞ୍ଚିଛି । ଗତ ୬ ବର୍ଷ ମଧ୍ୟରେ ଏମଏସପିର ଦ୍ରୁତ ବୃଦ୍ଧି ଚାଷୀ ମାନଙ୍କୁ ଅଧିକ ଲାଭ ଦେଇଛି । ସରକାର ୨୦୧୪-୧୫ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଚାଷୀଙ୍କ ଠାରୁ ଏମଏସପି ବାବଦରେ ଧାନ କିଣି ବ୍ୟାଙ୍କ୍ ଖାତାକୁ ସିଧାସଳଖ ୫୩, ୬୮୦.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

୨୦୧୬-୧୭ ଠାରୁ PMFBY ଅଧୀନରେ ଓଡ଼ିଶାର ୨୦.୯୪ ଲକ୍ଷ ଚାଷୀଙ୍କୁ ମୋଟ ୪,୪୨୪.୮୫ କୋଟି ଟଙ୍କା ଦିଆଯାଇଛି । ମୋଦି ସରକାର ଆମ ଅର୍ଥନୀତିର ମେରୁଦଣ୍ଡକୁ ସୁଦୃଢ଼ କରିବା ଏବଂ ଓଡ଼ିଶା ସମେତ ସମଗ୍ର ଦେଶର ଚାଷୀଙ୍କ କଲ୍ୟାଣ କରିବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.