ETV Bharat / city

ଟୀକା ନେଲେ ହୋଟେଲ ଓ ରେସ୍ତାେରାଁ କର୍ମଚାରୀ

ଭୁବନେଶ୍ୱର ମହାନଗର ନିଗମ ଓ ହାରୋର ମିଳିତ ସହଯୋଗରେ ୭ମ ବାଟାଲିଅନର ଉଚ୍ଚବିଦ୍ୟାଳୟ ଠାରେ ହୋଟେଲ ଓ ରେସ୍ତାେରାଁର କର୍ମଚାରୀଙ୍କୁ ଟିକା ଦିଆଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 10, 2021, 12:40 PM IST

ଟୀକା ନେଲେ ହୋଟେଲ ଓ ରେଷ୍ଟୁରାଣ୍ଟର କର୍ମଚାରୀ
ଟୀକା ନେଲେ ହୋଟେଲ ଓ ରେଷ୍ଟୁରାଣ୍ଟର କର୍ମଚାରୀ

ଭୁବନେଶ୍ବର: ରାଜ୍ୟରେ କୋରୋନାକୁ ମାତ ଦେବା ପାଇଁ ଟୀକାକରଣ ଅଭିଯାନ କରାଯାଉଛି । ଏହି ଟୀକାକରଣ ଅଭିଯାନ ଭୁବନେଶ୍ୱର ବି ଜାରି ରହିଥିବା ବେଳେ ଆଜି(ବୁଧବାର) ସ୍ୱତନ୍ତ୍ର କ୍ୟାମ୍ପରେ ହୋଟେଲ ଓ ରେସ୍ତାେରାଁର କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା । ଭୁବନେଶ୍ୱର ମହାନଗର ନିଗମ ଓ ହାରୋର ମିଳିତ ସହଯୋଗରେ ୭ମ ବାଟାଲିଅନର ଉଚ୍ଚବିଦ୍ୟାଳୟ ଠାରେ ଏହି ଟୀକାକରଣ କରାଯାଇଥିଲା । ସେ ରାଜ୍ୟ ହେଉ ଅବା ଦେଶ ଟୀକାକରଣରୁ କେହିବି ବଞ୍ଚିିତ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିବା ବେଳେ ଏଥିପାଇଁ ପ୍ରତି ଭାରତୀୟଙ୍କୁ ମାଗଣା ଟିକାର ବ୍ୟବସ୍ଥା କରାଯାଇଛି ।

ଟୀକା ନେଲେ ହୋଟେଲ ଓ ରେଷ୍ଟୁରାଣ୍ଟର କର୍ମଚାରୀ
ଟୀକା ନେଲେ ହୋଟେଲ ଓ ରେଷ୍ଟୁରାଣ୍ଟର କର୍ମଚାରୀ

ଏହାସହ ଲକଡାଉନ ପରେ ଯେତେବେଳେ ସବୁକିଛି ସାଧାରଣ ହେବ ସେତେବେଳେ ଟୀକାକରଣ ସବୁ ଶିଳ୍ପର କର୍ମଚାରୀମାନଙ୍କ ପାଇଁ ବାଧ୍ୟତାମୂଳକ ହୋଇଥିବାବେଳେ ଆଜି ୫୦୦ ହୋଟେଲ ଶିଳ୍ପର କର୍ମଚାରୀମାନଙ୍କୁ ଟୀକାକରଣ କରାଯାଇଛି । ଦୁଇଦିନିଆ ଏହି କାର୍ଯ୍ୟକ୍ରମରେ ୧୦୦ କର୍ମଚାରୀଙ୍କୁ ଟୀକା ଦେବାର ଯୋଜନା ଥିବା କହିଛନ୍ତି ହରର ସଦସ୍ୟ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.