ETV Bharat / city

ଜାଣନ୍ତୁ, ଓଡିଶା ବଜେଟର 80 ବର୍ଷର ଯାତ୍ରା ବିଷୟରେ...

author img

By

Published : Feb 15, 2020, 11:57 PM IST

ଆସନ୍ତା ଫେବୃଆରୀ 18ରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ । ଏହାକୁ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟ ଉପସ୍ଥାପନା ପୂର୍ବରୁ ଜାଣନ୍ତୁ ଓଡିଶା ବଜେଟର ଇତିହାସ ବିଷୟରେ...

history of odisha budget
ଓଡିଶା ବଜେଟର 80 ବର୍ଷର ଯାତ୍ରା

ଆସନ୍ତା ଫେବୃଆରୀ 18ରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ । ଏହାକୁ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟ ଉପସ୍ଥାପନା ପୂର୍ବରୁ ଆମେ ପ୍ରଥମେ ଓଡିଶା ବଜେଟର ଇତିହାସ ବିଷୟରେ ଅବଗତ ହେବା । 1936 ଏପ୍ରିଲ 4ରେ ଗଠିତ ହୋଇଥିବା ଓଡିଶା 1940 ଜୁଲାଇ 18ରେ ନିଜର ପ୍ରଥମ ବଜେଟ ମାନୁଆଲ ଉପସ୍ଥାପନା କରିଥିଲା । ସେ ସମୟରେ ଉଭୟ ଓଡିଶା ଓ ବିହାର ପାଇଁ ଏହି ବଜେଟ ପ୍ରସ୍ତୁତ କରାଯାଇଥିଲା । ପରେ ଭାରତ ସରକାର ଅଧିନିୟମ-1935 ଅନୁସାରେ ଦ୍ବିତୀୟ ବଜେଟରେ ପରିବର୍ତ୍ତନ ଅଣାଗଲା । ଏଥିରେ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ନିୟମ ସାମିଲ ରହିଲା । ଏହାସହ ଏହି ଅନୁଦାନକୁ ଗୁପ୍ତ ରଖାଗଲା । ଦ୍ବିତୀୟ ଥର ପାଇଁ ବଜେଟ 1958ରେ ରିଲିଜ କରାଗଲା ।

history of odisha budget
ଓଡିଶା ବଜେଟର 80 ବର୍ଷର ଯାତ୍ରା

ଏହାପରେ ତୃତୀୟ ବଜେଟ 1963 ମସିହା ନଭେମ୍ବର 8ରେ ଉପସ୍ଥାପନା କରାଗଲା । ଏହି ବଜେଟରେ ଦେଶର ଅର୍ଥ ବିଭାଗ ଅନୁସାରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଗଲା । 1950 ଜାନୁଆରୀ 26 ରେ ଭାରତୀୟ ସମ୍ବିଧାନ ବଳବତ୍ତୋର ହେବା ପରେ ରାଜ୍ୟରେ କୃଷି ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଗଲା ।

ପରେ 2004-05 ବଜେଟ ଉପସ୍ଥାପନ କରିଥିଲେ ତତ୍କାଳିନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ବେକାରୀ ସମସ୍ୟ ଦୂର କରିବା ପାଇଁ ସେ ଉପସ୍ଥାପନା କଲେ ସ୍ବ-ରୋଜଗାର ଯୋଜନା ।

ଏହାପରେ 2005-06 ରେ ମଧ୍ୟ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଦ୍ବାରା ହିଁ ବଜେଟ ଅଧିବେଶନ କରାଯାଇଥିଲା । ଏଥିରେ ମୁଖ୍ୟତଃ ସ୍ବାଧିନତା ସଂଗ୍ରାମୀଙ୍କ ପେନସନର 300ଟଙ୍କା ବୃଦ୍ଧି ଯୋଜନା କରାଗଲା । ଏହାସହ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ସହଯୋଗ କରିବା ସହ ବୃତ୍ତି ବ୍ୟବସ୍ଥା କରାଗଲା । ସେ ସମୟରେ ମହିଳା ସଶକ୍ତି କରଣ ନିମନ୍ତେ ‘ସ୍ବୟଂସିଦ୍ଧ’ ନାମରେ ଏକ ନୂତନ ଯୋଜନା ପ୍ରସ୍ତୁତ କରଗଲା । ଯାହା 8ଟି କେବିକେ ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର 36ଟି ବ୍ଲକରେ କାର୍ଯ୍ୟକାରୀ ହେଲା ।

ପରେ 2006 ଫେବୃଆରୀ 14ରେ ବିଧାନସଭାରେ ବଜେଟ ଉପସ୍ଥାପନା କରାଗଲା । ଏହି ବଜେଟରେ ରାଜ୍ୟର ଶିକ୍ଷା ଅନୁଷ୍ଠାନ ଉପରେ ଗୁରୁତ୍ବାରୋପ କରାଗଲା । ରାଜ୍ୟରେ ଥିବା ବଡ ବଡ ବିଶ୍ବବିଦ୍ୟାଳୟ ଯେପରିକି ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ, ଫକୀର ମୋହନ ବିଶ୍ବ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଓଡିଶା କୃଷି ଓ ବୈଷୟିକ, ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ପାଇଁ ପ୍ରାୟ 35 କୋଟି ବ୍ୟୟ ଅଟକଳ କରାଗଲା । ଏହାସହ ଶିଶୁ ମୃତ୍ୟୁ ହ୍ରାସ ମିଶନ ଜରିଆରେ ‘ନବଜ୍ୟୋତି’ ନାମରେ ଏକ ନୂଆ ଯୋଜନା ଆରମ୍ଭ କରାଗଲା ।

ଚତୁର୍ଥଥର ପାଇଁ 2007ରେ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ଏହି ମସିହାରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ତୃପ୍ତି ଯୋଜନା ଯୋଜନାରେ ପଞ୍ଚାୟତିରାଜ ବିଭାଗକୁ 1କୋଟିରୁ ସିଧା 45 କୋଟିର ବ୍ୟୟ ଅନୁଦାନ ଦିଆଗଲା । ଏହି ବର୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଅନଲାଇନ ପେନସନ ସୁବିଧା ଯୋଗାଇ ଦିଆଗଲା । ବିଜେଡି ସରକାର ଅଧିନରେ ଲଗାତାର ପଞ୍ଚମ ଥର ପାଇଁ ବଜେଟ ଉପସ୍ଥାପନା କରାଗଲା । କୃଷି ଓ କୃଷକର ବିକାଶ ପାଇଁ ନୂତନଭାବେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(RKVY)ରେ 100କୋଟି ଟଙ୍କାର ବ୍ୟୟ ବରଦା କରାଯାଇଥିଲା । ଏହାସହ ‘ଜୀବିକା’, ‘ଜଳନିଧି’ ଆଦି ଯୋଜନା କରାଗଲା ।

2012-13 ବଜେଟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରଙ୍କୁ ସାଇକେଲ ଯୋଗାଣ ପାଇଁ 45କୋଟିର ବ୍ୟୟ ଅନୁଦାନ କରାଗଲା । ଅନ୍ୟପକ୍ଷେ ଭୂମିହୀନ କୃଷି ଶ୍ରମିକଙ୍କର ଜୀବନ ବୀମା ପାଇଁ ‘ଆମ୍ ଆଦମୀ ବୀମା ଯୋଜନା’ ଅନ୍ତର୍ଗତ 5କୋଟି ଟଙ୍କା ବ୍ୟୟବରାଦ କରାଗଲା । ଏହାସହ ସମ୍ବଲପୁର ଓ ବଲାଙ୍ଗୀରଠାରେ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ(XIMB) ପ୍ରତିଷ୍ଠା ପାଇଁ 4କୋଟି ଟଙ୍କାର ବ୍ୟୟବରାଦ କରାଗଲା । ଭୁବନେଶ୍ବରରେ ଆଇଆଇଟି ଭିତ୍ତିଭୂମି ଉନ୍ନୟନ ପାଇଁ 12କୋଟି ।

2013ରେ ପ୍ରଥମଥର ଅର୍ଥମନ୍ତ୍ରୀ ଭାବରେ ବଜେଟ ଉପସ୍ଥାପନା କରିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଏହି ବଜେଟରେ ମୁଖ୍ୟତଃ କୃଷିକୁ ପ୍ରାଧାନ୍ୟ ଦିଆଗଲା । ଚିନି କଳକୁ ସହାୟତା, ବ୍ଲକ ସ୍ତରରେ ବଜାର ସ୍ଥଳୀ ପ୍ରତିଷ୍ଠା, ଶସ୍ୟ ବୀମା ଜନିତ କ୍ଷତିପୂରଣ ସହ ଜାତୀୟ କୃଷି ବୀମା ଯୋଜନା, ସଂଶୋଧିତ ଜାତୀୟ କୃଷି ବୀମା ଯୋଜନା ଆଦିକୁ ଧ୍ୟାନ ଦିଆଗଲା । ଏହାପରେ 2014 ସାଧାରଣ ନିର୍ବାଚନ ପରେ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଜେଟ ଉପସ୍ଥାପନା କରିଥିଲେ । ଏହି ବଜେଟରେ ସମ୍ବଲପୁରରେ ଦ୍ବିତୀୟ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ 25କୋଟି ବ୍ୟୟ ଅଟକଳ କରାଯାଇଥିଲା । ପରେ 2018ରେ ଶଶୀଭୂଷଣ ବେହେରା ବଜେଟ ଉପସ୍ଥାପନା କଲେ । ଏଥିରେ ମୁଖ୍ୟମନ୍ତ୍ରୀ 3T ଯୋଜନା ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ । ଏଥିରେ ଦେଶର ପ୍ରଥମ ରାଜ୍ୟ ଭାବେ ଗ୍ରୀନ କ୍ଲାଇମେଟ ଫଣ୍ଡ(GCF) ଅନ୍ତର୍ଗତ ଗୋଷ୍ଠୀ ପୋଖରି ମଧ୍ୟରେ ଭୂତଳ ଜଳ ପୁନଃସଂରକ୍ଷଣ ନାମରେ ଏକ ପରିଯୋଜନା ହାତକୁ ନିଆଗଲା । ଏହାସହ ସମସ୍ତ କିଷାନ କ୍ରେଡିଟ କାର୍ଡକୁ ରୁ-ପେ କିଷାନ କାର୍ଡରେ ପରିବର୍ତ୍ତନ କରିବା ନିମନ୍ତେ ପଦକ୍ଷେପ ନେଇଥିଲେ ।

ତେବେ ଗତ ଆର୍ଥିକ ବର୍ଷରେ ରାଜ୍ୟର ସବୁଠାରୁ ବଡ ଯୋଜନା ‘କାଳିଆ’କୁ ଉପସ୍ଥାପନା କରାଯାଇଥିଲା । ଏହାସହ 3ଟି ମେଡିକାଲ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି କରିବା ସହ 4ଟି ନୂତନ ସରକାରୀ ମେଡିକାଲ କଲେଜ ସ୍ଥାପନା କରିଥିବା କଥା କହିଥିଲେ । ଏହାସହ ମହିଳା ସଶକ୍ତି କରଣ ପାଇଁ ରିଭଲଭିଂ ଫଣ୍ଡ ଯୋଗାଇ ଦିଆଯିବା ସହ ପସନ୍ଦର ସ୍ମାର୍ଟଫୋନ ଯୋଗାଇ ଦେବାକୁ ମଧ୍ୟ କୁହାଯାଇଥିଲା ।

ପ୍ରଥମ ବଜେଟ(1936-37)ରେ 50 ଲକ୍ଷ ଟଙ୍କା ଅନୁଦାନଠାରୁ ଆରମ୍ଭ କରି ଗତ ବର୍ଷ(2019-20)ରେ 1 ଲକ୍ଷ 32 ହଜାର 6 ଶହ 60କୋଟି ଟଙ୍କାର ଅନୁଦାନ । ଏମଧ୍ୟରେ ଓଡିଶାରେ ଅର୍ଥ ବିନିଯୋଗର ମାତ୍ରା ବୃଦ୍ଧି ପାଇଛି ଓ ଦରଦାମରେ ଢେର ଗୁଣା ବୃଦ୍ଧି ହୋଇଛି । ଏହାସହ ଓଡିଶାର ବିକାଶର ମାତ୍ରା ମଧ୍ୟ କାଫି ବଢିଛି । ଏ ଉପଲକ୍ଷେ 2018ରେ ଓଡିଶା ସରକାର ଦୀର୍ଘ 80 ବର୍ଷ ବଜେଟକୁ ନେଇ ଏକ ବହି ରିଲିଜ କରିଥିଲେ । 2036 ସୁଦ୍ଧା ରାଜ୍ୟବାସୀଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସୁବିଧାସୁଯୋଗ ଯୋଗାଇଦେବାକୁ ସରକାର ବଦ୍ଧପରିକର । ସମାଜର ସବୁ ବର୍ଗର ଲୋକଙ୍କ ସର୍ବାଙ୍ଗ ଉନ୍ନତି କରାଯିବ । ଲୋକଙ୍କୁ ସହଜରେ ବଜେଟ ବୁଝାଇବା ପାଇଁ ଓପନ୍ ବଜେଟିଂ ପ୍ରୋସେସର ସୁବିଧା ମଧ୍ୟ କରାଯାଇଛି । ଏହାସହ ଗ୍ରାମ୍ୟାଞ୍ଚଳର ଉନ୍ନତିକରଣ ପାଇଁ ସେମାନଙ୍କୁ ଆବାସ ଯୋଗାଇଦେବାକୁ ମଧ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ତେବେ ଚଳିତ ବଜେଟରେ ସାଧାରଣ ଜନତା ପାଇଁ ସରକାର କେଉଁ ପେଡି ଖୋଲିବେ ତାହା ଦେଖିବା ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.