ETV Bharat / city

ଆଜି ଖୋଲିଲା କଲେଜ: ପରିଦର୍ଶନ କରି ତଦାରଖ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

author img

By

Published : Jan 11, 2021, 3:45 PM IST

Updated : Jan 11, 2021, 7:39 PM IST

କୋରୋନା ମହାମାରୀ ପରେ ଦୀର୍ଘ 10 ମାସ ପରେ ଆଜି ଖୋଲିଛି ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ । କୋରୋନା ମଧ୍ୟରେ କିଭଳି ଚଲାଛି ଶିକ୍ଷା ବ୍ୟବସ୍ଥା ସେନେଇ ତଦାରଖ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ...

higher education minister arun sahu visit college over covid19
ଆଜି ଖୋଲିଲା କଲେଜ: ପରିଦର୍ଶନ କରି ତଦାରଖ କଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ବର: କଲେଜ ପରିଦର୍ଶନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ। କ୍ୟାମ୍ପସ ବୁଲି ସ୍ଥିତି ପରଖିଲେ। ଆଜି ଖୋଲିଛି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ। କୋଭିଡ 19 କଟକଣା ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କଲେଜ ପରିଦର୍ଶନ କରିଛନ୍ତି।

ଦୀର୍ଘ 10 ମାସ ପରେ ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଖୋଲିଛି। ଏନେଇ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଭୁବନେଶ୍ବରର ରାଜଧାନୀ କଲେଜରେ କିଭଳି ଭାବରେ ପ୍ରସ୍ତୁତ କରାଯାଇଛି ଏନେଇ କଲେଜ ଗସ୍ତ କରିଛନ୍ତି। ପ୍ରତ୍ୟେକ କ୍ଳାସରୁମ ପିଲାଙ୍କ ମତାମତ ବିନିମୟ କରିବା ସହ କ୍ୟାମ୍ପସ ବୁଲି ଦେଖିଛନ୍ତି। କୋଭିଡ 19 କଟକଣା ଠିକ ଭାବରେ ପାଳନ କରାଯାଉଛି କି ନାହିଁ ଓ ପିଲାଙ୍କ ପାଠପଢ଼ା ବିଷୟରେ ପଚାରି ବୁଝିଛନ୍ତି ମନ୍ତ୍ରୀ।

ଆଜି ଖୋଲିଲା କଲେଜ: ପରିଦର୍ଶନ କରି ତଦାରଖ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ସୂଚନା ଅନୁଯାୟୀ, ଆଜି ଠାରୁ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିଛି। ମାର୍ଚ୍ଚ 16 ରୁ 31 ଯାଏଁ ହେବ ୟୁଜି ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ। ଶେଷ ବର୍ଷର ପରୀକ୍ଷା ଜୁନ 16 ରୁ 30 ରେ ହେବ। ବାର୍ଷିକ ପରୀକ୍ଷା ଜୁନ 11 ରୁ 30 ମଧ୍ୟରେ ହେବ। ୟୁଜିସି ଗାଇଡ଼ଲାଇନ ଅନୁସାରେ ସମସ୍ତ ପରୀକ୍ଷା କରାଯିବ ପାଇଁ ବ୍ୟବସ୍ଥା କରାଯାଉଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Jan 11, 2021, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.