ETV Bharat / city

ଗଣଦୁଷ୍କର୍ମ ପୀଡିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଓଡିଶା ହାଇକୋର୍ଟ

ଗର୍ଭବତୀ ଥିବା ୨୦ ବର୍ଷିଆ ଗଣଦୁଷ୍କର୍ମ ପୀଡିତା ଯୁବତୀଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

HighCourt
HighCourt
author img

By

Published : Nov 17, 2021, 8:50 PM IST

କଟକ: ଗର୍ଭବତୀ ଥିବା ୨୦ ବର୍ଷିଆ ଗଣଦୁଷ୍କର୍ମ ପୀଡିତା ଯୁବତୀଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏହା ସହ ସଂପୃକ୍ତ ଯୁବତୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

HighCourt
ଗଣଦୁଷ୍କର୍ମ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏତତ ବ୍ୟତୀତ ଅନ୍ତଃସତ୍ତ୍ବା ଯୁବତୀ ଯେଭଳି ଉତ୍ତମ ଚିକିତ୍ସା ସହ ପ୍ରସବ କରିବେ ସେଥିପାଇଁ କଟକ ଜିଲ୍ଲାପାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଖାଲି ଏତିକି ନୁହେଁ ଏହି ଘଟଣାର ଶୁଣାଣି କରୁଥିବା ଅଦାଲତ ଯାହା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେବେ ତାହା ବ୍ୟତୀତ ହାଇକୋର୍ଟ ଦେଇଥିବା ୧୦ ଲକ୍ଷ ଚଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନସେବା ପ୍ରାଧିକରଣ ମାଧ୍ୟମରେ ଏହି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ୧୪ ତାରିଖରେ କଟକ ଜିଲାର ଏକ ଅଞ୍ଚଳରେ ଘଟିଥିଲା ଏହି ଗଣ ଦୁଷ୍କର୍ମ ଘଟଣା। ଯୁବତୀ ଜଣଙ୍କ ନିଜ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତ ଯୁବତୀଙ୍କୁ ନିକଟସ୍ଥ ସ୍କୁଲରେ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଯୁବତୀ ଜଣଙ୍କ ନିଜ ବାପାଙ୍କୁ ଘଟଣା ସମ୍ପର୍କରେ କହିବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା ।

କିନ୍ତୁ ପୋଲିସ ଗର୍ଭ ପରୀକ୍ଷା କରାଇବା କିମ୍ବା ଆଇନସେବା ପ୍ରାଧିକରଣର ସାହାଯ୍ୟ ନେବାକୁ ପରାମର୍ଶ ଦେଇ ନଥିଲେ । କୌଣସି ଦୁଷ୍କର୍ମ ପିଡିତା ଆସିଲେ ପୋଲିସ ପ୍ରଥମେ ଏହି ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗର୍ଭପାତ କରାଇବାକୁ ମାମଲା ପ୍ରଥମେ ନିମ୍ନ ଅଦାଲତ ଓ ପରେ ହାଇକୋର୍ଟରେ ପହଞ୍ଚିଥିଲା। ହେଲେ ପୀଡିତା ଜଣକ ଏବେ ୨୬ ସପ୍ତାହର ଗର୍ଭ ଧାରଣ କରିଥିବାରୁ ଗର୍ଭପାତ କଲେ ପୀଡିତାଙ୍କ ଜୀଵନ ପ୍ରତି ବିପଦ ଥିବା ମେଡିକାଲ ଟିମ ପରାମର୍ଶ ଦେଇଥିଲେ। ତେଣୁ ସୁରକ୍ଷିତ ପ୍ରସବ କରାଇବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେବକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ସଂଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.