ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ, କଡାକଡି ସୁରକ୍ଷା ବ୍ୟବସ୍ଥା - cm

ମୁଖ୍ଯମନ୍ତ୍ରୀଙ୍କ ସମେତ ନୂଆ ମନ୍ତ୍ରୀମଣ୍ଡଳର ସଦସ୍ଯ ମଧ୍ଯ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରାକ ପ୍ରସ୍ତୁତି ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ ସମାରୋହ । ଯାହାକୁ ନେଇ ଶପଥ ଗ୍ରହଣର ୨୪ ଘଣ୍ଟା ପୂର୍ବରୁ କଡାକଡି ହୋଇଛି ସୁରକ୍ଷା ବ୍ଯବସ୍ଥା।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 29, 2019, 12:01 AM IST

ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) ଶପଥଗ୍ରହଣ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇ ସିକ୍ୟୁରିଟି ଜୋନରେ ପ୍ରଦର୍ଶନୀ ପଡିଆରେ ମୁଖ୍ଯମନ୍ତ୍ରୀ ନେବେ ଶପଥ । ୫ମ ଥର ପାଇଁ ମୁଖ୍ଯମନ୍ତ୍ରୀ ଭାବେ ଦାୟିତ୍ବ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ତେବେ ମୁଖ୍ଯମନ୍ତ୍ରୀଙ୍କ ସମେତ ନୂଆ ମନ୍ତ୍ରୀମଣ୍ଡଳର ସଦସ୍ଯ ମଧ୍ଯ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରାକ ପ୍ରସ୍ତୁତି ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ଶପଥ ଗ୍ରହଣ ଉତ୍ସବ ସମାରୋହ । ଯାହାକୁ ନେଇ ଶପଥ ଗ୍ରହଣର ୨୪ ଘଣ୍ଟା ପୂର୍ବରୁ କଡାକଡି ହୋଇଛି ସୁରକ୍ଷା ବ୍ଯବସ୍ଥା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ତେବେ ପଡିଆର ପ୍ରବେଶ ପାଇଁ ୩ଟି ଦ୍ବାର କରାଯାଇଛି । ମେଟାଲ ଡିଟେକ୍ଟର ଜରିଆରେ ତନ୍ନ ତନ୍ନ ହେଉଛି ପଡିଆ ଓ ସଭାସ୍ଥଳର ସୁରକ୍ଷା ଯାଞ୍ଚ କରାଯାଉଛି । ଏହାସହ ଡଗ ସ୍କ୍ବାଡ ଓ ବମସ୍କ୍ବାଡ ଟିମ ମଧ୍ଯ ପ୍ରଦର୍ଶନୀ ପଡିଆରେ ପ୍ରସ୍ତୁତ ରହିଛନ୍ତି ।

ସୁରକ୍ଷା ଓ ଟ୍ରାଫିକ ପରିଚାଳନା ଦୃଷ୍ଟିରୁ ନିୟୋଜିତ ହୋଇଛନ୍ତି ୨୫ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଶପଥ ଗ୍ରହଣ ଉତ୍ସବ ପ୍ରଦର୍ଶନୀ ପଡିଆ। ୧୦୦ମିଟର ରାଡିୟସ ଭିତରେ ସିସିଟିଭି ନଜରରେ ରହିଛି ଗ୍ରାଉଣ୍ଡ । ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମରୁ ପରିଚାଳିତ ହେଉଛି ସୁରକ୍ଷା ବ୍ଯବସ୍ଥା।

ବିଶେଷ କରି ଆମନ୍ତ୍ରିତ ଅତିଥିଙ୍କ ସୁରକ୍ଷା ସହ ସୁବ୍ଯବସ୍ଥିତ ଆୟୋଜନକୁ ଦୃଷ୍ଟିରେ ରଖାଯାଇଛି ।

ଏଠାରେ ସୂଚନାଯୋଗ୍ୟ, ଏହି ଶପଥ ଉତ୍ସବରେ ମୁଖ୍ଯମନ୍ତ୍ରୀଙ୍କ ସହ ରାଜ୍ଯପାଳ ଓ ଭିଆଇପି ଓ ଭିଭିଆଇପି ମଧ୍ଯ ଉପସ୍ଥିତ ରହିବେ । ମୋଟାମୋଟି ପଡିଆର ଚାରିପାର୍ଶ୍ବରେ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ସହ ପ୍ରଦର୍ଶନୀ ପଡିଆକୁ ସୁରକ୍ଷା ଦାୟିତ୍ବ ପୋଲିସ ହେପାଜତକୁ ନିଆଯାଇଛି ।

ତେବେ ୧୦ଟା ୩୦ରେ ଶପଥ ଗ୍ରହଣ କାର୍ଯକ୍ରମ ରହିଛି । ଶପଥ ପାଠର ୨ଘଣ୍ଟା ପୂର୍ବରୁ ୪ ଘଣ୍ଟା ପାଇଁ ମଧୁସୂଦନ ମାର୍ଗର ସାଧାରଣ ଲୋକଙ୍କ ଯିବା ଆସିବା ପାଇଁ ବନ୍ଦ ରହିବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ରାଜ୍ଯବାସିଙ୍କ ଅପେକ୍ଷା ମୁଖ୍ଯମନ୍ତ୍ରୀଙ୍କ ଶପଥପାଠ,
ହାଇ ସିକୁରିଟ ଜୋନରେ ପ୍ରଦର୍ଷନି ପଡିଆ

ବୁଧବାର ମୁଖ୍ଯମନ୍ତ୍ରୀ ନେବେ ଶପଥ । ୫ମ ଥର ପାଇଁ ମୁଖ୍ଯମନ୍ତ୍ରୀ ଭାବେ ଦାୟିତ୍ବ ନେବେ ଲିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ଯାହାକୁ ନେଇ ରାଜ୍ଯବାସିଙ୍କ ଅପେକ୍ଷା।ମୁଖ୍ଯମନ୍ତ୍ରୀଙ୍କ ସମେତ ନୁଆ ମନ୍ତ୍ରୀମଣ୍ଡଳର ସଦସ୍ଯ ମାନେ ମଧ୍ଯ ଶପଥ ଗ୍ରହଣ କରିବେ। ଏଥିପାଇଁ ପ୍ରାକ ପ୍ରସ୍ତୁତି ପ୍ରଦର୍ଷନି ପଡିଆରେ ଆୟୋଜିତ ହୋଇଛି ଶପଥ ଗ୍ରହଣ ଉତ୍ସବ ସମାରୋହ। ଯାହାକୁ ନେଇ ଶପଥ ଗ୍ରହଣର ୨୪ ଘଣ୍ଟା ପୁର୍ବରୁ କଡାକଡି ହୋଇଛି ସୁରକ୍ଷା ବ୍ଯବସ୍ଥା।ପଡିଆର ପ୍ରବେଶ ୩ଟି ଦ୍ବାରରେ କଡା ଯାଂଚ। ମେଟାଲ ଡିଟେକ୍ଟର ଜରିଆରେ ତନ ତନ ହେଉଛି ପଡିଆ ଓ ସଭାସ୍ଥଳର ସୁରକ୍ଷା ଯାଂଚ। ଏଥି ସହ ଡଗ ସ୍କ୍ବାଡ ଓ ବମସ୍କ୍ବାଡ ଟିମ ମଧ୍ଯ ପ୍ରଦର୍ଶନି ପଡିଆରେ ତୟାର। ସୁରକ୍ଷା ଓ ଟ୍ରାଫିକ ପରିଚାଳନା ଦୃଷ୍ଟିରୁ ନିୟୋଜିତ ହୋଇଛନ୍ତି ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ତ୍ରିସ୍ତରିୟ ସୁରକ୍ଷା ବଳୟରେ ଶପଥ ଗ୍ରହଣ ଉତ୍ସବ ପ୍ରଦର୍ଶନି ପଡିଆ।୧୦୦ମିଟର ରାଡିୟସ ଭିତରେ ସିସିଟିଭି ନଜରରେ ଗ୍ରାଉଣ୍ଡ। ଅସ୍ଥାୟିମ
ପୋଲିସ କଣ୍ଟ୍ରୋଲ ରମୁରୁ ପରିଚାଳିତ ହେଉଛି ସୁରକ୍ଷା ବ୍ଯବସ୍ଥା। ବିଶେଷ କରି ଆମନ୍ତ୍ରିତ ଅତିଥିଙ୍କ ସୁରକ୍ଷା ସହ ସୁବ୍ଯବସ୍ଥିତ ଆୟୋଜନ କୁ ଦୃଷ୍ଟିରେ ରଖାଯାଇଛି।ମୁଖ୍ଯମନ୍ତ୍ରୀଙ୍କ ସହ ରାଜ୍ଯପାଳ ଓ ଭିଆପି ଓ ଭିଭିଆପି ମଧ୍ଯ ଉପସ୍ଥିତ ରହିବେ।ମୋଟାମୋଟି ପଡିଆର ଚାରିପାର୍ଶରେ ବନ୍ଧୁକ ଧାରି ସୁରକ୍ଷାକର୍ମିଙ୍କ ସହ ପ୍ରଦର୍ଶନିପଡିଆକୁ ସୁରକ୍ଷା ଦାୟିତ୍ବ ପୋଲିସ ହେପାଜତକୁ ନିଆଯାଇଛି।ତେବେ ୧୦ଟା ୩୦ରେ ଶପଥ ଗ୍ରହଣ କାର୍ଯକ୍ରମ ରହିଛି।ଶପଥ ପାଠର ୨ଘଣ୍ଟା ପୁର୍ବରୁ ୪ ଘଣ୍ଟା ପାଇଁ ମଧୁସୁଦନ ମାର୍ଗର ସାଧାରଣ ଲୋକଙ୍କ ଯିବା ଆସିବା ପାଇଁ ବନ୍ଦ ରହିବ।

ବାଇଟ-ରାଜେନ୍ଦ୍ର ପ୍ରସାଦ ଶର୍ମା,ପୋଲିସ ଡିଜି 
Byte by whatsapp

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.