ETV Bharat / city

ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡିଲା କଂଗ୍ରେସ, ଉଚ୍ଚସ୍ତରୀୟ ବୈଠକରେ ରଣନୀତି ପ୍ରସ୍ତୁତ - ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସର ପ୍ରସ୍ତୁତି ଆରମ୍ଭ । କଂଗ୍ରେସ ଭବନରେ PCC ସଭାପତିଙ୍କ ନେତୃତ୍ବରେ ରଣନୀତି ପ୍ରସ୍ତୁତ କଲେ ୩୩ ସାଙ୍ଗଠନିକ ସଭାପତି । ଆସିଲେ ନାହିଁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ । ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନକୁ ନେଇ ଅଣ୍ଟା ଭିଡିଲା କଂଗ୍ରେସ, ପିସିସି ସଭାପତିଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ବୈଠକ

author img

By

Published : Aug 23, 2021, 5:01 PM IST

ଭୁବନେଶ୍ବର: ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଶାସକ ବିଜେଡି ଓ ବିଜେପି ନିଜର ସଜବାଜ ଆରମ୍ଭ କରି ସାରିଥିବାବେଳେ ଆଜି ଲଢେଇ ପାଇଁ ଅଣ୍ଟା କଂଗ୍ରେସ। ଏନେଇ ଭୁବନେଶ୍ବରରେ କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆଗକୁ କିଭଳି ପଞ୍ଚାୟତରେ ତୃଣମୂଳ ସ୍ତରରୁ ଦଳର ସ୍ଥାୟିତ୍ବ ଜାହିର କରାଯିବ ସେ ନେଇ ସୋମବାର କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ସମସ୍ତ ସାଙ୍ଗଠନିକ ଜିଲ୍ଲାର ସଭାପତି ଓ ନେତୃବୃନ୍ଦ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି ।

ପଞ୍ଚାୟତ ନିର୍ବାଚନକୁ ନେଇ ଅଣ୍ଟା ଭିଡିଲା କଂଗ୍ରେସ, ପିସିସି ସଭାପତିଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ବୈଠକ

ଆସନ୍ତା ୩୧ ତାରିଖରେ ଓଡିଶା ଆସିବେ ପ୍ରଭାରୀ ଚେଲା କୁମାର । ତେବେ ପ୍ରଭାରୀଙ୍କ ଗସ୍ତ ପୂର୍ବରୁ ଏକ ଉଚ୍ଚସ୍ତରୀୟ ବୈଠକ କରି ଦାୟିତ୍ବ ବାଣ୍ଟିଛି ଦଳ । ଦଳରେ ବିଭିନ୍ନ ନେତାଙ୍କ ମଧ୍ୟରେ ଥିବା ମତଭେଦ ଓ ବୟାନ ବାଜିରୁ ନିବୃତ ରହିବା ପାଇଁ ମଧ୍ୟ ବୈଠକରେ ଅନୁରୋଧ କରାଯାଇଛି ।

ସେପଟେ କଂଗ୍ରେସ ଭବନରେ ୩୩ଟି ସାଙ୍ଗଠନିକ ଜିଲ୍ଲା ସଭାପତିମାନେ ବୈଠକରେ ଯୋଗ ଦେଇଥିବାବେଳେ କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଆଜିର ବୈଠକକୁ ବର୍ଜନ କରିଛନ୍ତି । କୋରାପୁଟ ଜିଲ୍ଲାର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ଧାରଣ କରିଥିବାର ଚିତ୍ର ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହୋଇଛି । ଜିଲ୍ଲା ସଭାପତିଙ୍କ ସ୍ବାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଖୋଲାଖୋଲି PCC ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗତ କିଛି ଦିନ ହେବ ଟାର୍ଗେଟ କରିଆସୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.