ETV Bharat / city

ଭୁବନେଶ୍ବର ବିମାନ ବନ୍ଦରରେ ହାଇଆର୍ଲଟ, ସୁରକ୍ଷା କଡାକଡି

ପୂର୍ବାପେକ୍ଷା ବିମାନ ବନ୍ଦରରେ ଆହୁରି ସୁରକ୍ଷା କଡାକଡି କରାଯାଇଛି । ବିମାନ ବନ୍ଦରର ସମସ୍ତ ସ୍ଥାନରେ ଲାଗିଥିବା ସିସିଟିଭି ଜରିଆରେ ଉଭୟ ଡୋମେଷ୍ଟିକ ଓ ଇଣ୍ଟରନ୍ୟାସନାଲ ଟର୍ମିନାଲ ଉପରେ କଡା ନଜର ରଖାଯାଇଥିବା କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ।

author img

By

Published : Feb 24, 2019, 11:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏୟାର ଇଣ୍ଡିଆ ବିମାନ ଅପହରଣ ଧମକ ପରେ ଦେଶର ସମସ୍ତ ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି । ଏ ନେଇ ମଧ୍ୟ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର (ବିପିଆଇଏ) ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିମାନ ବନ୍ଦରର ୱାଚ ଟାୱାରରେ ସୁରକ୍ଷା କର୍ମୀ ତୀକ୍ଷ୍ନ ନଜର ରଖିଛନ୍ତି । ଏହାସହ ଏୟାରପୋର୍ଟରେ ସମସ୍ତ ଯାତ୍ରୀଙ୍କୁ କଡା ଯାଞ୍ଚ କରାଯାଇ ବିମାନ ବନ୍ଦର ଭିତରକୁ ଛଡା ଯାଉଛି ।

ପ୍ରକାଶ ଯେ, ଡଗ ସ୍କ୍ବାର୍ଡ ଓ ମେଟାଲ ଡିଟେକ୍ଟର ଜରିଆରେ ଯାଞ୍ଚ କରାଯାଉଛି । ବିମାନ ବନ୍ଦର କର୍ମଚାରୀଙ୍କୁ ମଧ୍ୟ କଡା ଯାଞ୍ଚ କରାଯାଇ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । କୌଣସି ଅଘଟଣ ନ ଘଟେ ସେଥିପ୍ରତି ଅତ୍ୟଧିକ ସତର୍କତା ଗ୍ରହଣ କରାଯାଇଛି । ସେ ନେଇ ସିଆଇଏସଫ ଯବାନ ଓ କର୍ମଚାରୀ କଡା ନଜର ରଖିଛନ୍ତି ।

ପୂର୍ବାପେକ୍ଷା ବିମାନ ବନ୍ଦରରେ ଆହୁରି ସୁରକ୍ଷା କଡାକଡି କରାଯାଇଛି । ବିମାନ ବନ୍ଦରର ସମସ୍ତ ସ୍ଥାନରେ ଲାଗିଥିବା ସିସିଟିଭି ଜରିଆରେ ଉଭୟ ଡୋମେଷ୍ଟିକ ଓ ଇଣ୍ଟରନ୍ୟାସନାଲ ଟର୍ମିନାଲ ଉପରେ କଡା ନଜର ରଖାଯାଇଥିବା କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.