ETV Bharat / city

ବେପରୁଆ ଭୁବନେଶ୍ବର ଟ୍ରାଫିକ ପୋଲିସ, ଦ୍ରୁତଗତିରେ ସହରରେ ବୁଲୁଛି ଭାରିଯାନ - ରାଜଧାନୀରେ ବୁଲୁଛି ଭାରୀଯାନ

ରାଜଧାନୀରେ ନିୟମକୁ ଫୁ, ଦିନରେ ହାଇପ୍ରଫାଇଲ ଅଞ୍ଚଳରେ ଚଳାଚଳ କରୁଛି ଭାରୀଯାନ । ତାହା ପୁଣି ଦ୍ରୁତବେଗରେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବରରେ । ହେଲେ ଏଥିପ୍ରତି ଟ୍ରାଫିକ ପୋଲିସର ଯେପରି ନିଘା ନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

heavy vehicles
ବେପରୁଆ ଭୁବନେଶ୍ବର ଟ୍ରାଫିକ ପୋଲିସ
author img

By

Published : Dec 14, 2019, 12:00 AM IST

ଭୁବନେଶ୍ବର: ସ୍ମାର୍ଟ ଟ୍ରାଫିକ ,ସ୍ମାର୍ଟ ପୋଲିସ । ବେପରୁଆ ଟ୍ରାଫିକ ପୋଲିସ ସାଧାରଣ ଲୋକଙ୍କ ପାଇଁ କଠୋର ହେଲେ ବ୍ୟବସାୟୀଙ୍କ ପାଇଁ କୋହଳ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ ।

ବେପରୁଆ ଭୁବନେଶ୍ବର ଟ୍ରାଫିକ ପୋଲିସ

ସହରବାସୀଙ୍କୁ ବିପଦରେ ପକାଇ ଜୀବନ ସହ ଖେଳୁଛନ୍ତି ଟ୍ରାଫିକ ପୋଲିସ । ଟ୍ରାଫିକ ଡିସିପିଙ୍କ ଠାରୁ ଆରମ୍ଭ କରି ଟ୍ରାଫିକ କନଷ୍ଟେବଳ କାହାର ଏଥିପ୍ରତି ଦୃଷ୍ଟି ପଡୁନି । ଦ୍ରୃତଗତିରେ ସହର ଭିତରେ ପଶୁଛି ଭାରିଯାନ । ଭାରୀଯାନ ପ୍ରବେଶ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ କଟକଣା ରହିଥିଲେ ବି ମାନୁନାହାନ୍ତି ଭାରୀଯାନ ଚାଳକ ।

ତେବେ ପ୍ରଶ୍ନ ଉଠୁଛି ସହର ଭିତରକୁ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭାରିଯାନ ପଶିବାର ନିଷେଧ ରହିଛି । ନିୟମ ଅବମାନନା କରି ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ମାଲ ବୋଝେଇ ଟ୍ରକ ସହର ଭିତରକୁ ପଶୁଛନ୍ତି । ତାହା ପୁଣି ଦ୍ରୃତ ବେଗରେ ଏବଂ ହାଇପ୍ରୋଫାଇଲ ଏରିଆରେ । ଯଦି କୌଣସି ଟ୍ରକ ବ୍ରେକ ଫେଲ ହୋଇଯାଏ ଅଘଟଣ ଘଟିବା ସୁନିଶ୍ଚିତ ।

ତେବେ ଏପରି ଭାରିଯାନ ପଶୁଥିଲେ ମଧ୍ୟ ଟ୍ରାଫିକ ପୋଷ୍ଟରେ ଲାଗିଥିବା କ୍ୟାମେରା କି ଟ୍ରାଫିକ କର୍ମଚାରୀ କେହି ଅଟକାଉ ନାହାନ୍ତି । ଯାହା ସହରବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିୟମ ରହିଛି, ଯଦି କୌଣସି ସମୟରେ ଜରୁରୀ ରହିଥିବ ତେବେ ଡିସିପି ଟ୍ରାଫିକଙ୍କ ଅନୁମତି ନେଇପାରିବେ । ଏଥିପାଇଁ ନିୟମ ଅନୁସାରେ ୨୦ କିମି ବେଗ ଲିମିଟ୍‌ ରହିଛି । ଟ୍ରାଫିକ ସିଗନାଲ ମାନିବା ସହ ବିପଦପୂର୍ଣ୍ଣ ଭାବେ ଚାଳନା କରିପାରିବେ ନାହିଁ। କିନ୍ତୁ ଏହି ଦୃଶ୍ୟରୁ ଏସବୁର ଉଲଙ୍ଘନ ହେଉଥିବା ସ୍ପଷ୍ଟ ନଜିର ରହିଛି । ଯାହା ଏବେ କମିସନରେଟ ପୋଲିସ ଓ ଟ୍ରାଫିକ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏନେଇ ଟ୍ରାଫିକ ଡିସିପିଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:
ସ୍ମାର୍ଟ ଟ୍ରାଫିକ ,ସ୍ମାର୍ଟ ପୋଲିସ।ହେଲେ ବେପରୁଆ ଟ୍ରାଫିକ ପୋଲିସ ସାଧାରଣ ଲୋକଙ୍କ ଉପରେ ଜୁଲମ ଜୋର।ବ୍ଯବସାୟିଙ୍କ ସୁବିଧା ଦେଖି ଛାଡ। ଏମିତି ଦୃଷ୍ଯ ଦେଖିବାକୁ ମିଳିଛି ରାଜଧାନୀରେ।ସହରବାସିଙ୍କୁ ବିପଦରେ ପକାଇ ଜିବନ ସହ ଖେଳୁଛନ୍ତି ଟ୍ରାଫିକ ପୋଲିସ।ଟ୍ରାଫିକ ଡିସିପିଙ୍କ ଠାରୁ ଆରମ୍ଭ କରି ଟ୍ରାଫିକ କନଷ୍ଟେବଳ କାହାର ଏଥିପ୍ରତି ଦୃଷ୍ଟି ପଡୁନି ।ଦୃତଗତିରେ ସହର ଭିତରେ ପଶୁଛି ଭାରିଯାନ।ଏଥିପାଇଁ ଏକ ନିର୍ଧିଷ୍ଟ ସମୟ କଟକଣା ରହିଥିଲେ ବି ଲଗାମଛଡା ଟ୍ରାଫିକ ପୋଲିସ।ଯେକି ଏଥି ପ୍ରଦି ଦୃଷ୍ଟି ଦେଉନାହାନ୍ତି ।ଆଉ ନଜର ପଡିବେ ବି ବୁଝାମଣା କରି ଛାଡିଦେଉଛନ୍ତି।ତେବେ ପ୍ରଶ୍ନ ଉଠୁଛି ସହରଭିତରକୁ ସକାଳ ୯ଟାରୁ ରାତି ୯ଟା ପର୍ଯନ୍ତ ଭାରିଯାନ ପଶିବାର ନିଶେଦ୍ଧ ରହିଛି। ନିୟମ ଅବମାନନା କରି ଆନ୍ଧ୍ରା ଓ ପଶ୍ଚିମବଙ୍ଗ ମାବ ବୋଝେଇ ଟ୍ରକ ସହର ଭିତରକୁ ପଶୁଛନ୍ତି।ତାହା ପୁଣି ଦୃତ ବେଗରେ ।ଏବଂ ହାଇ ପ୍ରୋଫାଇଲ ଏରିଆ ଭିତରେ।ଯଦି କୌଣସି ଟ୍ରକ ବ୍ରେକ ଫେଲ ହୋଇଯାଏ ଅଘଟଣ ଘଟିବା ସୁନିଶ୍ଚିତ।କାରଣ ସହର ଭିତରେ ବୁଲୁଛନ୍ତି ବାଇକ ଓ କାର।ତେବେ ଏପରି ଭାରିଯାନ ପଶୁଥିଲେ ମଧ୍ଯ ଟ୍ରାଫିକ ପୋଷ୍ଟରେ ଲାଗିଥିବା କ୍ଯାମେରା କି ଟ୍ରାଫିକ କର୍ମଚାରି କେହି ଅଟକାଉନାହାନ୍ତି।ଯାହା ସହରବାସିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।ତେବେ ନିୟମ ଏପରି ରହିଛି ଯଦି କୌଣସି ସମୟରେ ଜରୁରି ରହିଥିବ ତେବେ ଡିସିପି ଟ୍ରାଫିକ ଙ୍କ ଅନୁମତି ନେଇପାରିବେ।ଏଥିପାଇଁ ନିୟମ ଅନୁସାରେ ୨୦ କିମି ବେଗ ଲିମିଚ ରହିଛି।ଟ୍ରାଫିକ ସିଗନାଲ ମାନିବା ସହ ବିପଦପୁର୍ଣ୍ଣ ଭାବେ ଚାଳନା କରିପାରିବେ ନାହିଁ।କିନ୍ତୁ ଭିଜୁଆଲରୁ ଏସବୁର ଉଲଙ୍ଘନ ହେଉଥିବା ସ୍ପଷ୍ଟ ନଜିର ରହିଛି ଯାହା ଏବେ କମିସନରେଟ ପୋଲିସର ଟ୍ରାଫିକ ପୋଲିସର କାର୍ଯ ଦକ୍ଷତା ନେଇ ପ୍ରଶ୍ନ ଉଠିଛି।ଏନେଇ ଟ୍ରାଫିକ ଡିସିପିଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.