ETV Bharat / city

କାଲିଠୁ ସାରା ରାଜ୍ୟରେ ଲଘୁଚାପ ବର୍ଷା: ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

author img

By

Published : Jul 3, 2022, 9:50 PM IST

କାଲିଠୁ ସାରା ରାଜ୍ୟରେ ଲଘୁଚାପ ବର୍ଷା। ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ। ଅଧିକ ପଢନ୍ତୁ

କାଲିଠୁ ସାରା ରାଜ୍ୟରେ ଲଘୁଚାପ ବର୍ଷା:୧୭ ଟି ଜିଲ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଲଘୁଚାପ ବର୍ଷା। ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ। ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏହା ଲଘୁଚାପ ରୂପ ନେବ।

ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହେବ । ଉପକୂଳବର୍ତ୍ତୀ ଜିଲ୍ଲାରେ ବିଶେଷ କରି ଅଧିକ ବର୍ଷିବ। ଲଘୁଚାପର ପ୍ରଥମ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲକା ବର୍ଷା ସମ୍ଭାବନା ରହିଛି ।

ଦ୍ବିତୀୟ ଦିନରେ ଉତ୍ତର ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡିଶାରେ କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ତୃତୀୟ ଦିନରେ ବର୍ଷା ପରିମାଣ ବଢିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଅତ୍ୟଧିକ ବର୍ଷାକୁ ଦେଖି ଆସନ୍ତା ୨୪ ଘଣ୍ଟା ପାଇଁ ୧୭ ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୫ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପର ପ୍ରଭାବ ଯୋଗୁଁ ଆସନ୍ତା ୪ରୁ ୫ ଦିନ ବର୍ଷା ହେବା ସମ୍ଭାବନା ରହିଛି। ଏହି ସମୟରେ ରାଜ୍ୟରେ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା କଥା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.