ETV Bharat / city

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା - Heavy Rainfall In 10 Districts

ବଙ୍ଗୋପସାଗରର ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟରେ ଆସନ୍ତାକାଲି (ଶନିବାର) ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆକଳନ କରିଛି ଆଇଏମଡି (IMD) । ଆଉ ଲଘୁଚାପ ପ୍ରଭାବରେ ଆଗାମୀ 3 ଦିନ ପର୍ଯ୍ୟନ୍ତ ଓଡିଶାର ବିଭିିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଇଏମଡି । ଅଧିକ ପଢନ୍ତୁ...

ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
author img

By

Published : Aug 27, 2021, 6:13 PM IST

Updated : Aug 29, 2021, 4:13 PM IST

ଭୁବନେଶ୍ବର: ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରର ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟରେ ଆସନ୍ତାକାଲି (ଶନିବାର) ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆକଳନ କରିଛି ଆଇଏମଡି (IMD) ।

ପଶ୍ଚିମବଙ୍ଗ ଉପକୂଳ ବଙ୍ଗୋପ ସାଗରର ଉତ୍ତରପଶ୍ଚିମରେ ଏକ ସାଇକ୍ଲୋନିକ୍ ସରକୁଲେନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ । ଆଉ ଲଘୁଚାପ ପ୍ରଭାବରେ ଆଗାମୀ 3 ଦିନ ପର୍ଯ୍ୟନ୍ତ ଓଡିଶାର ବିଭିିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଇଏମଡି ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (IMD) । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, କଟକ, ଅନୁଗୋଳ, ଦେବଗଡ ଏବଂ କଳାହାଣ୍ଡି ଆଦି ଜିଲ୍ଲାଗୁଡିକରେ ଏହି ବର୍ଷା ସମ୍ଭାବନା ରହିଛି ।

IMDର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ସେହିସବୁ ସ୍ଥାନଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ।

ସେହିପରି ଆସନ୍ତା ୨୯ ତାରିଖ ଯାଏଁ ପଶ୍ଚିମ ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ । ଗୁରୁବାର ରାଜଧାନୀ ଭୁବନେଶ୍ବରରେ ୨୨.୯ ମିମି ବର୍ଷା ରେକର୍ଡ ହୋଇଛି । ଆଜି ରାଜଧାନୀରେ ସାମାନ୍ୟ ବର୍ଷା ସହ ପାଗ ମେଘୁଆ ରହିପାରେ ବୋଲି କହିଛି IMD ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Aug 29, 2021, 4:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.