ETV Bharat / city

ଆସନ୍ତା ୨୦ରେ ଭାସିବ ଓଡ଼ିଶା, ଅବପାତ ରୂପ ନେବ ଲଘୁଚାପ

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆଜି ରାତି ସୁଦ୍ଧା ଏହାଏକ ୱେଲମାର୍କ ଲଘୁଚାପ ରୂପ ନେବ । ୨୦ ତାରିଖରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ପୂର୍ବାନୁମାନ । ଅଧିକ ପଢ଼ନ୍ତୁ

author img

By

Published : Aug 18, 2022, 5:44 PM IST

୨୦ରେ ବର୍ଷାରେ ଭାଷିବ ଓଡ଼ିଶା, ଅବପାତର ରୂପ ନେବ ଲଘୁଚାପ

ଭୁବନେଶ୍ବର: ରାଜ୍ୟରେ ବନ୍ୟାସ୍ଥିତି ଲାଗି ରହିଥିବା ବେଳେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆଜି ରାତି ସୁଦ୍ଧା ଏହା ଏକ ୱେଲମାର୍କ (ସୁଦୃଶ୍ୟ) ଲଘୁଚାପ ରୂପ ନେବ । ପରବର୍ତ୍ତୀ ସମୟରେ ସୁଦୃଶ୍ୟ ଲଘୁଚାପ ଅବପାତ ରୂପ ନେବା ନେଇ ପୂର୍ବାନୁମାନ କରାଯାଉଛି । ଫଳରେ ଉତ୍ତର ଓଡ଼ିଶାରେ ବିଶେଷ ଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି (heavy rainfall expected in North Odisha )।

ଅବପାତର ରୂପ ନେବାପରେ ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଗତ କରିବ । ଏହାକୁ ନେଇ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଲଘୁଚାପ ଯୋଗୁଁ ଅଗଷ୍ଟ ୧୮ ତାରିଖରୁ ବର୍ଷା ଆରମ୍ଭ ହେବ । ଏହାର ପ୍ରଭାବରେ ଉପକୂଳ ଓ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ପ୍ରଭାବିତ ହେବ । ଅଗଷ୍ଟ ୧୯ ତାରିଖରେ ରାଜ୍ୟରେ ସର୍ବାଧିକ ବର୍ଷା ହେବା ସମ୍ଭାବନା ରହିଛି ।"

ଅଗଷ୍ଟ ୧୯ ସହ ୨୦ ତାରିଖରେ ମଧ୍ୟ ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିବ । ସବୁ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ଲାଗି ରହିବ । କେତେକ ସ୍ଥାନରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 20 ତାରିଖରେ ଲଘୁଚାପ ଝାଡ଼ଖଣ୍ଡ ଉପରେ କେନ୍ଦ୍ରିଭୂତ ହେବ, ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷାର ହେବା ସମ୍ଭାବନା ରହିଛି । ଏହି ସମୟରେ ଉତ୍ତର ଛତିଶଗଡ଼ରେ ମଧ୍ୟ ଅତ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି ।

19 ଓ 20 ତାରିଖରେ ବର୍ଷା ଯୋଗୁଁ ରାଜ୍ୟରେ ଥିବା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି । ଏହାଦ୍ବାରା ରାଜ୍ୟରେ ବନ୍ୟାସ୍ଥିତି ଲାଗି ରହିପାରେ । କାରଣ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । କାରଣ କେତେକ ସ୍ଥାନରେ 20 ସେମିରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.