ETV Bharat / city

ଲଘୁଚାପ କ୍ଷେତ୍ର ସକ୍ରିୟ, ଉପକୂଳ ଓଡିଶାରେ ପ୍ରବଳ ବର୍ଷା

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ସମୁଦ୍ର ମଧ୍ୟରେ ତଥା ଆନ୍ଧ୍ରଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଆଗାମୀ 24 ଘଣ୍ଟା ମଧ୍ୟରେ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି ।

author img

By

Published : Oct 4, 2022, 2:02 PM IST

heavy rainfall alert by bhubaneswar meteorological centre
24 ଘଣ୍ଟା ମଧ୍ୟରେ ଆନ୍ଧ୍ର ଛୁଇଁବ ଲଘୁଚାପ, ଟ୍ବିନ ସିଟିରେ ଲଗାଣ ବର୍ଷା ଜାରି

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ହେଉଛି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ ଜାରି ରହିଛି । ସକ୍ରିୟ ଲଘୁଚାପ ଯୋଗୁଁ ଟ୍ବନ ସିଟି କଟକ ଏବଂ ଭୁବନେଶ୍ବରକୁ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ଜାରି କରିଛି ।

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ସମୁଦ୍ର ମଧ୍ୟରେ ତଥା ଆନ୍ଧ୍ରଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଆଗାମୀ 24 ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଭୁବନେଶ୍ବର ଏବଂ କଟକରେ ବର୍ଷା ଜାରି ରହିଛି । ଘଣ୍ଟାପ୍ରତି 2ରୁ 3 ସେମି ବର୍ଷା ହେଉଛି ।

ଆଜିଠାରୁ 5 ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 6 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବିଜୟା ଦଶମୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋବାର ସମ୍ଭାବନା ରହିଥିବା ସୂଚନା ମିଳିଛି । ମାଲକାନଗିରି, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ 70 ରୁ 200 ମିଲିମିଟର ବର୍ଷା ସମ୍ଭାବନା ନେଇ ସତର୍କ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ: କାଲିଠୁ ପ୍ରବଳ ବର୍ଷା, ଫିକା ପଡିବ ପୂଜା ବଜାର

ଗତ 24 ଘଣ୍ଟାରେ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲା କାକଟପୁରରେ 160 ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଅସ୍ତରଙ୍ଗରେ 144 ମିମି ରହିଥିବାବେଳେ ଗୋପ ଅଞ୍ଚଳରେ 105 ମିମି ବର୍ଷା ହୋଇଛି । ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ 140 ମିମି ଏବଂ ନୂଆଗାଁରେ 132 ମିମି ବର୍ଷା ରେକର୍ଡ ହୋଇଛି ।

ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ 120 ମିମି, ଆଳିରେ 88 ଓ ରାଜକନିକାରେ 71 ମିମି ବର୍ଷା ହୋଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବାସୁଦେବପୁରରେ 98 ମିମି, ଚାନ୍ଦବାଲିରେ 81.2 ମିମି ବର୍ଷା ହୋଇଛି । ବାଲେଶ୍ବର ଜିଲ୍ଲା ଭୋଗରାଇରେ 73 ମିମି ବର୍ଷା ହୋଇଥିବାବେଳେ ଜଳେଶ୍ବରରେ 71 ମିମି ବର୍ଷା ରେକର୍ଡ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.