ଭୁବନେଶ୍ବର: ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ମୁଖ୍ୟ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସକାଳ 9ଟା ସୁଦ୍ଧା ନରାଜରେ ମହାନଦୀ, ଆଳିପିଙ୍ଗଳରେ ଦେବୀ ନଦୀ ଏବଂ ନିମାପଡାର କୁଶଭଦ୍ରା ନଦୀ ଫୁଲିବାରେ ଲାଗିଛି ।
![heavy rain in odisha water level raised in several river ଓଡିଶାରେ ଲଗାଣ ବର୍ଷା ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି](https://etvbharatimages.akamaized.net/etvbharat/prod-images/4535452_weather.png)
ଏହାସହ ରାଜ୍ୟର ଜେନାପୁରରେ ବ୍ରାହ୍ମଣୀ, ଆନନ୍ଦପୁରରେ ବୈତରଣୀ,ଗୁଣପୁରରେ ଅଂଶଧର, ଆନନ୍ଦପୁରରେ ଋଷିକୂଲ୍ୟା ଓ ଜଳକା ନଦୀର ଜଳସ୍ତର ବଢୁଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ସ୍ଥିର ରହିଛି। ଏବେ ଜଳଭଣ୍ଡାରରେ 629.97 ଫୁଟ ଜଳ ରହିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ