ETV Bharat / city

ଜଳୁଛି ଆଭ୍ୟନ୍ତରୀଣ ଓଡିଶା, ୧୨ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ - ଓଡ଼ିଶା ଲାଟେଷ୍ଟ ପାଣିପାଗ ଖବର

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗତ କିଛିଦିନ ହେବ ପାରଦ ବଢିବାରେ ଲାଗିଛି। ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ । ଅଧିକ ପଢ଼ନ୍ତୁ

ଗ୍ରୀଷ୍ଣ ପ୍ରବାହରେ ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା, ୧୨ ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ

author img

By

Published : Apr 11, 2022, 10:57 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗତ କିଛିଦିନ ହେବ ପାରଦ ବଢିବାରେ ଲାଗିଛି । ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ । ସକାଳ ୧୦ଟା ହେଲେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି । ସୋମବାର ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସେହିଭଳି ୫ ସହରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ଭୁବନଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଗ୍ରୀଷ୍ଣ ପ୍ରବାହରେ ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା, ୧୨ ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ

କେଉଁ ଦିନ ତାତିରେ ଟିଟିଲାଗଡ ରେକର୍ଡ କାଟୁଛି ତ ଆଉ କେଉଁ ଦିନ ସୋନପୁର । ତେବେ ସୋମବାର ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ଆଜି ପାରଦ ୪୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତତଲା କଡ଼େଇରେ ପରିଣତ ହୋଇଛି ।

  • ଆଜି ରେକର୍ଡ ହୋଇଥିବା ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା pic.twitter.com/CdZaq7wFvf

    — Meteorological Centre, Bhubaneswar (@mcbbsr) April 11, 2022 " class="align-text-top noRightClick twitterSection" data=" ">

ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ବଲାଙ୍ଗିରରେ ତାପମାତ୍ରା ୪୨.୫ ଡିଗ୍ରୀ, ଝାରସୁଗୁଡାରେ ୪୨.୪, ସୋନପୁରରେ ୪୨.୧, ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଟିଟିଲାଗଡରେ ୪୧.୬, ସମ୍ବଲପୁରରେ ୪୧.୪ ଡିଗ୍ରୀ, ସୁନ୍ଦରଗଡରେ ୪୧, ହୀରାକୁଦରେ ୪୦.୯, ଭବାନୀପାଟଣାରେ ୪୦.୮ ଏବଂ ତାଳଚେରରେ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ଵରରେ ପାରଦ ୩୭ ଡିଗ୍ରୀ ଏବଂ କଟକରେ ତାପମାତ୍ରା ୩୬.୧ ଡିଗ୍ରୀ ସେଲସିୟସ ରହିଥିଲା ।

ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ଅନୁଗୋଳ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.