ETV Bharat / city

Weather Update: 26ରୁ ପ୍ରବଳ ବର୍ଷିବ, ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ - ବର୍ଷା ସତର୍କତା

24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ । କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି । ଅଧିକ ପଢନ୍ତୁ...

26ରୁ ପ୍ରବଳ ବର୍ଷିବ, ଜାରି ହେଲା ଏଲୋ ଓ୍ବାର୍ଣ୍ଣିଂ

author img

By

Published : Sep 23, 2021, 4:23 PM IST

ଭୁବନେଶ୍ବର: ରାଜସ୍ଥାନର ଜୈସଲମେରରୁ ବାହାରି ଓଡ଼ିଶାର ଝାରସୁଗୁଡା ଏବଂ ପୁରୀ ମଧ୍ୟ ଦେଇ ଏହା ଦକ୍ଷିଣ ପୂର୍ବ ଦିଗରେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଏକ ନିମ୍ନ ଚାପ ରେଖା ଲମ୍ବିଛି । ଏହା ବ୍ୟତୀତ ଗୋଟିଏ ଘୁର୍ଣ୍ଣିବଳୟ ଆଣ୍ଡାମାନ ଉପସାଗର ଏବଂ ଉପକୂଳ ମିଆଁମାର ଅଞ୍ଚଳରେ ଓ ଅନ୍ୟଟି ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘୁର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଦିଗରେ ଗତି କରିବାବେଳେ ୨୬ ଓ ୨୭ ତାରିଖରେ ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

26ରୁ ପ୍ରବଳ ବର୍ଷିବ, ଜାରି ହେଲା ଏଲୋ ଓ୍ବାର୍ଣ୍ଣିଂ26ରୁ ପ୍ରବଳ ବର୍ଷିବ, ଜାରି ହେଲା ଏଲୋ ଓ୍ବାର୍ଣ୍ଣିଂ

ରାଜ୍ୟରେ ଜୁନ ୧ ତାରିଖରୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ମୌସୁମୀ ବର୍ଷା ମୋଟ ୯୯୫.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ୧୧୧୮ ମି.ମି ବର୍ଷା ଠାରୁ ୧୧ ପ୍ରତିଶତ କମ ବର୍ଷା ବୋଲି ରେକର୍ଡ କରାଯାଇଛି । ସେହିପରି ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ୨ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଅବଶିଷ୍ଟ ୨୧ ଜିଲ୍ଲାରେ ସ୍ବାଭାବିକ ପରିମାଣର ବର୍ଷା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.