ETV Bharat / city

ଆହୁରି ବଢିବ ତାତି

ବାତ୍ୟା ଫନି ଗଲା ପରେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡିଶାରେ ହୁ ହୁ ହୋଇ ତାପମାତ୍ରା ଉପର ମୁହାଁ ହେଉଥିବା ବେଳେ ପୂର୍ବ ଓଡିଶାରେ ବି ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଆହୁରି ତାତି ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 15, 2019, 11:15 PM IST

ଭୁବନେଶ୍ବର: ରାଜ୍ୟରେ ଆହୁରି ବଢିବ ତାତି । ଆସନ୍ତା 3 ଦିନ ମଧ୍ୟରେ ତାପମାତ୍ରା 2ରୁ 3 ଡିଗ୍ରୀ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ 7ଟି ଜିଲ୍ଲାକୁ ହିଟ୍ ୱେଭ ସତର୍କ କରାଯାଇଛି ।

ସୋନପୁର, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା,ନୂଆପଡା, ଓ ସୁନ୍ଦରଗଡ ଜିଲ୍ଲାକୁ ହିଟ୍ ୱେଭ ସତର୍କ କରାଯାଇଛି । ଫନି ଗଲା ପରେ ରାଜ୍ୟରେ ହୁହୁ ହୋଇ ବଢି ଚାଲିଛି ତାପମାତ୍ରା । ଅସହ୍ୟ ଗୁଳିଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗୋଟେ ପଟେ ଅଗ୍ନିବର୍ଷାରେ ପଶ୍ଚିମ ଓଡିଶା ଜଳୁଥିବା ବେଳେ ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ ବାରିପଦାରେ 36 ମିମି, ମାଲକାନଗିରି 13ମିମି ଓ ଦାରିଙ୍ଗବାଡିରେ 9 ମିମି ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

dfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.