ETV Bharat / city

ଖୁବ ଶିଘ୍ର କ୍ୟାପିଟାଲ୍‌ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେବ ହାର୍ଟ ସର୍ଜରୀ ବିଭାଗ - Heart surgery department will open soon in capital Hospital

୨୦୨୦ ଜାନୁଆରୀ ୧୫ ତାରିଖ ମଧ୍ୟରେ କ୍ୟାପିଟାଲ୍‌ ହସ୍‌ପିଟାଲରେ କାର୍ଯ୍ୟକ୍ଷମ ହେବ ହାର୍ଟ ସର୍ଜରୀ ବିଭାଗ । ଏନେଇ ସରକାରୀ ସ୍ତରରେ ପ୍ରକାଶ ପାଇଛି ତତ୍ପରତା ।

ଫାଇଲ ଫଟୋ
author img

By

Published : Nov 8, 2019, 1:53 AM IST

ଭୁବନେଶ୍ବର: ଖୁବ ଶୀଘ୍ର କ୍ୟାପିଟାଲ୍‌ ହସ୍‌ପିଟାଲରେ କାର୍ଯ୍ୟକ୍ଷମ ହେବ ହାର୍ଟ ସର୍ଜରୀ ବିଭାଗ । ଏଥିପାଇଁ ସରକାରୀ ସ୍ତରରେ ପ୍ରକାଶ ପାଇଛି ତତ୍ପରତା । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ସାଧାରଣ ଲୋକଙ୍କୁ ଉନ୍ନତମାନର ହାର୍ଟ କେୟାର ସୁବିଧା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଡାକ୍ତର ଓ ପାରାମେଡିକାଲ୍‌ ଷ୍ଟାଫ୍‌ ନିଯୁକ୍ତ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଏଥିସହିତ 15 ଜଣ ନର୍ସଙ୍କୁ ଆଇସିୟୁ ମ୍ୟାନେଜମେଣ୍ଟ ଟ୍ରେନିଂ ମଧ୍ୟ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୩୦ ଶଯ୍ୟା ବିଶିଷ୍ଟ କାର୍ଡିଆକ୍‌ କେୟାର ୟୁନିଟ୍‌ ଆରମ୍ଭ କରିବାକୁ ସରକାର ଯୋଜନା କରିଥିବାବେଳେ ସେଥିମଧ୍ୟରୁ 15ଟି ପୁରୁଷ ରୋଗୀ ଏବଂ ବାକି 15ଟି ମହିଳା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ହେବ । ଏଥିସହିତ 10 ଜଣ ହାଉସ୍‌କିପି୍ଂ ଷ୍ଟାଫ୍‌ଙ୍କ ସହ କ୍ୟାଥ୍‌ଲ୍ୟାବ୍‌, ଇସିଜି, ଇକୋ, ଟିଏମ୍‌ଟି ଟେକ୍‌ନିସିଆନ୍‌ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ସଂକ୍ରମଣ ରୋକିବା ପାଇଁ ଷ୍ଟେରିଲାଇଜେସନ୍‌ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ।

ଏଥିପାଇଁ ଡିଏମ୍‌ଇଟି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଉଚ୍ଚ ମାନର ହାର୍ଟ କେୟାର ୟୁନିଟ୍‌ ପାଇଁ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସରକାରଙ୍କୁ ଖୁବ୍‌ ଶୀଘ୍ର ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

Heart surgery department will open soon in capital Hospital
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ଶ୍ରୀ ସତ୍ୟସାଇ ଇନଷ୍ଟିଚ୍ୟୁଟ୍ ଅଫ୍‌ ହାୟର ମେଡିକାଲ୍‌ ସାଇନ୍ସ, ବେଙ୍ଗାଲୁରୁ ଓ ପୁଟ୍ଟପୂର୍ତ୍ତି ଉଭୟ ହସ୍‌ପିଟାଲ୍‌ର କାର୍ଡିଆକ୍‌ ସାଇନ୍ସେସ୍‌ ବିଭାଗର ଅଧ୍ୟକ୍ଷ ଡା. ପ୍ରଭାତ କୁମାର ଦାସ ଏହି ହାର୍ଟ କେୟାର ୟୁନିଟ୍‌କୁ ଆସନ୍ତା ଜାନୁଆରୀ 15 ତାରିଖରେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଡାକ୍ତର ଦାସ ହାର୍ଟ ଲଙ୍ଗ୍‌ ମେସିନ୍‌ ସହ ନୂଆ କ୍ୟାଥ୍‌ ଲ୍ୟାବ୍‌ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅନ୍ୟାନ୍ୟ ସରଞ୍ଜାମ ଖୁବ୍‌ ଶୀଘ୍ର ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ବିଷୟରେ ମତଦେଇ ମନ୍ତ୍ରୀ କହିଥିଲେ ଯେ ସମସ୍ତ ବ୍ୟବସ୍ଥାକୁ ସୁରୁଖୁରୁରେ ସଞ୍ଚାଳନ ପାଇଁ ସରକାର ଏକ କର୍ପସ ଫଣ୍ଡ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କ୍ୟାପିଟାଲ୍‌ ହସ୍‌ପିଟାଲରେ ହାର୍ଟ ସର୍ଜରୀ ବିଭାଗ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ୨୦୨୦ ଜାନୁଆରୀ ମାସ ୧୫ ତାରିଖ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଆଜି ଏହି ମର୍ମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରୁ ଜଣାପଡ଼ିଛି ଯେ ସାଧାରଣ ଲୋକଙ୍କୁ ଉନ୍ନତ ମାନର ହାର୍ଟ କେୟାର ସୁବିଧା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଡାକ୍ତର ଓ ପାରାମେଡିକାଲ୍‌ ଷ୍ଟାଫ୍‌ ନିଯୁକ୍ତ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ସରକାରୀ ବିଧିବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏହା ସହିତ ୧୫ ଜଣ ନର୍ସଙ୍କୁ ଅଇ.ସି.ୟୁ ମ୍ୟାନେଜ୍‌ମେଣ୍ଟ ଟ୍ରେନିଙ୍ଗ୍‌ ଦେବା ପାଇଁ ସରକାର ଚିନ୍ତା କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୦ ଶଯ୍ୟା ବିଶିଷ୍ଟ କାର୍ଡିଆକ୍‌ କେୟାର ୟୁନିଟ୍‌ ଆରମ୍ଭ କରିବାକୁ ସରକାର ଯୋଜନା କରିଥିବାବେଳେ ସେଥି ମଧ୍ୟରୁ ୧୫ଟି ପୁରୁଷ ରୋଗୀ ଓ ଅନ୍ୟ ୧୫ଟି ମହଳା ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ହେବ । ଏହା ସହିତ ୧୦ ଜଣ ହାଉସ୍‌କିପିଙ୍ଗ୍‌ ଷ୍ଟାଫ୍‌ଙ୍କ ସହ କ୍ୟାଥ୍‌ଲ୍ୟାବ୍‌, ଇସିଜି, ଇକୋ, ଟିଏମ୍‌ଟି ଟେକ୍‌ନିସିଆନ୍‌ ନିଯୁକ୍ତି ଦେବା ପାଇଁ ସରକାର ସ୍ଥିର କରିଛନ୍ତି । ଏହା ସହିତ ସଂକ୍ରମଣ ରୋକିବା ପାଇଁ ଷ୍ଟେରିଲାଇଜେସନ୍‌ ଉପରେ ଧ୍ୟାନ ଦେଉଛନ୍ତି । ଏହି ଅବସରରେ ଡିଏମ୍‌ଇଟିଙ୍କୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଉଚ୍ଚ ମାନର ହାର୍ଟ କେୟାର ୟୁନିଟ୍‌ ପାଇଁ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସରକାରଙ୍କୁ ଖୁବ୍‌ ଶୀଘ୍ର ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ୍‌ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ସତ୍ୟସାଇ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହାୟର ମେଡିକାଲ୍‌ ସାଇନ୍ସ, ବେଙ୍ଗାଲୁରୁ ଓ ପୁଟ୍ଟପୂର୍ତ୍ତି ଉଭୟ ହସ୍‌ପିଟାଲ୍‌ର କାର୍ଡିଆକ୍‌ ସାଇନ୍ସେସ୍‌ ବିଭାଗର ଅଧ୍ୟକ୍ଷ ଡା. ପ୍ରଭାତ କୁମାର ଦାସ ଏହି ଅବସରରେ ହାର୍ଟ କେୟାର ୟୁନିଟ୍‌କୁ ଆସନ୍ତା ଜାନୁଆରୀ ୧୫ ତାରିଖ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଡା. ଦାସ ହାର୍ଟ ଲଙ୍ଗ୍‌ ମେସିନ୍‌ ସହ ନୂଆ କ୍ୟାଥ୍‌ ଲ୍ୟାବ୍‌ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅନ୍ୟାନ୍ୟ ସରଞ୍ଜାମ ଖୁବ୍‌ ଶୀଘ୍ର ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ବିଷୟରେ ମତଦେଇ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ସମସ୍ତ ବ୍ୟବସ୍ଥାକୁ ସୁରୁଖୁରୁରେ ସଂଚାଳନ ପାଇଁ ସରକାର ଏକ କର୍ପସ ଫଣ୍ଡ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।Body:KConclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.