ETV Bharat / city

ହୋଲି ନ ଖେଳିବାକୁ ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ - ହୋଲି ପାଳନ

ଗୋଟେପଟେ କୋରୋନା କବଳରେ ବିଶ୍ବ କବଳିତ ହେଉଥିଲା ବେଳେ ମଙ୍ଗଳବାର ରଙ୍ଗର ପର୍ବ ହୋଲି । ଏନେଇ ରାଜ୍ୟବାସୀଙ୍କୁ ସତର୍କତା ଓ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ଆଗକୁ ପଢନ୍ତୁ...

health-secretarys-advice-on-holi-celebrations

author img

By

Published : Mar 9, 2020, 7:42 PM IST

ଭୁବନେଶ୍ବର: ହୋଲି ପାଳନକୁ ନେଇ ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ସଚିବଙ୍କ ପରାମର୍ଶ । ମୁହଁରେ ରଙ୍ଗ ନଲଗାଇବା ସହ ଛିଙ୍କ, କାଶ ଓ ସର୍ଦ୍ଧି ଥିଲେ ହୋଲି ନଖେଳିବାକୁ ପରାମର୍ଶ । ସେହିପରି ଆଲିଙ୍ଗନ ଓ କରମର୍ଦ୍ଧନ କରନ୍ତୁ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ।

ହୋଲି ପାଳନକୁ ନେଇ ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ

ହୋଲିରେ ଦଳଗତ ଭାବେ ଏକତ୍ରିତ ହୁଅନ୍ତୁ ନାହିଁ । ହୋଲିକୁ ନିଜ ଘର ଓ ପରିବାର ସହିତ ଖେଳନ୍ତୁ ବୋଲି ସେ କହିଛନ୍ତି । ସମଗ୍ର ବିଶ୍ବରେ କୋରୋନା ଏକପ୍ରକାର ଆତଙ୍କ ରଚାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟ ଏକ ଲକ୍ଷରେ ପହଁଚିଲାଣି । ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା 44 ଛୁଇଁଛି । ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.