ETV Bharat / city

କାଶୀପୁରରେ କାହିଁକି ବ୍ୟାପିଛି ଭିବ୍ରିଓ କଲେରା ? କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 20, 2022, 3:41 PM IST

କାଶୀପୁରରେ ଭିବ୍ରିଓ କଲେରା ସଂକ୍ରମଣ ଉଗ୍ର ରୂପ ନେଇଛି । କେଉଁ କାରଣରୁ ଭିବ୍ରିଓ କଲେରା ବ୍ୟାପିଛି ତାହାର କାରଣ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢ଼ନ୍ତୁ

health-director-says-the-reason-of-vibrio-cholerae-infection-in-kashipur-rayagada-district
କାଶୀପୁରରେ କାହିଁକି ବ୍ୟାପିଛି ଭିବ୍ରିଓ କଲେରା ? କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା କାଶୀପୁରରେ ଭିବ୍ରିଓ କଲେରା ସଂକ୍ରମଣ ଉଗ୍ର ରୂପ ନେଇଛି । ବର୍ତ୍ତମାନ ସୁଦ୍ଧା ଏହି ସଂକ୍ରାମକ ରୋଗରେ ୮ ଜଣଙ୍କ ଜୀବନ ହାନୀ ହୋଇସାରିଲାଣି । ଏହାରି ମଧ୍ୟରେ କାଶୀପୁରରେ କେଉଁ କାରଣରୁ ଭିବ୍ରିଓ କଲେରା ବ୍ୟାପିଛି ତାହାର କାରଣ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କାଶୀପୁରରେ ଭିବ୍ରିଓ କଲେରା ସଂକ୍ରମଣକୁ ନେଇ କହିଛନ୍ତି ଯେ, "କମନ୍ ଜଳ ଉତ୍ସ ଯୋଗୁଁ କାଶୀପୁରରେ ଭିବ୍ରିଓ କଲେରା ସଂକ୍ରମଣ ହୋଇଛି । ସେଠାରେ ପ୍ରତ୍ୟେକଙ୍କ ପାଇଁ ଜଳ ଉତ୍ସ ସମାନ ଥିଲା । ସମ୍ପୃକ୍ତ ଇଲାକାରେ ଥିବା ଜଳ ଉତ୍ସରେ ଭିବ୍ରିଓ କଲେରା ଜୀବାଣୁ ଥିବା ରାଜ୍ୟ ସରକାର ସ୍ପଷ୍ଟ କରି ସାରିଛନ୍ତି । ସେହି ସ୍ଥାନରେ ଜଳ ଉତ୍ସ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ପ୍ରଥମେ ସ୍ଥିତି ସେତେଟା ଭଲ ନଥିଲା । ସ୍ୱାସ୍ଥ୍ୟ ବିଭାଗର ମନିଟରିଂ ଟିମ୍‌ ଲଗାତାର ସେଠାରେ ଉପସ୍ଥିତ ରହି ସମସ୍ତ ସ୍ଥିତି ଉପରେ ନଜର ରଖିଛନ୍ତି ।"

କାଶୀପୁର ପରେ ଏବେ କୋରାପୁଟରେ କଲେରା ବ୍ୟାପିବା ଆରମ୍ଭ କରିଛି । ଏଥିପାଇଁ ମଙ୍ଗଳବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ରାୟଗଡ଼ା ଓ କୋରାପୁଟ ଅଞ୍ଚଳ ପରିଦର୍ଶନ କରିଛନ୍ତି । କାଶୀପୁର ଭଳି ଅଞ୍ଚଳରେ ଅଧିକାଂଶ ଆଦିବାସୀ ରହୁଛନ୍ତି । ଝରଣା ପାଣିକୁ ସେମାନେ ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି । ଯଦି ଏହି ପାଣିରେ ସଂକ୍ରମିତ ଜୀବାଣୁ ରହିଥିବେ ତେବେ ଏହି ପାଣି ଯେଉଁଆଡ଼େ ବୋହିଥିବ ସେହି ସବୁ ସ୍ଥାନରେ ଏହି ଜଳ ଉତ୍ସ ବ୍ୟବହାର କଲେ କଲେରା ବ୍ୟାପିବାର ଆଶଙ୍କା ରହିଛି । ଏଭଳି ଜଳ ଉତ୍ସ ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ସ୍ଥିତି ଉଦବେଗଜନକ ନାହିଁ । ଏହାକୁ ମହାମାରୀ କୁହାଯାଇପାରିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.