ETV Bharat / city

ସୋମବାର ଠୁ ଖୋଲୁଛି ସ୍କୁଲ-କଲେଜ, ଲକ୍ଷଣ ଥିଲେ ପିଲାଙ୍କୁ ନ ଛାଡିବାକୁ ପରାମର୍ଶ

author img

By

Published : Feb 6, 2022, 6:09 PM IST

ସୋମବାର ଠୁ ଖୋଲୁଛି ଅଷ୍ଟମରୁ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ । ଲକ୍ଷଣ ଥିଲେ ସ୍କୁଲ୍ ନ ଛାଡିବାକୁ ଅଭିଭାବକଙ୍କୁ ପରାମର୍ଶ । ଅଧିକ ପଢନ୍ତୁ

ସୋମବାରଠୁ ଖୋଲୁଛି ସ୍କୁଲ-କଲେଜ, ଲକ୍ଷଣ ଥିଲେ ପିଲାଙ୍କୁ ସ୍କୁଲ ନଛାଡିବାକୁ ପରାମର୍ଶ

ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ଠାରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ । ଅଷ୍ଟମ ଶ୍ରେଣୀ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ସମସ୍ତ କ୍ଳାସ ଅଫଲାଇନରେ ଆରମ୍ଭ ହେବ । ଏନେଇ ସମସ୍ତ କୋଭିଡ ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ଷଣ ପ୍ରକାଶ ପାଉଥିଲେ ପିଲାଙ୍କୁ ସ୍କୁଲ ନଛାଡିବା ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସ୍କୁଲ ଖୋଲିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସ୍କୁଲ କଲେଜରେ ସର୍ଭେଲାନ୍ସ ଜାରି ରହିବ । ଗାଁରେ ଆଶାକର୍ମୀ କାମ କରୁଛନ୍ତି । ଆରଆରଟି ଟିମ ବି ରହିଛି । କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର୍ଯ୍ୟ କରାଯିବ । ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟ ତେଣୁ ଅଭିଭାବକମାନଙ୍କ ଦାୟିତ୍ୱ ରହିବ । ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରକାଶ ପାଉଛି ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ ବୋଲି ଅଭିଭାବକଙ୍କୁ ଅପିଲ୍ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଶିକ୍ଷକମାନଙ୍କୁ ମଧ୍ୟ ସାମାଜିକ ଦୂରତା ସହ ସଫା ସୁତୁରା ରଖି ଭେଣ୍ଟିଲେସନ ରୁମରେ କାର୍ଯ୍ୟ କରିବାକୁ ପରାମର୍ଶ ରହିଛି । କିଛି ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି । ସୂଚନା ଅନୁଯାୟୀ, ରାଜ୍ୟରେ ଆସନ୍ତାକାଲି (ସୋମବାର) ଠାରୁ ଅଷ୍ଟମରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଖୋଲାଯିବ । 14 ତାରିଖ ଠାରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ଦିନ 10 ରୁ 1ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା । ଦିନ 10 ରୁ 4 ଟା ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ଶ୍ରେଣୀ ପାଠପଢା ହେବ ।

କ୍ଳାସ ରୁମରେ ସମସ୍ତ ପ୍ରକାରର କୋଭିଡ କଟକଣା ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପାଠ ପଢ଼ାଯିବାକୁ ନେଇ ନିର୍ଦ୍ଦେଶ ରହିଛି । ସ୍କୁଲ ଓ କଲେଜରେ ପ୍ରତ୍ୟେକ ଦିନ କ୍ୟାମ୍ପସକୁ ସାନିଟାଇଜ କରାଯିବ । ଯଦି ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ଦେଖାଯାଏ ତେବେ ସେମାନଙ୍କୁ ସଂଗେ ସଂଗେ ଆଇସୋଲେସନରେ ରଖାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.