ETV Bharat / city

ପିଲାଙ୍କ କୋରୋନାକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - Health Director reaction over child covid

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ପୂର୍ବର ନ୍ୟାସନାଲ ସେରୋ ସର୍ଭେରେ ରାଜ୍ୟର 3ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଥିଲା । ଏବେ 12ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ । ପ୍ରଥମ ଓ ଦ୍ଵିତୀୟ ଲହରରେ 0ରୁ 10 ବର୍ଷ ବୟସର 3.5% ପିଲା ସଂକ୍ରମିତ ହେଉଥିଲେ । ଅଧିକ ପଢନ୍ତୁ...

ପିଲାଙ୍କ କୋରୋନାକୁ ନେଇ ଆତଙ୍କିତ ହେବାର କିଛି ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Aug 18, 2021, 4:10 PM IST

ଭୁବନେଶ୍ବର: ସେରୋ ସର୍ଭେ କେବଳ ଶିଶୁଙ୍କ ଲାଗି ନୁହେଁ, ଏଥିରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକ ଏଥିରେ ସାମିଲ ହେବେ । ରାଜ୍ୟର କେତେ ଲୋକଙ୍କ ଠାରେ ହାର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଛି, ତାହା ଜାଣିବା ଲାଗି ଏହା କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ପିଲାଙ୍କ କୋରୋନାକୁ ନେଇ ଆତଙ୍କିତ ହେବାର କିଛି ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ସେ କହିଛନ୍ତି, ପୂର୍ବର ନ୍ୟାସନାଲ ସେରୋ ସର୍ଭେରେ ରାଜ୍ୟର 3ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଥିଲା । ଏବେ 12ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ । ପ୍ରଥମ ଓ ଦ୍ଵିତୀୟ ଲହରରେ 0ରୁ 10 ବର୍ଷ ବୟସର 3.5% ପିଲା ସଂକ୍ରମିତ ହେଉଥିଲେ । 10ରୁ 18 ବର୍ଷର 8ରୁ 8.5% ପିଲା ପଜିଟିଭ ହେଉଥିଲେ । ଦ୍ଵିତୀୟ ଲହରରେ ଡେଲ୍ଟାର ପ୍ରାଦୁର୍ଭାବ ସତ୍ତ୍ୱେ ପିଲାଙ୍କ ସଂକ୍ରମଣ ହାର 12% ପାଖାପାଖି ଥିଲା । ପିଲାମାନେ ପ୍ରାୟତଃ ଗୁରୁତର ହୁଅନ୍ତି ନାହିଁ । ତେଣୁ ଡାକ୍ତରଖାନା ଯିବା ପିଲାଙ୍କ ସଂଖ୍ୟା ବହୁତ କମ । ଆଇସିୟୁ ଯିବା ପିଲାଙ୍କ ସଂଖ୍ୟା ଢେର କମ । ଆକଳନ ଅନୁସାରେ ଯେତିକି ପିଲା ସଂକ୍ରମିତ ହେବେ, ସେଥିରୁ 5 ରୁ 6% ଡାକ୍ତରଖାନା ଯିବେ ବୋଲି କେନ୍ଦ୍ର ସରକାରଙ୍କ ଆକଳନ କହୁଛି । ତେଣୁ ବର୍ତ୍ତମାନଠୁ ଆତଙ୍କିତ ହେବାର କିଛି ନାହିଁ ।

ଯେହେତୁ ତୃତୀୟ ଲହରରେ ପିଲା ଆକ୍ରାନ୍ତ ସଂଖ୍ୟା ବଢ଼ିବ ବୋଲି ଆକଳନ କରାଯାଇଛି, ତେଣୁ, ରାଜ୍ୟ ସରକାର ପିଲାଙ୍କ ସଂକ୍ରମଣର ମ୍ୟାପିଂ କରୁଛନ୍ତି । 18 ବର୍ଷ ତଳକୁ ଟିକା ଦିଆଯାଉ ନଥିବାରୁ ସେଥିଲାଗି ଏହି ପ୍ରସ୍ତୁତି । ତେବେ ପିଲାଙ୍କ ସଂକ୍ରମଣ ରୋକିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବେଡ଼ ଠାରୁ ଆରମ୍ଭ କରି ଔଷଧ ଓ ଅକ୍ସିଜେନ ଯାଏଁ ସବୁ କିଛି ପ୍ରସ୍ତୁତ ରଖାଯାଉଛି । ଏବେ ଆମର ଶିଶୁ ସଂକ୍ରମଣ ଜାତୀୟ ହାର ଭିତରେ ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.