ETV Bharat / city

ଲକ୍ଷଣ ନଥିଲେ କରନ୍ତୁନି ଟେଷ୍ଟିଂ, ଅନାବଶ୍ୟକ ମେଡ଼ିସିନ ବ୍ୟବହାର କରନ୍ତୁ ନାହିଁ

author img

By

Published : Jan 15, 2022, 3:19 PM IST

କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ନେଇ ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ଲକ୍ଷଣ ନଥିଲେ ଟେଷ୍ଟିଂ ଆବଶ୍ୟକ ନାହିଁ, ଅନାବଶ୍ୟକ ମେଡ଼ିସିନ ବ୍ୟବହାର କରନ୍ତୁ ନାହିଁ

ଭୁବନେଶ୍ବର: କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବି ଲକ୍ଷଣ ନଥିଲେ ଟେଷ୍ଟିଂ କରିବାର ଆବଶ୍ୟକ ନାହିଁ । ଅନାବଶ୍ୟକ ମେଡିସିନ ବ୍ୟବହାର ନକରିବା ସହ ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ୍ ଦରକାର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଲକ୍ଷଣ ନଥିଲେ ଟେଷ୍ଟିଂ ଆବଶ୍ୟକ ନାହିଁ : ଅନାବଶ୍ୟକ ମେଡ଼ିସିନ ବ୍ୟବହାର କରନ୍ତୁ ନାହିଁ

ଏଥି ସହ ଗାଇଡ ଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତି ବି ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ ବୋଲି ପରାମର୍ଶ ଦେଇଛନ୍ତି । ଏ ନେଇ ଜିଲ୍ଳା ଗୁଡିକୁ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ। ଆଜି ସୁଦ୍ଧା 61 ହଜାର ପଜିଟିଭ ଥିବାବେଳେ ମାତ୍ର 1100 ଡାକ୍ତରଖାନାରେ ଅଛନ୍ତି । 2 ପ୍ରତିଶତରୁ କମ୍ ହସ୍ପିଟାଲରେ ଅଛନ୍ତି । ICUରେ ପ୍ରାୟ 300 ଜଣ ଅଛନ୍ତି ।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି ଯେ ଜାନୁୟାରୀ ଶେଷରୁ ମାର୍ଚ୍ଚ ବେଳକୁ ପିକ ଖସିଯାଇଥିବ ଓ ସ୍ଥିତି ଭଲ ହେବାର ଯଥେଷ୍ଟ ସମ୍ଭାବନା ଅଛି ତେଣୁ ସେତେଦିନ ପର୍ଯ୍ୟନ୍ତ ସତର୍କ ଓ ସଚେତନତ ରହିବାକୁ ପଡିବ । ସ୍ଥିତି ଭଲ ହୋଇ ଆସିଲେ ଆଉ ଭ୍ୟାକସିନେସନ ଦରକାର ପଡ଼ିବନି, କିଛି ଲୋକଙ୍କୁ ଭ୍ୟାକସିନ ଦରକାର ପଡିବ । ଯଦି କାହାର ଲକ୍ଷଣ ଦେଖାଦେଉଛି ତେବେ ନିଜକୁ 5-7ଦିନ ଆଇସୋଲେଟ କରନ୍ତୁ ଯୁଆଡେ ଯାଉଛନ୍ତି ମାସ୍କ ବ୍ୟବହାର କରନ୍ତୁ । ଟେଷ୍ଟ କରିବା ଆବଶ୍ୟକ ନାହିଁ କାରଣ ଏତେ ମାତ୍ରାରେ ସଂକ୍ରମଣ ବଢିଛି ଯେ, ଯଦି କିଏ ରୋଗୀ କଣ୍ଟାକ୍ଟରେ ଆସିଥିବ ତେବେ ତାକୁ ସଂକ୍ରମଣ ମଧ୍ୟ ଡେଇଁଥିବ ।

ଅନ୍ୟଦେଶ ମାନଙ୍କରେ ଯେପରି ସ୍ଥିତି ଭଲ ହୋଇଆସିଲାଣି ସେପରି ଆମ ଦେଶରେ ତଥା ରାଜ୍ୟରେ ସ୍ଥିତି ଭଲ ହୋଇଯିବ, ତେଣୁ ସେତେ ପର୍ଯ୍ୟନ୍ତ ଆମକୁ ଧୋର୍ଯ୍ୟଧରି ରହିବାକୁ ପଡିବ । ମନଇଚ୍ଛା ମେଡିସିନି ଖାଆନ୍ତୁ ନାହିଁ l ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ପାରାସିଟାମଲ ଖାଆନ୍ତୁ ଆଉ ଅନ୍ୟ କୌଣସି ମେଡ଼ିସିନ ଖାଆନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.