ETV Bharat / city

HFMD ପାଇଁ ନାହିଁ ଔଷଧ, ରୋଗୀଙ୍କ ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : May 26, 2022, 10:09 PM IST

HFM ଡିଜିଜକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ନୂଆ ଆଉ ଚାରୋଟି ସାମ୍ପୁଲ ଟେଷ୍ଟିଂ ପାଇଁ ପଠାଯାଇଥିବା ନେଇ ଦେଲେ ସୂଚନା । ସେପଟେ HFMD ପାଇଁ ସ୍ବାସ୍ଥ୍ୟ ବିଭାଗ ସଚେତନ ଥିବା କହିଲେ । ଅଧିକ ପଢନ୍ତୁ

HFMD ପାଇଁ ନାହିଁ ଔଷଧ, ରୋଗୀଙ୍କ ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: HFM ଡିଜିଜକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ନୂଆ ଆଉ ଚାରୋଟି ସାମ୍ପୁଲ ଟେଷ୍ଟିଂ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ନଜର ରଖିଛନ୍ତି । ତେଣୁ ଜନସାଧାରଣ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

HFMD ପାଇଁ ନାହିଁ ଔଷଧ, ରୋଗୀଙ୍କ ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ତେବେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, 'ହାତ, ପାଦ, ପାଟିରେ ଦେଖା ଯାଉଥିବା ରୋଗ HFMD ସେଲ୍ଫ ଲିମିଟିଙ୍ଗ ଡିଜିଜ । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ କରାଯାଇନାହିଁ । ଏହି ରୋଗ ହେବା ଦ୍ବାରା ଦେହେରେ ହାଡଫୁଟି ପରି ଫୋଟକା ହୋଇଥାଏ । ଜ୍ବର ହେବା ସହ ମୁଁହରେ ମଧ୍ୟ ନାଲିଦାଗ ଦେଖାଯାଏ । ସେହିପରି ଏହି ରୋଗ ଆପେ ଆପେ ମଧ୍ୟ ଭଲ ହେବ । ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଉଛି ।'

ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ନଜର ରଖିଛନ୍ତି । ତେଣୁ ଜନସାଧାରଣ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇନାହିଁ । ତଥାପି ସତର୍କତା ଅବଲମ୍ବନ କରାଯାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.