ETV Bharat / city

ଗ୍ରାସ କରୁଛି କୋରୋନା ଭୂତାଣୁ, ଆଡ଼ଭାଇଜରି ଜାରି କଲା ସ୍ୱାସ୍ଥ୍ୟ ବିଭାଗ - ସ୍ୱାସ୍ଥ୍ୟ ବିଭାଗ ଆଡ଼ଭାଇଜରି ଜାରି

କୋରୋନା ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ ଆଡ଼ଭାଇଜରି ଜାରି କରିଛି । ଅଧିକ ପଢନ୍ତୁ...

aa
କୋରୋନା ଭୂତାଣୁ ପାଇଁ ଆଡଭାଇଜରି ଜାରି
author img

By

Published : Mar 4, 2020, 6:44 AM IST

ଭୁବନେଶ୍ବର: ମାଡି ଆସୁଛି କୋରୋନା ଭାଇରସ । 75ରୁ ଅଧିକ ରାଷ୍ଟ୍ରରେ କାୟା ବିସ୍ତାର କରି ସାରିଲାଣି । ଭାରତରେ 11 ଜଣଙ୍କ ପଜିଟିଭ ଆସିଛି । ଓଡ଼ିଶାରେ ବି ଏଭଳି ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଟୀକା ବା ଔଷଧ ପ୍ରସ୍ତୁତ ହୋଇପାରି ନାହିଁ । ତେଣୁ ସତର୍କତା ମୂଳକ ପଦକ୍ଷେପ ହିଁ ଏକମାତ୍ର ଉପାୟ । ଏଭଳି ସମୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ ଆଡ଼ଭାଇଜରି ଜାରି କରିଛି ।

1) ଏହା ନିଶ୍ଚିତ କରନ୍ତୁ କି ଆପଣଙ୍କ କାର୍ମକ୍ଷେତ୍ର ସଫା ଓ ସ୍ବାସ୍ଥ୍ୟ ପ୍ରଦ ରହିଛି । ଅଫିସରେ ବ୍ୟବହୃତ ଡେସ୍କ ଓ ଟେବୁଲ ଟେଲିଫୋନ, କି ବୋର୍ଡ ନିୟମିତ ସଫା କରନ୍ତୁ । ସଂକ୍ରମଣ ଏହାଦ୍ବାରା ହିଁ ବ୍ୟାପିଥାଏ ।

2) ସମସ୍ତ କର୍ମଚାରୀ ଯେପରି ନିୟମିତ ଭାବରେ ହାତ ଧୋଇବେ ତାହା ସୁନିଶ୍ଚିତ କରନ୍ତୁ । ଅଫିସରେ ପର୍ଯ୍ୟାପ୍ତ ସାବୁନ, ସାନିଟାଇଜର ରଖନ୍ତୁ । ନିୟମିତ ହାତ ଧୋଇବା ଦ୍ବାରା ଭାଇରସ ବ୍ୟାପୀ ନଥାଏ । ଏହାର ପ୍ରଚାର ପ୍ରସାର କରିବା ଉପରେ ଜୋର ଦେବାକୁ କୁହାଯାଇଛି।

3) ଶୁଦ୍ଧ ନିଶ୍ବାସ ପ୍ରଶ୍ବାସ ନେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଦରକାର । ଯଦି କୌଣସି ବ୍ୟକ୍ତି କାଶୁଥାନ୍ତି ତେବେ ସେମାନେ ଟିସ୍ୟୁ ପେପର, ମାସକ ବ୍ୟବହାର କରିବେ।4) କଫ, ଜ୍ବର ଯଦି କୌଣସି କର୍ମଚାରୀଙ୍କଠାରେ ଦେଖାଯାଏ ତେବେ ସେମାନେ ଆଇସୋଲେସନ କରିବା ନେଇ ବ୍ୟବସ୍ଥା ହେବ ।

5) କାହାକୁ ହ୍ୟାଣ୍ଡଶେକ କରନ୍ତୁ ନାହିଁ । ହଗ କରନ୍ତୁ ନାହିଁ । ଅତି କମରେ 1 ମିଟର ଦୂରରେ ରହି କଥା ହୁଅନ୍ତୁ ।

6) ଶପିଂ ମଲ, ମାର୍କେଟ, ରେଲୱେ ଷ୍ଟେସନ, ମେଳା ଭଳି ଜନଗହଳି ପୂର୍ଣ୍ଣ ସ୍ତଗଣକୁ ନଯିବା ଭଲ ।

7) ଥଣ୍ଡା, କାଶ ଭଳି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।

8) ପ୍ରଭାବିତ ଦେଶକୁ କୌଣସି କର୍ମଚାରୀଙ୍କୁ ପଠାନ୍ତୁ ନାହିଁ । ଯଦି ସେପେରି କୌଣସି ଜରୁରୀ ନାହିଁ । ଏଭଳି କିଛି ପଦକ୍ଷେପ ଓ ଯୋଜନା କରୋନା ଭୂତାଣୁକୁ ଦୂରେଇବାକୁ ଏଭଳି ପଦକ୍ଷେପ ଜରୁରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.