ଭୁବନେଶ୍ବର: ପ୍ରକୃତି ଓ ପରିବେଶର ସୁରକ୍ଷା ଆଜିର ଦିନରେ ଅନେକ ଗୁରୁତ୍ବ ବହନ କରେ। ଗତ ‘ଫନି’ ବାତ୍ୟାରେ ଓଡ଼ିଶାର ପରିବେଶ ଅନେକ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଯାହାକୁ ଦୃଷ୍ଟିରେ ରଖି ପରିବେଶକୁ ସୁସ୍ଥ ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଗ୍ରୀନ ମାରାଥନ ଆୟୋଜନ କରାଯାଇଛି।
ଯେଉଁଥିରେ ଛୁଆଠାରୁ ଆରମ୍ଭ କରି ବୃଦ୍ଧ ଏପରିକି ଦିବ୍ୟାଙ୍ଗମାନେ ମଧ୍ୟ ଆଗ୍ରହର ସହକାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏହି ଗ୍ରୀନ ମାରାଥନରେ ଷ୍ଟେଟ ବ୍ୟାଙ୍କର ସିଜିଏମ ପ୍ରବୀଣା କାଲା, କ୍ରୀଡ଼ାବିତ ଦୂତି ଚାନ୍ଦ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହିତ ପରିବେଶକୁ ସୁରକ୍ଷା କରିବା ଦିଗରେ ପରାମର୍ଶ ଦେଇଥିଲେ।
ଏହି ମାରାଥନରେ ପାଖାପାଖି 2 ହଜାରରୁ ଊର୍ଦ୍ଧ୍ବ ଲୋକ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ବିଭିନ୍ନ କାଟାଗୋରୀରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ 10, 7 ଓ 5 ହଜାର ଟଙ୍କାର ଅର୍ଥ ରାଶି ଘୋଷଣା କରାଯାଇଥିଲା । ଏଥିସହିତ ସାର୍ଟିଫିକେଟ ଦିଆଯାଇ ସମ୍ମାନିତ କରାଯାଇଛି । ଏହିପରି ଆୟୋଜନ ଆଗାମୀ ଦିନରେ କରାଯିବାର ଅନେକ ଆବଶ୍ୟକତା ରହିଛି । ଯାହାଦ୍ବାରା ଭବିଷ୍ୟତ ପିଢ଼ି ଆଥଲେଟଙ୍କ ପାଇଁ ଆବଶ୍ୟକ ଥିବାବେଳେ ଏସବିଆଇ ଏହା ଜାରି ରଖିବ ବୋଲି କହିଛନ୍ତି ପ୍ରବୀଣା କାଲା।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ