ETV Bharat / city

ଭୁବନେଶ୍ବରରେ ଗ୍ୟାଷ୍ଟ୍ରୋକନ ସମ୍ମିଳନୀ, ଭାଗନେବେ ଦେଶର 30 ବିଶେଷଜ୍ଞ ଡାକ୍ତର - ଓଡ଼ିଶାରେ ହେବ ଦୁଇ ଦିନିଆ ପୂର୍ବାଞ୍ଚଳ ଗାଷ୍ଟ୍ରକନ ସମ୍ମିଳନୀ

ସେପ୍ଟେମ୍ବର 27  ଏବଂ 28ରେ ଭୁବନେଶ୍ବରରେ ହେବାକୁ ଯାଉଛି ପୂର୍ବାଞ୍ଚଳ ଗ୍ୟାଷ୍ଟ୍ରୋକନ ସମ୍ମିଳନୀ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 25, 2019, 9:55 PM IST

ଭୁବନେଶ୍ବର: ଭୁବନେଶ୍ବରରେ ହେବାକୁ ଯାଉଛି ଦୁଇ ଦିନିଆ ପୂର୍ବାଞ୍ଚଳ ଗ୍ୟାଷ୍ଟ୍ରୋକନ ସମ୍ମିଳନୀ। ଯେଉଁଥିରେ ସାରା ଦେଶରୁ 30 ଜଣ ବିଶେଷଜ୍ଞ ଯୋଗ ଦେଇ ଏଥିରେ ଭାଗ ନେଉଥିବା ଡାକ୍ତର, ଫିଜିସିଆନ, ଟେକ୍ନିସିଆନ ଓ ପ୍ରାକ୍ଟିସନରମାନଙ୍କୁ ନୂଆ ଟେକ୍ନୋଲୋଜି ବିଷୟରେ ଟ୍ରେନିଂ ଦେବେ। ଏନେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଡ଼ଃ ମନୋଜ ସାହୁ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ତେବେ ସେପ୍ଟେମ୍ବର27 ଏବଂ 28ରେ ହେବାକୁ ଥିବା ଏହି ସମ୍ମୀଳନିର ମୂଳ ଲକ୍ଷ୍ୟ ରହିଛି, ମୁଖ୍ୟତଃ ପୂର୍ବାଞ୍ଚଳ ରାଜ୍ୟ ସମୂହର ଡାକ୍ତରମାନଙ୍କୁ ପେଟ ରୋଗ ତଥା ଲିଭର, ଗଲ ବ୍ଲଡର, ପାନ କ୍ରିଆଜ, ଏସିଡ ଆଦି ପାଇଁ ଆସୁଥିବା ନୂଆ ଟେକ୍ନୋଲୋଜି ସମ୍ପର୍କରେ ଜଣାଇବା ସହ ସେମାନଙ୍କୁ ଟ୍ରେନିଙ୍ଗ ଦେବା । ଫଳରେ ଯାହାକୁ ସେମାନେ ସେମାନଙ୍କ ରାଜ୍ୟରେ ରୋଗୀ ସେବାରେ ବ୍ୟବହାର କରି ଉତ୍ତମ ଚିକିତ୍ସା ଦେଇ ପାରିବେ ।

ଏଥିରେ ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ପ୍ରଭୃତି ରାଜ୍ୟରୁ ପ୍ରାୟ 300-400 ଡାକ୍ତର ଅଂଶଗ୍ରହଣ କରିବେ। ମେ ଫେୟାର ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିବେ ବୋଲି ଡ଼ଃ ସାହୁ ପ୍ରକାଶ କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମୀଳନିରେ ଅନ୍ୟତମ ଆୟୋଜକ କମିଟିର ସଦସ୍ୟ ଭାବେ ଡ଼ଃ ସୁଶାନ୍ତ ସେଠୀ ଯୋଗ ଦେଇଥିଲେ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଈଟିଭି ଭାରତ

Intro:ଓଡ଼ିଶାରେ ହେବ ଦୁଇ ଦିନିଆଁ ପୂର୍ବାଞ୍ଚଳ ଗାଷ୍ଟ୍ରକନ 2019 ସମ୍ମିଳନୀ
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ ହେବାକୁ ଯାଉଛି ଦୁଇ ଦିନିଆଁ ପୂର୍ବାଞ୍ଚଳ ଗାଷ୍ଟ୍ରକନ ସମ୍ମିଳନୀ।ଯେଉଁଥିରେ ସାରା ଦେଶରୁ 30 ଜଣ ବିଶେଷଜ୍ଞ ଯୋଗ ଦେଇ ଏଥିରେ ଭାଗ ନେଉଥିବା ଡାକ୍ତର,ଫିଜିସିଆନ,ଟେକ୍ନିସିଆନ ଓ ପ୍ରାକ୍ଟିସନର ମାନଙ୍କୁ ନୂଆ ଟେକ୍ନୋଲୋଜି ବିଷୟରେ ଟ୍ରେନିଂ ଦେବେ।
Body:ଆଜି ଏନେଇ ଆୟୋଜକ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ଼ଃ ମନୋଜ ସାହୁ କହିଛନ୍ତି କି ମୁଖ୍ୟତଃ ପୂର୍ବାଞ୍ଚଳ ରାଜ୍ୟ ସମୂହ ର ଡାକ୍ତର ଓ ଅନ୍ୟ ସମସ୍ତ ଜଡିତ କର୍ମଚାରୀ ଯେଉଁମାନେ ପେଟ ରୋଗ,ଲିଭର,ଗଲ ବ୍ଲଡର,ପାନ କ୍ରିଆଜ ,ଏସିଡ ଆଦି ଦ୍ୱାରା ହେଉଥିବା ରୋଗ ସହିତ ସମ୍ପୃକ୍ତ ସେମାନଙ୍କୁ ଦିନ କୁ ଦିନ ଅପଡେଟ ହେଉଥିବା ନୂଆ ଟେକ୍ନୋଲୋଜି ସହିତ ପରିଚିତ କରାଇବା।ଯାହାକୁ ସେମାନେ ସେମାନଙ୍କ ରାଜ୍ୟରେ ରୋଗୀ ସେବାରେ ବ୍ୟବହାର କରି ଉତ୍ତମ ଚିକିତ୍ସା ଦେଇ ପାରିବେ ବୋଲି ସେ କହିଛନ୍ତି।
ଏଥିରେ ପଶ୍ଚିମବଙ୍ଗ,ବିହାର,ଝାରଖଣ୍ଡ,ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ପ୍ରଭୁତି ରାଜ୍ୟରୁ ପ୍ରାୟ 300 /400 ଶହ ଅଂଶଗ୍ରହଣ କରିବାର ସୂଚନା ଦେଇଛନ୍ତି।ଏହି ସମ୍ମିଳନୀ ଆସନ୍ତା 27 ତାରିଖ ରେ ମେ ଫେୟାର ଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦ୍ଘାଟନ କରିବେ ବୋଲି ଡ଼ଃ ସାହୁ ପ୍ରକାଶ କରିଛନ୍ତି।ଆଜିର ଏହି ପ୍ରେସ ମିଟ ରେ ଅନ୍ୟତମ ଆୟୋଜକ କମିଟିର ସଦସ୍ୟ ଭାବେ ଡ଼ଃ ସୁଶାନ୍ତ ସେଠି ଦୁଇ ଦିନିଆ କର୍ମଶାଳାରେ ହେବାକୁ ଥିବା ଅନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ।
ବାଇଟ-ଡ଼ଃ ମନୋଜ ସାହୁ,
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.