ETV Bharat / city

22 ହଜାର ନିର୍ମାଣ ଶ୍ରମିକଙ୍କୁ ଯୋଗାଯାଇଛି ପକ୍କା ଘର

author img

By

Published : Mar 2, 2020, 1:11 PM IST

Updated : Mar 2, 2020, 1:59 PM IST

ନିର୍ମାଣ ଶ୍ରମିକ ସେବା ସପ୍ତାହ 2020 ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ଉଦଘାଟନ କରିଥିବାବେଳେ, ନିର୍ମାଣ ଶ୍ରମିକଙ୍କ ପାଇଁ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା କରିଥିବା ନେଇ କହିଛନ୍ତି ନବୀନ । ଅଧିକ ପଢନ୍ତୁ...

22 ହଜାର ନିର୍ମାଣ ଶ୍ରମିକଙ୍କୁ ଯୋଗାଯାଇଛି ପକ୍କା ଘର
22 ହଜାର ନିର୍ମାଣ ଶ୍ରମିକଙ୍କୁ ଯୋଗାଯାଇଛି ପକ୍କା ଘର

ଭୁବନେଶ୍ବର: ନିର୍ମାଣ ଶ୍ରମିକ ସେବା ସପ୍ତାହ 2020 ଉଦଘାଟନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିବାବେଳେ, ଏହା ଆଜି ଠାରୁ 8 ତାରିଖ ଯାଏଁ ଏହି ସପ୍ତାହ ପାଳନ କରାଯିବ । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଛନ୍ତି ଶ୍ରମିକମାନଙ୍କର ତ୍ୟାଗ ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଓଡିଶା ଆଜି ନିର୍ମାଣ ଓ ବିକାଶ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହା ସହ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରୀ ସର୍ବଦା ପ୍ରତିଶୃତିବଦ୍ଧ ।

ଅଣ ସଙ୍ଘଠିତ ଶ୍ରମିକ ହେଉ ପ୍ରବାସୀ ଶ୍ରମିକ ଅବା ନିର୍ମାଣ ଶ୍ରମିକ ସମସ୍ତଙ୍କ କ୍ଷେତ୍ରରେ ସରକାର ସେମାନଙ୍କ ସୁରକ୍ଷା ପାଇଁ ବହୁ କଲ୍ୟାଣକାରୀ ଯୋଜନା କରିଛନ୍ତି । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ 29ଲକ୍ଷରୁ ଉର୍ଦ୍ଧ୍ବ ଶ୍ରମିକ ପଞ୍ଜିକୃତ କରାଯାଇ 1518କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ଛଡା 22 ହଜାର ନିର୍ମାଣ ଶ୍ରମିକଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି ।

ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଆମ ରାଜ୍ୟ ଭାରତ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଏହି ସମାରୋହରେ ଶ୍ରମ କର୍ମଚାରୀ ରାଜ୍ୟ ବୀମା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, 29ଲକ୍ଷରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇ ପ୍ରାୟତଃ 1 କୋଟି ଲୋକଙ୍କୁ ସାମାଜିକ ସୁରକ୍ଷା ବଳୟ ଭିତରକୁ ଅଣାାଇଛି ।

ସେହିପରି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲାରେ 20ଟି ବ୍ଲକରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରେ ଅତିରିକ୍ତ 100ଦିନର କାର୍ଯ୍ୟ ସହ ଦୈନିକ ମଜୁରୀ ହାରକୁ 188ଟଙ୍କାରୁ 286 ଟଙ୍କା 30 ପଇସାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ସେପଟେ,ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ6 ହଜାରରୁ ଅଧିକ ନିର୍ମାଣ ଶ୍ରମିକଙ୍କ ସହ ଶ୍ରମିକ ସଙ୍ଗଠନର ବହୁ ପ୍ରମୁଖ ନେତା ଓ ଉଚ୍ଚ ସରକାରୀ ପଦାଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 2, 2020, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.