ETV Bharat / city

ଧାନକିଣା ଦୁର୍ନୀତି: ସମବାୟ ସମିତି ସଂପାଦକ ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ - ଭଦ୍ରକ ଖବର

ଭଦ୍ରକ ମାଳଦା ସେବା ସମବାୟ ସମିତିର ସଂପାଦକ ନିଲମ୍ବିତ ଓ ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟରୁ ବହିଷ୍କୃତ । ଏ ନେଇ ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

paddy procurement corruption
ଧାନକିଣା ଦୁର୍ନୀତି: ସମବାୟ ସମିତି ସଂପାଦକ ନିଲମ୍ବିତ,ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ
author img

By

Published : Mar 5, 2021, 7:19 PM IST

ଭୁବନେଶ୍ବର: ଧାନ କିଣା ଦୁର୍ନୀତିରେ ଲିପ୍ତ କର୍ମଚାରୀଙ୍କୁ ଛାଟ । ଭଦ୍ରକ ମାଳଦା ସେବା ସମବାୟ ସମିତିର ସଂପାଦକ ନିଲମ୍ବିତ ଓ ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟରୁ ବହିଷ୍କୃତ । ଏ ନେଇ ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି ।

ଧାନ କିଣାରେ ଅନିୟମିତତା ଏବଂ ବିଭାଗ ଦ୍ବାରା ଜାରି କରାଯାଇଥିବା ଧାନକିଣା ସଂପର୍କିତ ନିର୍ଦ୍ଦେଶାବଳୀର ଉଲ୍ଲଘନ ଅଭିଯୋଗରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମାଳଦା ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ମଦନମୋହନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏଥି ସହିତ ସମିତିର ଡାଟା ଏଣ୍ଡି ଅପରେଟର ଧୀରେନ୍ଦ୍ର କୁମାର ଧଳଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଳଦା ସମିତିରେ ଧାନକିଣାର ଅନିୟମିତତା ସଂପର୍କରେ ଯୁଗ୍ଧକମିଟି ଦ୍ଵାରା ଯାଞ୍ଚ କରାଯିବା ପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.