ETV Bharat / city

ରାଜ୍ୟପାଳଙ୍କ ଅଭିଭାଷଣ: ଫୋକସରେ ବିକାଶ, ନୂଆ ଓଡିଶା

author img

By

Published : Feb 14, 2020, 1:37 PM IST

ବିଧାନସଭାରେ ସରକାରର ସଫଳତାକୁ ଅଭିବାଦନ ଜରିଆରେ ପ୍ରକାଶ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ମୋ ସରକାର ଓ 5ଟି କୁ ଅଭିଭାଷଣରେ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି ରାଜ୍ୟପାଳ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

governors-speech
governors-speech

ଭୁବନେଶ୍ବର : ବିଧାନସଭାରେ ଆରମ୍ଭ ହୋଇଛି ବଜେଟ ଅଧିବେସନ । ଗୃହରେ ସରକାରର ସଫଳତାକୁ ଅଭିବାଦନ ଜରିଆରେ ପ୍ରକାଶ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ମୋ ସରକାର ଓ ଫାଇଭ ଟି କୁ ଅଭିଭାଷଣରେ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି ରାଜ୍ୟପାଳ। ଜାତୀୟ ଏଜେଣ୍ଡା ଆଧାରରେ ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବା ପାଇଁ ପଦକ୍ଷେପ ନିଆଯାଉଛି। କାଳିଆ ଯୋଜନାରେ 50 ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ 25 ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ସହାୟତା ମିଳିବ। 2020-21ରେ 1.84 ଲକ୍ଷ ହେକ୍ଟର ଚାଷଜମି ଜଳସେଚନ କରିବା ପାଇଁ ଲକ୍ଷ ରଖାଯାଇଥିବା କହିଛନ୍ତି ଗଣେଶୀ ଲାଲ ।

ଫୋକସରେ ବିକାଶ, ନୂଆ ଓଡିଶା

2014-15ରୁ ଏ ପର୍ଯ୍ୟନ୍ତ 23 ଲକ୍ଷରୁ ଅଧିକ ପକ୍କା ଘର ନର୍ମାଣ କରି ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଓଡ଼ିଶା। 2024 ସୁଦ୍ଧା ସମସ୍ତଙ୍କ ଘରକୁ ପାଣି ଯୋଗାଯିବ। ଏସସିବି ମେଡିକାଲ କଲେଜ ପୁନଃ ବିକଶିତ ହେବ। ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକରେ ଓଡିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବିକ ରଣ ପ୍ରୋତ୍ସାହନ ଯୋଜନା ଲାଗୁ ହେବ। 2020-21 ବର୍ଷରେ 2 ଲକ୍ଷ 28 ହଜାର 922 ଏସସି ଏବଂ ଏସଟି ପିଲାଙ୍କୁ ମିଳିବ ଛାତ୍ରବୃତ୍ତି। ପଛୁଆ ବର୍ଗର 10 ହଜାର ଛାତ୍ରଛାତ୍ରୀ ଆବାସିକ ସୁବିଧା ଯୋଗାଇ ଦିଆଯିବ। ଋଣଗ୍ରସ୍ତ ଅବସ୍ଥାରୁ ଆସି ସରକାର ସ୍ଥିରତା ହାସଲ କରିଥିବା କହିଛନ୍ତି ରାଜ୍ୟପା ।

2002-03 ମୋଟ ଋଣ ଘରୋଇ ଅନୁପାତ 50.7 ପ୍ରତିଶତ ଥିଲା। ଏବେ 18-19 ଆର୍ଥିକ ବର୍ଷ ସୁଦ୍ଧା 16. 8 ପ୍ରତିଶତରେ ପହଁଚିଛି। ପୁରୀ ପାଇଁ 2308 କୋଟି ଟଙ୍କା ବ୍ୟୟରେ 15ଟି ପ୍ରକଳ୍ପ କରାଯିବ। ଏବଂ ଅନ୍ୟ 6ଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 9ଶହ କୋଟି। ଆସନ୍ତା ବର୍ଷ 250ଟି ସେତୁ, 2542 କିଲୋମିଟର ରାସ୍ତା ନିର୍ମାଣ ହେବ। ସଡ଼କ ଦୁର୍ଘଟଣା କମାଇବା ପାଇଁ ସଡକ ସୁରକ୍ଷା ଆକ୍ସନ ପ୍ଲାନ ପ୍ରସ୍ତୁତ ହେଉଛି। ପର୍ଯ୍ୟଟନ ସ୍ଥଳୀର ବିକାଶ 4ଟି ବୃହତ ପ୍ରକଳ୍ପ ଓ 13 ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ କରାଯିବ। ସେହିପରି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ତାଳେଶ୍ବର- ଉଦୟପୁରରେ ସମୁଦ୍ର ତଟ ବିଶ୍ବସ୍ତରୀୟ ବେଳାଭୂମିରେ କଟେଜ ନିର୍ମାଣ କରାଯିବ ବୋଲି କହିଛନ୍ତି।

ରାଜ୍ୟପାଳ ଆହୁରି କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ବର୍ତ୍ତମାନ ସରକାରଙ୍କ ଫୋକସରେ ଯୋଗାଯୋଗ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଜଳସେଚନ, କୃଷି ସହାୟତା, ସ୍ବାସ୍ଥ୍ୟ ସେବା, ଶିକ୍ଷା ଭିତ୍ତିଭୂମି ରହିଛି। ରାଜ୍ୟପାଳ କହିଛନ୍ତି ଓଡିଶାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ପ୍ରଗତିଶୀଳ କରିବା ଦିଗରେ ଏହା ସହାୟକ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.