ETV Bharat / city

କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ ପୁସ୍ତକକୁ ଉନ୍ମୋଚନ କଲେ ରାଜ୍ୟପାଳ

author img

By

Published : Oct 11, 2022, 6:36 PM IST

Updated : Oct 11, 2022, 7:50 PM IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ଆଧାରିତ 'କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ' ପୁସ୍ତକ ଉନ୍ମୋଚିତ ହୋଇଛି । ବିଶିଷ୍ଟ ଲେଖକ ପଣ୍ଡିତ ଦୈତାରୀ ମହାପାତ୍ର ଏହାକୁ ଲେଖିଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁସ୍ତକର ଉନ୍ମୋଚନ କରିଛନ୍ତି । ଅଧିକ ପଢନ୍ତୁ

କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ ପୁସ୍ତକକୁ ଉନ୍ମୋଚନ କଲେ ରାଜ୍ୟପାଳ
କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ ପୁସ୍ତକକୁ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ବର: ବିଶିଷ୍ଟ ଲେଖକ ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ଦ୍ଵାରା ଓଡିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲିଖିତ ପୁସ୍ତକ 'କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ' ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକ ଟି ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚନ ହୋଇଛି । ରାଜଭବନରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଲେଖକ ଦୈତାରୀ ମହାପାତ୍ର ରାଜ୍ୟପାଳଙ୍କୁ ସାତ ଖଣ୍ଡ ପୁସ୍ତକ ପ୍ରଦାନ କରିଛନ୍ତି ।

ଲେଖକ ଦୈତାରୀ ମହାପାତ୍ର ମାତ୍ର ୧୮ ଦିନ ଭିତରେ ଅକ୍ଳାନ୍ତ ପରିଶ୍ରମ କରି ଦେଶର ପଞ୍ଚଦଶ ରାଷ୍ଟ୍ରପତି 'କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ' ନାମକ ପୁସ୍ତକଟି ରଚନା କରିଥିଲେ । ପୁସ୍ତକରେ ରାଷ୍ଟ୍ରପତି ମୁର୍ମୁଙ୍କ ଜୀବନୀ, ତାଙ୍କର ରାଜନୀତି କ୍ୟାରିୟରଠୁ ନେଇ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ଯାତ୍ରା ସବୁ ବର୍ଣ୍ଣନା କରାଯାଇଛି । ସେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଗ, ଭାରତୀୟ ନାରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲିଖିତ ୨ଟି ପୁସ୍ତକ, ମୋଟ ଏହିପରି ୮ଟି ପୁସ୍ତକ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ- ପରିବହନ ଆୟୋଗଙ୍କୁ ଚିଠି, ନୂଆ ନମ୍ବର ପ୍ଲେଟ ସମୟର ପୁନଃବିଚାର କର

ଏନେଇ ଲେଖକ କହିଛନ୍ତି, "ରାଜ୍ୟପାଳଙ୍କ ହସ୍ତରେ ପଞ୍ଚଦଶ ରାଷ୍ଟ୍ରପତି 'କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ' ନାମକ ପୁସ୍ତକର ଉନ୍ମୋଚନ ନେଇ ଯେଉଁ ଇଚ୍ଛା ଥିଲା ତାହା ଆଜି ପୂରଣ ହୋଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ୪ଟି ପୁସ୍ତକର ଉନ୍ମୋଚନ ହୋଇସାରିଛି । ଯେଉଁମାନଙ୍କର ଆମ ସମାଜ, ସଭ୍ୟତା, ସଂସ୍କୃତି ପ୍ରତି କିଛି ଉଲ୍ଲେଖନୀୟ ଅବଦାନ ରହିଛି, ସେହି ମାନଙ୍କ ଜୀବନୀ, କୃତୀତ୍ଵ, ନିଷ୍ଠା, ଏକାଗ୍ରତା ଏବଂ ସାମଗ୍ରୀକ ଜୀବନକୁ ନେଇ ପୁସ୍ତକ ରଚନା କରୁଛି ।" ଆଗାମୀ ଦିନରେ ଓଡିଶାର ରାଜ୍ୟପାଳଙ୍କ ବିଷୟରେ ପୁସ୍ତକ ରଚନା କରିବେ ବୋଲି କହିଛନ୍ତି ।

ପାଖାପାଖି ୪୦୦ରୁ ୫୦୦ ପୃଷ୍ଠା ସମ୍ବଳିତ ପୁସ୍ତକର ଲେଖା ଆରମ୍ଭ ହୋଇ ଯାଇଛି । ଏପରିକି ଆଗାମୀ ୩ ମାସ ଭିତରେ ୧୦୮ ଖଣ୍ଡ ପୁସ୍ତକ ଏକକାଳୀନ ଭାବେ ରାଜ୍ୟପାଳଙ୍କ ହାତରେ ଲୋକାର୍ପଣ କରାଇବାର ଲକ୍ଷ୍ୟ ଥିବା ପଣ୍ଡିତ ଦୈତାରୀ ମହାପାତ୍ର କହିଛନ୍ତି । ଏଯାବତ ସେ ୩୦୩୭ଟି ପୁସ୍ତକ ରଚନା କରି ଓଡ଼ିଶାର ଭାଷା ସାହିତ୍ୟ କୁ ସୁଦୃଢ଼ କରିଛନ୍ତି ଯାହା ବିଶ୍ବରେ ବିରଳ । ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ସାହିତ୍ୟ ସଂସ୍କୃତି ପାଇଁ ଉତ୍ସର୍ଗ କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ଆଇନଜୀବୀ ମହେଶ ରାୟ ଏବଂ ତୁଲସୀରାମ ଜଗତ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 11, 2022, 7:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.