ETV Bharat / city

ସ୍କାଉଟ-ଗାଇଡ଼ଙ୍କ ନିଃସ୍ୱାର୍ଥପର ସେବା ବିଶ୍ଵ ପାଇଁ ପ୍ରେରଣାର ଉତ୍ସ: ରାଜ୍ୟପାଳ - bhubaneswar

ସ୍କାଉଟ ଓ ଗାଇଡ଼ଙ୍କ କାମକୁ ନେଇ ଖୁବ୍‌ ପ୍ରଶଂସା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବିଶ୍ଵପାଇଁ ସେମାନେ ପ୍ରେରଣାର ଏକ ଉତ୍ସ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Mar 27, 2019, 6:06 PM IST

ଭୁବନେଶ୍ୱର: ବୟସ ଛୋଟ କିନ୍ତୁ କାମ ନୁହେଁ । ଆଜିର ଦିନରେ ଯେଉଁଠି ମଣିଷ ଟଙ୍କା ପଛରେ ଗୋଡେଉଛି, ସେଠି ରାଷ୍ଟ୍ର ଏବଂ ସମାଜ ସେବାରେ ଲାଗିପଡିଛନ୍ତି ଛୋଟ ବୟସର ସ୍କାଉଟ ଓ ଗାଇଡ଼ମାନେ । ଅର୍ଥ ପାଇଁ କରାଯାଉଥିବା କାମକୁ କରୁଛନ୍ତି ବିନା ଟଙ୍କାରେ । ନିଃସ୍ୱାର୍ଥପର ମନୋଭାବରେ କରିଚାଲିଛନ୍ତି ନିଜ କାମ । ତେବେ ସେମାନଙ୍କର ଏହି କାମକୁ ନେଇ ଖୁବ୍‌ ପ୍ରଶଂସା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବିଶ୍ଵପାଇଁ ସେମାନେ ପ୍ରେରଣାର ଏକ ଉତ୍ସ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବୁଧବାର ସ୍ଥାନୀୟ ରାଜଭବନ ପରିସରରେ 32ତମ ରାଜ୍ୟ ସ୍କାଉଟ ଓ ଗାଇଡ୍ସ ପୁରସ୍କାର ପ୍ରଦାନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ଗୋଷ୍ଠୀଉନ୍ନୟନ ମୂଳକ କାର୍ଯ୍ୟରେ ଉତ୍କର୍ଷ ଲାଭ କରିଥିବା ସ୍ବେଚ୍ଛାସେବୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହିତ ସଂଗଠନର କାର୍ଯ୍ୟକୁ ବ୍ୟାପକ କରିବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନସଚିବ ମଧୁସୂଦନ ପାଢ଼ୀ ଏବଂ ସ୍କାଉଟ ଗାଇଡ଼ର ରାଜ୍ୟ ମୁଖ୍ୟ କମିଶନର ଡ଼ଃ କାଳୀପ୍ରସାଦ ମିଶ୍ର ଯୋଗଦେଇ ପୁରସ୍କାର ପ୍ରଦାନରେ ସହାୟତା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପିଲାଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଗାଇଡ଼, ରୋଭର, ରେଞ୍ଜର, କବ, ବୁଲବୁଲ ଏବଂ ସ୍କାଉଟ ମାଷ୍ଟରମାନେ ଯୋଗ ଦେଇଥିଲେ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

FGSDF

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.