ETV Bharat / city

ଖୁବଶୀଘ୍ର ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ - ପଞ୍ଚାୟତ ନିର୍ବାଚନ

ଧାର୍ଯ୍ୟ ସମୟ ମଧ୍ୟରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ସବିଶେଷ ତଥ୍ୟ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବେ ସରକାର । ଏନେଇ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିଶନ ଚିଠି ଲେଖିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଖୁବଶୀଘ୍ର ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ
ଖୁବଶୀଘ୍ର ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ
author img

By

Published : Jul 14, 2021, 6:26 PM IST

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ସବିଶେଷ ତଥ୍ୟ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବେ ସରକାର । ଏନେଇ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିଶନ ଚିଠି ଲେଖିଥିବା ସୂଚନା ମିଳିଛି । ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା, ତାହା ଦୂର ହୋଇଥିବା ଆଶା କରାଯାଉଛି । ସେପଟେ ତିନ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ରାଜ୍ୟରେ ବିଳମ୍ବ ହେବନାହିଁ ପଞ୍ଚାୟତ ନିର୍ବାଚନ । ଧାର୍ଯ୍ୟ ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବା ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି । ପଞ୍ଚାୟତରାଜ ବିଭାଗ ଏ ନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ଚିଠି ଲେଖି ଜଣାଇଦେଇଛନ୍ତି । ସରକାର ନେଉଥିବା ପଦକ୍ଷେପ ଅନୁସାରେ ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ । ସେହି ଅନୁସାରେ ସଂରକ୍ଷଣ କରି ରାଜ୍ୟ ସରକାର ସବିଶେଷ ତଥ୍ୟ ଖୁବଶୀଘ୍ର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ ବୋଲି ଜଣାପଡ଼ିଛି ।

ସୀମା ପୁନନିର୍ଦ୍ଧାରଣ ଏବଂ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବା ପାଇଁ ଗତ ମାର୍ଚ୍ଚ ମାସରେ ନିର୍ବାଚନ କମିଶନ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ବର୍ତ୍ତମାନ ପଞ୍ଚାୟତ ରାଜ ବ୍ୟବସ୍ଥାରେ ୬୪ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି । ପଞ୍ଚାୟତ ନିର୍ବାଚନ ପାଇଁ ଦଳ ପୁରା ପ୍ରସ୍ତୁତ ଥିବା ବିଜେଡି ନେତା କହୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାନ ସଂରକ୍ଷଣ ହୋଇ ନିର୍ବାଚନ ହେବ । ଆଉ ଏହି ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଧାର୍ଯ୍ୟ ସମୟରେ ପଞ୍ଚାୟତ ନିର୍ବାଚନ ହେଲେ ଫେବୃଆରୀରେ ହେବ ପଞ୍ଚାୟତ ନିର୍ବାଚନ । ଗତ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିବାରୁ ବିଜେପି ବି ଦମ ଲଗାଇବ । ଗତ ପଞ୍ଚାୟତ ନିର୍ବାଚନ ଅପେକ୍ଷା ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ନେତା କହୁଛନ୍ତି । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି ବିଜେପି । ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାରକୁ ମୁଦ୍ଦା କରି ବିଜେପି ଲୋକଙ୍କ ପାଖକୁ ଯିବ ।

ନିର୍ବାଚନ ପ୍ରସ୍ତୁତିରେ ଟିକେ ପଛରେ ପଡିଯିବା ପରି ଲାଗୁଛି କଂଗ୍ରେସ । କିନ୍ତୁ ଦଳ ପକ୍ଷରୁ କୁହାଯାଉଛି କି, କଂଗ୍ରେସର ସଂଗଠିତ ଅଛି । ମହିଳା, ଯୁବ ଓ ଛାତ୍ର କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଆସୁଛନ୍ତି । କୋରାନା ମୁକାବିଲା ନାଁରେ ରାଜ୍ୟରେ ଦୁର୍ନୀତି ହୋଇଛି । ଗରିବଙ୍କୁ ଘର ଯୋଗାଇବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛି । ଦରଦାମ ବୃଦ୍ଧି ଲୋକଙ୍କ ଚିନ୍ତାର କାରଣ ସାଜିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ବିରୋଧୀ ନାରା ଦେଇ ଦଳ ଲୋକଙ୍କ ପାଖକୁ ଯିବ ।

୨୦୧୭ ଫେବୃଆରୀ ମାସରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ବିଜେଡି 1 ନମ୍ବର ଦଳ ଥିବାବେଳେ କଂଗ୍ରେସକୁ ପଛକୁ ଖସେଇ 2 ନମ୍ବର ଦଳ ହୋଇଥିଲା ବିଜେପି । ଆସନ୍ତା ନିର୍ବାଚନରେ ବିଜେଡି ନିଜର ବିଜୟ ଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ସେହିପରି ବିଜେପି ନିଜର ପୂର୍ବସ୍ଥିତି କାଏମ ରଖିବାକୁ ଉଦ୍ୟମ କରିବ । ଅନ୍ୟପଟେ କଂଗ୍ରେସ ନିଜର ସ୍ଥିତିରେ ଉନ୍ନତି ଆଣିବା ପାଇଁ ଆପ୍ରାଣ ଉଦ୍ୟମ କରିବ । ସେପଟେ ଖୁବଶୀଘ୍ର ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ କରିବେ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.