ETV Bharat / city

ବାଟବଣା ‘ବିଜୁ ଗାଁ ରେଡିଓ’ !

author img

By

Published : Jul 23, 2019, 11:13 PM IST

2016 ମସିହା ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟରେ ପ୍ରତିଟି ଜିଲ୍ଲାରେ କମ୍ୟୁନିଟି ରେଡିଓ ସେଣ୍ଟର ଖୋଲିବା ପାଇଁ ସୂଚନା ଜାରି କରାଯାଇଥିଲା । ହେଲେ ଦୁଃଖର କଥା ରାଜ୍ୟବାସୀଙ୍କ ପାଇଁ ସରକାରଙ୍କର ଏହି ସ୍ବତନ୍ତ୍ର ‘ବିଜୁ ଗାଁ ରେଡିଓ’ ଯୋଜନା କାର୍ଯ୍ୟକାରୀ ହେବା ଆଗରୁ ହିଁ ବାଟବଣା ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସରକାରଙ୍କ ପ୍ରତିଟି ଜନହିତକାରୀ ଯୋଜନାର ଲାଭ ଉଠାଇବାକୁ ହେଲେ ପ୍ରଥମେ ଏହି ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚିବା ଦରକାର । ଏନେଇ 2016 ମସିହା ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟରେ ପ୍ରତିଟି ଜିଲ୍ଲାରେ କମ୍ୟୁନିଟି ରେଡିଓ ସେଣ୍ଟର ଖୋଲିବା ପାଇଁ ସୂଚନା ଜାରି କରାଯାଇଥିଲା । ହେଲେ ଦୁଃଖର କଥା କି ରାଜ୍ୟବାସୀଙ୍କ ପାଇଁ ସରକାରଙ୍କର ଏହି ସ୍ବତନ୍ତ୍ର ‘ବିଜୁ ଗାଁ ରେଡିଓ’ ଯୋଜନା କାର୍ଯ୍ୟକାରୀ ହେବା ଆଗରୁ ହିଁ ବାଟବଣା ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ 2016 ମସିହା ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲା ଯେ ରାଜ୍ୟର ପ୍ରତିଟି ଜିଲ୍ଲାରେ କମ୍ୟୁନିଟି ରେଡିଓ ସେଣ୍ଟର ଖୋଲାଯିବ । ଏନେଇ 30 ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରୁ ପରିଚାଳିତ ହେବାକୁ ଥିବା ବିଜୁ ଗାଁ ରେଡିଓ ଷ୍ଟେସନ ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଥିଲା । ହେଲେ ଯୋଜନାକୁ 3 ବର୍ଷ ପୂରିବାକୁ ବସିଥିଲେ ମଧ୍ୟ ବାସ୍ତବତାର ରୂପ ନେଇ ପାରିନି ଏହି ସରକାରୀ ବ୍ଲୁ ପ୍ରିଣ୍ଟ ।

out of track 'biju gaon radio', community radio 'biju gaon radio', government scheme in odisha, ବିଜୁ ଗାଁ ରେଡିଓ, ବାଟବଣା ‘ବିଜୁ ଗାଁ ରେଡିଓ’, ସରକାରୀ କମ୍ୟୁନିଟି ରେଡିଓ ସେଣ୍ଟର ‘ବିଜୁ ଗାଁ ରେଡିଓ’
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଯୋଜନା ମାଧ୍ୟମରେ ରାଜ୍ୟବାସୀଙ୍କ ପାଖରେ ସରକାରଙ୍କ ପ୍ରତିଟି ଯୋଜନା ପହଞ୍ଚାଇବା ରହିଥିଲା ମୂଳ ଉଦ୍ଦେଶ୍ୟ । ମୁଖ୍ୟତଃ ଗ୍ରାମାଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଏଠାରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷି, ସମବାୟ, ଜଲସେଚନ, ସ୍ବାସ୍ଥ୍ୟ, ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଆଦି ବିଷୟକୁ ସ୍ଥାନ ଦେବାକୁ ସ୍ଥିର ହୋଇଥିଲା । ଅନ୍ୟପଟେ ସ୍ବୟଂ ସହାୟକ ଗୋଷ୍ଠୀ ଓ କୃଷକ ସଂଗଠନ ବ୍ୟତୀତ ମହିଳା, ଯୁବକ, ଆଦିବାସୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେବାକୁ ବିଚାର କରାଯାଇଥିଲା ।

ତିନି ବର୍ଷ ହେବ ଦିଗହରା ହୋଇଥିବା ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଆବେଦନ କରିବା ଜରୁରୀ । ଯାହା 3 ବର୍ଷ ହେବ ଯଥାରୀତି କରାଯାଉଛି ମଧ୍ୟ । ହେଲେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତାଳମେଳର ଅଭାବ ଓ ନିୟମିତ ଫଲୋଅପ୍‌ ଅଭାବରୁ ଗତ 07.11.2016ରୁ ଏହି ଆବେଦନପତ୍ରଗୁଡିକ ସୂଚନା ପ୍ରସାରଣ ମନ୍ତ୍ରଣାଳୟରେ ପଡି ରହିଛି ।

ଦେଶର ପ୍ରଥମ ରାଜ୍ୟ ଭାବେ ସରକାର ଏହି ଯୋଜନାର ବ୍ଲୁ ପ୍ରିଣ୍ଟ କରିଥିଲେ ସତ ହେଲେ ଏବେ ଏହାର ବିଫଳତା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଉଭୟ ସରକାରଙ୍କ ତାଳମେଳର ଅଭାବ ଯୋଗୁଁ ସ୍ବାବଲମ୍ବୀ ହେବାର କଳା ଏବେ ରାଜ୍ୟବାସୀଙ୍କ ପାଇଁ ଅପହଞ୍ଚ ବୋଲି ପ୍ରକାଶ କରିଛନ୍ତି ରେଡିଓ ଆକ୍ଟିଭିଷ୍ଟ ସୁବ୍ରତ ପତି ।

ଅନ୍ୟପଟେ ଏହି ଯୋଜନାକୁ ନେଇ ଅଶୋକ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ଯୋଜନାକୁ ନେଇ ଯେଉଁ ପ୍ରୋଜେକ୍ଟ ରିପୋର୍ଟ ଦିଆଯାଏ, ରାଜ୍ୟ ସରକାର ବୋଧ ହୁଏ ସେହି ରିପୋର୍ଟ ଠିକ୍ ଭାବେ ଦେଇ ନାହାଁନ୍ତି । ଏହାସହ ଏହି ୩୦ଟି କମ୍ୟୁନିଟି ରେଡ଼ିଓ ପ୍ରୋଜେକ୍ଟ ପ୍ରସ୍ତୁତ କରିବା ପାଇଁ ଯେତିକି ସମୟ ଲାଗିଥାଏ ସେତିକି ସମୟ ନଦେଇ ତରବରିଆ ହେବା ଯୋଗୁଁ ଏଭଳି ସମସ୍ୟା ହେଉଛି । ଏଥିପାଇଁ ସର୍ଭେ କରି ରିପୋର୍ଟ ଦିଆଯିବା କଥା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:୨୦୧୬ ମସିହା ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଲା ଯେ ରାଜ୍ୟର ପ୍୍ରତି
ଜିଲ୍ଲାରେ କମ୍ୟୁନିଟି ରେଡ଼ିଓ ସେଣ୍ଟର ସ୍ତାପନ କରାଯିବ ।ଏହି କମ୍ୟୁନିଟି ରେଡ଼ିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପ୍ରତି ମାସରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବର୍ତ୍ତା ଦେବେ । ଏଥିପାଇଁ ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ମୋଟ ୩୦ଟି କମ୍ୟୁନିଟି ରେଡିଓ ଷ୍ଟେସନ୍ ଖୋଲିବାକୁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ ହୋଇଥିଲା । Body:ଏଥିପାଇଁ ବିଜୁ ଗାଁ ରେଡିଓ ନାମରେ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେଲା। ସାଧାରଣ ଲୋକଙ୍କ ପାଖରେ ସରକାରୀ କାର୍ଯ୍ୟାକ୍ରମ ଓ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାଗୁଡିକ ସମ୍ପର୍କରେ ସୂଚନା ପହଂଚାଇବା ଉଦ୍ଦେଶ୍ୟରେ ଏହି ଯୋଜନାର ପରିକଳ୍ପନା କରାଯାଇଥିଲା। ଜିଲ୍ଲା ସ୍ତରରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡିକରେ ଏହା କାର୍ଯ୍ୟ କରିବା ସହ କୃଷି ବିଭାଗ ଅଧୀନରେ ରହି ଏହି ରେଡିଓ ଷ୍ଟେସନ୍ଗୁଡ଼ିକ ପରିଚାଳିତ ହେବ ବୋଲି ନିଷ୍ପତି ହେଲା।ଗ୍ରାମାଂଚଳର ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ରେଡିଓ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷି, ସମବାୟ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା ଆଦି ବିଷୟକୁ ସ୍ଥାନ ଦେବାକୁ ସ୍ଥିର ହେଲା। ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ସଂଗଠନ ବ୍ୟତୀତ ମହିଳା, ଯୁବକ, ଆଦିବାସୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେବାକୁ ବିଚାର ହେଲା। ଦେଶର ପ୍ରଥମ ରାଜ୍ୟ ଭାବେ ଜନକଲ୍ୟାଣ ଲକ୍ଷ୍ୟରେ ରେଡିଓର ବ୍ୟାପକ ବ୍ୟବହାର ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଗଲା।
Conclusion:କିନ୍ତୁ ତିନି ବର୍ଷ ଏହା ମଧ୍ୟରେ ବିତି ଯାଇଥିଲେ ମଧ୍ୟ ଏହି ଯୋଜନା ଏବେ ସନ୍ଧିହାନ ହୋଇଯାଇଛି ।କାରଣ କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଲାଇସେନ୍ସ ବିନା ଏହି ଷ୍ଟେସନ ସ୍ଥାପିତ ହୋଇ ପାରିବ ନାହିଁ। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଆବେଦନ କରିବା ଜରୁରୀ କରିଛନ୍ତି, ଯାହା ୩ ବର୍ଷ ହେବ କରାଯାଇଛି। ତେବେ କେନ୍ଦ୍ର-ରାଜ୍ୟ ତାଳମେଳ ଅଭାବ ଓ ନିୟମିତ ଫଲୋଅପ୍ ଅଭାବରୁ ୦୭/୧୧/୨୦୧୬ରୁ ଏହି ଆବେଦନପତ୍ରଗୁଡିକ ସୂଚନା ପ୍ରସାରଣ ମନ୍ତ୍ରଣାଳୟରେ ପଡିରହିଛି।

ଆବେଦନକୁ ତିନି ବର୍ଷ ହେବାକୁ ବସିଥିବା ବେଳେ ଲାଇସେନ୍ସ ନମିଳିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ମଧ୍ୟ ଚର୍ଚ୍ଚା ହେଉଛି ।ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଡ଼ିଓ ପ୍ରେମୀ ,ଏହି କମ୍ୟୁନିଟ ରେଡ଼ିଓ ହୋଇଥିଲେ

ଆମ ଦେଶରେ କୈଣସି ରାଜ୍ୟ ଏଭଳି ପଦକ୍ଷେପ ନେଇନଥିଲେ।ଆମ ରାଜ୍ୟ ପ୍ରଥମ ରାଜ୍ୟ ଭାବେ ଏଭଳି କରିବା ପାଇଁ ଇଛା ପ୍ରକଟ କରିଥିଲେ ମଧ୍ୟ ଏଯାବତ ହୋଇ
ପାରୁନାହିଁ ।ତିନି ବର୍ଷ ହେଲା ଆବେଦନ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଏହାର ଫାଇଲ ପଡି ରହିଛି ।
ଏହା ଦ୍ଵାରା ବିଭିନ୍ନ ବର୍ଗର ହିତ କୁ ଲକ୍ଷ ରଖି ଏହା କରାଯାଇଥିଲା । ଏହା ଦ୍ଵାରା ନିଜୁକ୍ତି ସୃଷ୍ଟି ହୋଇଥାନ୍ତା ।ଏହା ସହ ସ୍ଵାବଲମ୍ଵୀ ହେବାର କଳା ବି ଶିକ୍ଷା ଦେଇଥାନ୍ତା ।କିନ୍ତୁ ଉଭୟ ସରକାରଙ୍କ କୋଡିନେସନ ଅଭାବ ରୁ ଏହି ଯୋଜନା ଏବେ ବହୁ ଦୂରରେ ରହିଛି ବୋଲି କହିଛନ୍ତି ରେଡ଼ିଓ ଆକ୍ଟିଭିଶ୍ଟି ସୁବ୍ରତ ପତି ।

ଏହି ଯୋଜନା କୁ ନେଇ ଅଶୋକ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ପ୍ରୋଜେକ୍ଟ ରିପୋର୍ଟ ଦିଆଯାଏ ,ସେହି ପ୍ରୋଜେକ୍ଟ ବୋଧହୁଏ ଠିକ୍ ଭାବେ ଦିଆହୋଇନଥିବ ।ଏହା ସହ ଏହି ୩୦ଟି କମ୍ୟୁନିଟି ରେଡ଼ିଓ ପ୍ରୋଜେକ୍ଟ ପ୍ରସ୍ତୁତ କରିବା ପାଇଁ ସମୟ ଲାଗିଥାଏ
ସେତିକି ସମୟ ନଦେଇ ତରବରିଆ ଭାବେ ଦେଇଥିବା ହେତୁ ଏଭଳି ସମସ୍ୟା ହେଉଛି ।ଏଥିପାଇଁ ସର୍ଭେ କରି ରିପୋର୍ଟ ଦେବା କଥା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.