ETV Bharat / city

ସୀମାନ୍ତବର୍ତ୍ତୀ ଗାଁରେ ବ୍ୟାପକ କାର୍ଯ୍ୟକ୍ରମ କରୁଛନ୍ତି ସରକାର: ମନ୍ତ୍ରୀ ଅଶୋକ ପଣ୍ଡା - ବିଧାନସଭା ଖବର

ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ସୀମାନ୍ତବର୍ତ୍ତୀ ଗ୍ରାମରେ ଜିଲ୍ଲା ଗୁଡିକରେ ବିକାଶ ପାଇଁ ସରକାର ବ୍ୟାପକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ନେଇଛନ୍ତି ବୋଲିି ଗୃହରେ ଉତ୍ତର ରଖିଛନ୍ତି ସାମାଜିକ ସଶକ୍ତିକଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା । ଅଧିକ ପଢନ୍ତୁ...

government has launch many program in the border villages of state says social justice minister ashok chandra pand
ସୀମାନ୍ତବର୍ତ୍ତୀ ଗ୍ରାମରେ ବ୍ୟାପକ କାର୍ଯ୍ୟକ୍ରମ ନେଇଛନ୍ତି ସରକାର: ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା
author img

By

Published : Apr 3, 2021, 12:42 PM IST

ଭୁବନେଶ୍ବର: ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୃହରେ ସୂଚନା ଦେଇଛନ୍ତି।

ସୀମାନ୍ତବର୍ତ୍ତୀ ଗ୍ରାମରେ ବ୍ୟାପକ କାର୍ଯ୍ୟକ୍ରମ ନେଇଛନ୍ତି ସରକାର: ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା

କୋଟିଆ ଓ ସୀମାବର୍ତ୍ତୀ ଗ୍ରାମରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ଅଞ୍ଚଳ ଗୁଡିକରେ ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ବର୍ଗ ଯଥା ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ଏଡସ ରୋଗୀ, କୁଷ୍ଠ ରୋଗୀ ଓ ଅବିବାହିତ ମହିଳା ମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ମାସିକ 500, 700 ଓ 900 ତାଙ୍କ ପଯ୍ୟନ୍ତ ଭତ୍ତା ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଧା ଜାତୀୟ ସାମାଜିକ ସୁରକ୍ଷା ଓ ମଧୁବାବୁ ପେନସନ ଯୋଜନାରେ ସମୁଦାୟ 48ଲକ୍ଷ 56 ହଜାର 660ଜଣଙ୍କୁ ସାମିଲ କରାଯାଇଛି। ଚଳିତ ବର୍ଷ ସାମାଜିକ ସୁରକ୍ଷା ନିମନ୍ତେ ବଜେଟରେ 1524 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଯୋଜନାରେ ସମଲିଙ୍ଗୀଙ୍କୁ ସାମିଲ କରିବା ସହ ସାହାୟ କାର୍ଯ୍ୟକ୍ରମ ଜରିଆରେ ସହାୟତା ପ୍ରଦାନ କରାଯାଉଛି ।

ସୂଚନାଥାଉକି ଆନ୍ଧ୍ରପ୍ରଦେଶ,ଛତିଶଗଡ,ପଶ୍ଚିମବଙ୍ଗ, ଝାଡଖଣ୍ଡ ରାଜ୍ୟ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ବିଭିନ୍ନ ଜିଲ୍ଲା ଲାଗିରହିଛି । ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଓଡିଶାଠୁ ଅଧିକ ପରିମାଣରେସେମାନେ ପ୍ରଦାନ କରୁଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଲୋକଙ୍କୁ ପ୍ରଦାନ କରୁଛନ୍ତି । ଯାହା ସୀମାନ୍ତରେ ବସବାସ କରୁଥିବା ଲୋକଙ୍କୁ ଆକର୍ଷିତ କରୁଛି । ଯାହାକି ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.