ETV Bharat / city

ଇ-ଗେଜେଟ୍‌ ପୋର୍ଟାଲ୍‌ ଉନ୍ମୋଚିତ, ପୂର୍ଣ୍ଣ ଉପଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ - goverment launches e gazette portal

ଉନ୍ମୋଚନ ହେଲା ଓଡିଶାର ଇ-ଗେଜେଟ୍‌ ପୋର୍ଟାଲ୍‌ । ନୂଆବର୍ଷ ଅବସରରେ ଲୋକସେବା ଭବନରେ ଏହାର ଶୁଭାରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହାକୁ ଉନ୍ମୋଚନ କରିବା ସହ ଇ-ଗେଜେଟ୍‌ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

gazette notifications in odisha
ଓଡିଶାର ଇ-ଗେଜେଟ୍‌ ପୋର୍ଟାଲ୍‌ ଉନ୍ମୋଚିତ, ପୂର୍ଣ୍ଣ ଉପଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
author img

By

Published : Jan 1, 2020, 10:51 PM IST

ଭୁବନେଶ୍ବର: ଉନ୍ମୋଚନ ହେଲା ଓଡିଶାର ଇ-ଗେଜେଟ୍‌ ପୋର୍ଟାଲ୍‌ । ନୂଆବର୍ଷ ଅବସରରେ ଲୋକସେବା ଭବନରେ ଏହାର ଶୁଭାରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହାକୁ ଉନ୍ମୋଚନ କରିବା ସହ ଇ-ଗେଜେଟ୍‌ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

gazette notifications in odisha
ଓଡିଶାର ଇ-ଗେଜେଟ୍‌ ପୋର୍ଟାଲ୍‌ ଉନ୍ମୋଚିତ, ପୂର୍ଣ୍ଣ ଉପଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

5 ‘ଟି’ ସୂତ୍ରର ରୂପାୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ବରୂପ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓଡିଶା ସରକାରୀ ମୁଦ୍ରଣାଳୟର ଇ-ଗେଜେଟ୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି,‘ଇ-ଗେଜେଟ୍‌ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲ୍‌ଖୁଣ୍ଟ । ଏହା ଦ୍ବାରା ଗେଜେଟ୍‌ ବିଜ୍ଞପ୍ତି ତ୍ବରିତ ଓ ତ୍ରୁଟିମୁକ୍ତ ହେବ । ଏହା ହେବା ଫଳରେ ଟ୍ରକ୍‌ ଟ୍ରକ୍‌ କାଗଜର ପରିବହନ ଆବଶ୍ୟକ ପଡିବ ନାହିଁ ଓ ମୁଦ୍ରଣ ଖର୍ଚ୍ଚ ମଧ୍ୟ କମ୍‌ ହେବ ।’

ସେହିପରି ଇ-ଗେଜେଟ୍‌ ପୋର୍ଟାଲ୍‌ ବ୍ୟବସ୍ଥା ବିଷୟରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ୍‌ କହିଛନ୍ତି,‘ଏଥିରେ ବିଭାଗ ଓ ବିଷୟୱାରୀ ଗେଜେଟ୍‌ ଖୋଜିବାର ବ୍ୟବସ୍ଥା ରହିବ । ଗେଜେଟ୍‌ ପାଇଁ କୌଣସି ବ୍ୟକ୍ତିଙ୍କୁ ଆଉ ସରକାରୀ ମୁଦ୍ରଣାଳୟ, କାର୍ଯ୍ୟାଳୟ ବା ଲୋକସେବା ଭବନ ଆସିବାକୁ ପଡିବ ନାହିଁ । ଯେକୌଣସି ବ୍ୟକ୍ତି http://egazetteodisha.nic.in ରେ ଲଗ୍‌ଇନ୍‌ କରି ତାଙ୍କର ଆବଶ୍ୟକତା ଅନୁସାରେ ଗେଜେଟ୍‌ ପାଇପାରିବେ ।’ ଅନ୍ୟପଟେ ଇ-ଗେଜେଟ୍‌ ଏକ ସ୍ବୀକୃତିପ୍ରାପ୍ତ ସାର୍ବଜନୀନ ପତ୍ରିକା । ଏହାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ପ୍ରସ୍ତୁତ କରାଯାଇଛି । ଏପରି ମୁଦ୍ରଣ ଆଇ.ଟି ଆଇନ୍‌ର ଧାରା 8 ଅନୁଯାୟୀ ଆଇନତଃ ସିଦ୍ଧ ଅଟେ ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ କହିଛନ୍ତି ।

ଏହି ଇ-ଗେଜେଟ୍‌ ପୋର୍ଟାଲ୍‌ରେ ସରକାରଙ୍କ ବିଭିନ୍ନ ବିଭାଗ ନିଜକୁ ପଞ୍ଜୀକୃତ କଲାପରେ ପ୍ରକାଶନ ପାଇଁ ନିର୍ଦ୍ଧାରିତ ବିଷୟବସ୍ତୁ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରିବେ । ଗେଜେଟ୍‌ର ନମ୍ବର ଏବଂ ତାରିଖ ପୋର୍ଟାଲ୍‌ରେ ପ୍ରଦର୍ଶିତ ହେବ । ତେବେ ବିଷୟବସ୍ତୁର ବୈଧକରଣ ପାଇଁ ଇ-ଦସ୍ତଖତ ବ୍ୟବସ୍ଥା କରାଯାଇଛି । ଯେପରି କି କେହି କୌଣସି ବିଷୟବସ୍ତୁକୁ ପରିବର୍ତ୍ତନ ବା ବିକୃତ କରିପାରିବେ ନାହିଁ । ଏହି ପୋର୍ଟାଲ୍‌ ଏନ୍‌ଆଇସି ଦ୍ବାରା ଡିଜାଇନ୍‌ କରାଯାଇଛି ଯାହାକି ଭାରତରେ ପ୍ରଥମ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:୫ ‘ଟି’ ସୂତ୍ରର ରୂପାୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ ତି୍ରପାଠୀ ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ଗେଜେଟ୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି । ନୂଆବର୍ଷ ଅବସରରେ ରାଜ୍ୟ ଲୋକସେବା ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ପୋଟାଲ୍‌ ଉନ୍ମୋଚନ ସଭାରେ ମୁଖ୍ୟ ଶାସନ ସଚିବ ଶ୍ରୀ
ତି୍ରପାଠୀ ଇ-ଗେଜେଟ୍‌ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ଇ-ଗେଜେଟ୍‌ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲ୍‌ଖୁଣ୍ଟ । ଏହା ଦ୍ୱାରା ଗେଜେଟ୍‌ ବିଜ୍ଞପ୍ତି ତ୍ୱରିତ ଓ ତ୍ରୁଟିମୁକ୍ତ ହେବ । ଏହା
ଦ୍ୱାରା ଟ୍ରକ୍‌ ଟ୍ରକ୍‌ କାଗଜର ପରିବହନ ଆବଶ୍ୟକ ପଡ଼ିବ ନାହିଁ ଓ ମୁଦ୍ରଣ ଖର୍ଚ୍ଚ ମଧ୍ୟ କମ୍‌ ହେବ ।
ଇ-ଗେଜେଟ୍‌ ପୋର୍ଟାଲ୍‌ ବ୍ୟବସ୍ଥା ବିଷୟରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ୍‌ କହିଥିଲେ ଏଥିରେ ବିଭାଗ ଓ ବିଷୟୱାରୀ ଗେଜେଟ୍‌ ଖୋଜିବାର ବ୍ୟବସ୍ଥା ରହିବ । ଗେଜେଟ୍‌ ପାଇଁ କୌଣସି ବ୍ୟକ୍ତିଙ୍କୁ ଆଉ ସରକାରୀ ମୁଦ୍ରଣାଳୟ, କାର୍ଯ୍ୟାଳୟ ବା ଲୋକସେବା ଭବନ ଆସିବାକୁ ପଡ଼ିବ ନାହିଁ । ଯେକୌଣସି ବ୍ୟକ୍ତି http:// egazetteodisha.nic.in ରେ ଲଗ୍‌ଇନ୍‌ କରି ତାଙ୍କର ଆବଶ୍ୟକତା ଅନୁସାରେ ଗେଜେଟ୍‌ ପାଇପାରିବେ ।
ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ ମିଶ୍ର କହିଥିଲେ ଯେ ଇ-ଗେଜେଟ୍‌ ଏକ ସ୍ୱୀକୃତିପ୍ରାପ୍ତ ସାର୍ବଜନୀନ ପତି୍ରକା । ଏହାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ପ୍ରସ୍ତୁତ କରାଯାଇଛି । ଏପରି ମୁଦ୍ରଣ ଆଇ.ଟି ଆଇନ୍‌ର ଧାରା ୮
ଅନୁଯାୟୀ ଆଇନତଃ ସିଦ୍ଧ ଅଟେ ।
ଉଦ୍‌ଘାଟନୀ ସଭାରେ ହୋଇଥିବା ଉପସ୍ଥାପନାରୁ ଜଣାପଡ଼ିଛି ଯେ ସରକାରଙ୍କ ବିଭିନ୍ନ ବିଭାଗମାନେ ଇ-ଗେଜେଟ୍‌
ପୋର୍ଟାଲ୍‌ରେ ନିଜକୁ ପଞ୍ଜୀକୃତ କଲାପରେ ପ୍ରକାଶନ ପାଇଁ ନିର୍ଦ୍ଧାରିତ ବିଷୟବସ୍ତୁ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରିବେ ।
ଗେଜେଟ୍‌ର ନମ୍ବର ଏବଂ ତାରିଖ ପୋର୍ଟାଲ୍‌ରେ ପ୍ରଦର୍ଶିତ ହେବ । ବିଷୟବସ୍ତୁର ବୈଧକରଣ ପାଇଁ ଇ-ଦସ୍ତଖତ ବ୍ୟବସ୍ଥା
କରାଯାଇଛି ଯେପରି କି କେହି କୌଣସି ବିଷୟବସ୍ତୁକୁ ପରିବର୍ତ୍ତନ ବା ବିକୃତ କରିପାରିବେ ନାହିଁ । ଏହି ପୋର୍ଟାଲ୍‌ ଏନ୍‌ଆଇସି
ଦ୍ୱାରା ଡିଜାଇନ୍‌ କରାଯାଇଛି ଯାହାକି ଭାରତରେ ପ୍ରଥମ ।
ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ
ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ସରକାରୀ ମୁଦ୍ରଣାଳୟର ନିର୍ଦ୍ଦେଶକ
ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଉଦ୍‌ଘାଟନୀ ଉତ୍ସବରେ ଭାଗ ନେଇଥିଲେ ।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.