ଭୁବନେଶ୍ବର: ରେଳ ବଜେଟକୁ ନେଇ ବିରୋଧୀ ନୈରାଶ୍ୟ ଜନକ ଏବଂ ଉପେକ୍ଷା ମତ ରଖୁଥିବା ବେଳେ ବିଜେପି ଏହାର ଜବାବ ରଖିଛି । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଉପେକ୍ଷା ନୁହେଁ ଅପେକ୍ଷାଠୁ ଅଧିକ ମିଳିଛି ।
ଆମେ ଏଥିପାଇଁ ରାଜ୍ୟ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଉଛୁ । ଉପା ସରକାର ସମୟଠୁ ବହୁ ଅଧିକ ଅନୁଦାନ ମିଳିଛି । ଉପା ସମୟରେ 838 କୋଟି ମିଳିଥିବା ବେଳେ ମୋଦି ସରକାର 560 ପ୍ରତିଶତ ଅଧିକ ଟଙ୍କା ଦେଇଛନ୍ତି ।
ଆମର ରାଜ୍ୟରେ ଥିବା ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ଜମି ଅଧିଗ୍ରହଣ ସମସ୍ୟା ସମାଧାନ କରୁ ନଥିବାରୁ ଅନେକ ପ୍ରକଳ୍ପ ଆଗେଇ ପାରୁନି । ସେଥିପାଇଁ ଆମ ରାଜ୍ୟରେ ରେଳ ବିକାଶ ତ୍ବରାନ୍ବିତ ହୋଇ ପାରୁନି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ