ETV Bharat / city

Loot from Wedding Venue: ବରଯାତ୍ରୀ ବେଶରେ ଆସିଲେ, ଲୁଟି ନେଲେ ବନ୍ଦାଣ ଗହଣା

author img

By

Published : Jan 28, 2022, 1:29 PM IST

Updated : Jan 28, 2022, 1:51 PM IST

ରାଜଧାନୀରେ ଗୋଟିଏ ପରେ ଗୋଟିଏ ଅଭିନବ ଢଙ୍ଗରେ ଲୁଟ କରୁଛନ୍ତି ଲୁଟେରା ଗ୍ୟାଙ୍ଗ । ଏବେ ବରଯାତ୍ରୀ ବେଶରେ ଆସି ବିବାହ ମଣ୍ଡପରେ କଳାକନା ବୁଲାଇବା ଘଟଣା ସାମନାକୁ ଆସିଛି । ଅଧିକ ପଢନ୍ତୁ

Loot from Wedding Venue : ଅଭିନବ ଉପାୟରେ ଲୁଟେରାଙ୍କ ଲୁଟ, ନେଇଗଲେ ବନ୍ଦାଣ ଗହଣା

ଭୁବନେଶ୍ବର: ହୁସିଆର ଲୁଟେରାଙ୍କ ଟାର୍ଗେଟରେ ଏବେ ବିବାହ ମଣ୍ଡପ । ଗୋଟିଏ ପରେ ଗୋଟିଏ ଅଭିନବ ଉପାୟରେ ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଏହି ଲୁଟେରା । ସମ୍ଭ୍ରାନ୍ତ ପରିବାର ଠାଣିରେ ଆସି ବିବାହ ମଣ୍ଡପରେ ବୁଲାଉଛନ୍ତି କଳାକନା । ଛୋଟ ଶିଶୁ ଦ୍ବାରା ଏପରି ଲୁଟ କରୁଥିବା ଘଟଣା ଏବେ ସହିଦନଗର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି । ବରଯାତ୍ରୀ ବେଶରେ ଆସି ଲୁଟେରାମାନେ ବନ୍ଦାଣ ଗହଣା ଲୁଟ କରିଥିବା ଜଣାପଡ଼ିଛି ।

Loot from Wedding Venue: ବରଯାତ୍ରୀ ବେଶରେ ଆସିଲେ, ଲୁଟି ନେଲେ ବନ୍ଦାଣ ଗହଣା

ଏମିତି ଢଙ୍ଗରେ ଗତ ୨୩ ତାରିଖରେ ସହିଦନଗର ଥାନା ଅଞ୍ଚଳରୁ ଲୁଟ କରିଛନ୍ତି ଦୁର୍ବୃତ୍ତ । କେଶୁରାରେ ଥିବା ପଲ୍ଲବୀ ମଣ୍ଡପରେ ଏପରି ନୂଆ ଢଙ୍ଗର ଲୁଟ ଦେଖିବାକୁ ମିଳିଛି । ଜଣେ ଯୁବକ ବ୍ଲାକ ସାର୍ଟ ଓ ଗ୍ରେ ପ୍ୟାଣ୍ଟରେ ବରଯାତ୍ରୀଙ୍କ ସହ ଆସୁଛନ୍ତି ‌। ସାଙ୍ଗରେ ଜଣେ ଛୋଟ ପିଲାକୁ ବି ଆଣିଛନ୍ତି । ଫଳରେ ସହଜରେ କେହି ସନ୍ଦେହ କରିପାରିବେ ନାହିଁ । ମଣ୍ଡପରେ ବନ୍ଦାଣ ପାଇଁ ରହିଥିବା ଗହଣା ଉପରେ ନଜର ପକାଉଛନ୍ତି ।

ଅଭିନବ ଉପାୟରେ ଲୁଟେରାଙ୍କ ଲୁଟ, ନେଇଗଲେ ବନ୍ଦାଣ ଗହଣା

ଏହା ବି ପଢନ୍ତୁ: Murder In Bhubaneswar: କବାଟ ନ ଖୋଲିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ବରଯାତ୍ରୀ ବେଶରେ ଆସି ବିବାହ ମଣ୍ଡପରୁ ଲୁଟ
ବରଯାତ୍ରୀ ବେଶରେ ଆସି ବିବାହ ମଣ୍ଡପରୁ ଲୁଟ

ପରେ ସୁଯୋଗ ଦେଖି ଲୋକଙ୍କ ଆଢୁଆଳରେ ଭ୍ୟାନିଟ ନେଇ ଲୁଟେରା ଜଣକ ଚମ୍ପଟ ମାରିଥିବା ଜଣାପଡ଼ିଛି । ଅଭିଯୋଗକାରୀ ବିଶ୍ବଜିତ ମହାରଣାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଭଉଣୀର ବାହାଘର ଥିଲା । ଜଣେ ଲୋକ ଆସି ଭ୍ୟାନିଟ ନେଇ ଚାଲିଗଲେ । ଯେଉଁଥିରେ ଗୋଟିଏ ହାର ସହ ୨ଟି କାନଫୁଲ ଓ ୫ଟା ମୁଦି ଥିଲା । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ । ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି‌ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jan 28, 2022, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.