ETV Bharat / city

ଐତିହ୍ୟର ଗାଥା ବଖାଣୁଛି ଏକାମ୍ର କ୍ଷେତ୍ର, ମାଟିତଳୁ ବାହାରିଲେ ମା’ ମହିଷାମର୍ଦ୍ଦିନୀ

କଳା, ସ୍ଥାପତ୍ୟ ଓ ସାହିତ୍ୟର ଭିନ୍ନ ଏକ ନିଦର୍ଶନ ଉତ୍କଳ ପ୍ରଦେଶ । ଉତ୍କଳର ମାଟି, ପାଣି, ପବନରେ ଗୁଞ୍ଜରିତ ହୁଏ ସଂସ୍କୃତି ଆଉ ପରମ୍ପରା । ପୁଣିଥରେ ଏହାକୁ ପ୍ରମାଣ କରିଛି ମନ୍ଦିର ମାଳିନୀ ସହର ରାଜଧାନୀ ଭୁବନେଶ୍ବର । ଅଧିକ ପଢନ୍ତୁ

ଐତିହ୍ୟର ଗାଥା ବଖାଣୁଛି ଏକାମ୍ର କ୍ଷେତ୍ର, ମାଟିତଳୁ ମହିଷାମର୍ଦ୍ଦିନୀ ମୂର୍ତ୍ତି ଉଦ୍ଧାର

author img

By

Published : Apr 23, 2022, 8:47 PM IST

ଭୁବନେଶ୍ବର: କଳା, ସ୍ଥାପତ୍ୟ ଓ ସାହିତ୍ୟର ଭିନ୍ନ ଏକ ନିଦର୍ଶନ ଉତ୍କଳ ପ୍ରଦେଶ । ଉତ୍କଳର ମାଟି, ପାଣି, ପବନରେ ଗୁଞ୍ଜରିତ ହୁଏ ସଂସ୍କୃତି ଆଉ ପରମ୍ପରା । ପୁଣିଥରେ ଏହାକୁ ପ୍ରମାଣ କରିଛି ମନ୍ଦିର ମାଳିନୀ ସହର ରାଜଧାନୀ ଭୁବନେଶ୍ବର । ଏକାମ୍ର କ୍ଷେତ୍ର ଯୋଜାନାରେ ଚାଲିଥିବା ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମୟରେ ମାଟିତଳୁ ଉଦ୍ଧାର ହୋଇଛି ଦେବୀ ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି । ଶୁକଶାରୀ ମନ୍ଦିରର ଖନନ ସମୟରେ ସାମ୍ନାକୁ ଆସିଛି ଏହି ପୁରୁଣା କୀର୍ତ୍ତିରାଜି ବା ପୁରୁଣା ମନ୍ଦିର ।

ଐତିହ୍ୟର ଗାଥା ବଖାଣୁଛି ଏକାମ୍ର କ୍ଷେତ୍ର, ମାଟିତଳୁ ମହିଷାମର୍ଦ୍ଦିନୀ ମୂର୍ତ୍ତି ଉଦ୍ଧାର

ଭାରତୀୟ ପ୍ରତ୍ନତାତ୍ଵିକ ବିଭାଗ ଏହି ଖନନ କାର୍ଯ୍ୟ ଚାଲୁରଖି ଥିବାବେଳେ ଦିନକୁ ଦିନ ଏଠାରେ ପୁରୁଣା କୀର୍ତ୍ତିରାଜିର ସନ୍ଧାନ ମିଳିଚାଲିଛି । ପାଖାପାଖି ଦେଢବର୍ଷରୁ ଊର୍ଦ୍ଧ୍ବ ହେବ Archaeological Survey of India(ASI) ଖନନ କାର୍ଯ୍ୟ ଜାରିରଖିଛି । ଏହିସମୟରେ ଚଳିତ ମାସ 20 ତାରିଖରେ ୧୩୦୦ ଓ ୧୪୦୦ ବର୍ଷ ତଳର ଉତ୍କଳୀୟ ସଭ୍ୟତା ଓ ଶାସନ ପୁରୁଣା କୀର୍ତ୍ତିରାଜି ବା ଏକ ମନ୍ଦିର ଉଦ୍ଧାର ହୋଇଛି । ଗର୍ଭଗୃହ, ଜଗମୋହନ, ଖୁମ୍ବ ପ୍ରଶସ୍ତ ଚଟାଣ ଓ ସିଂହାସନରେ ବିରାଜମାନ ମା’ ମହିଷମର୍ଦ୍ଦିନୀ(ମା’ ଭବାନୀ)ଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି । ଉକ୍ତ ମୂର୍ତ୍ତିକୁ ସେହି ଗର୍ଭଗୃହରେ ଯତ୍ନର ସହ ରଖାଯାଇଛି । ସେପଟେ ମାଟି ତଳୁ ମିଳିଥିବା କିଛି ଭଗ୍ନାଶକୁ ଶୁକଶାରୀ ମନ୍ଦିର ନିକଟରେ ରଖାଯାଇଛି ।

ଏଯାବତ ୭ଟି ମନ୍ଦିର ଖନନ କରାଯାଇ ଥିବାବେଳେ ପାଖାପାଖି ୭ ରୁ ୮ ଫୁଟ ଗର୍ଭଗୃହ ଖୋଳିବା ପରେ ୭ ନମ୍ବର ମନ୍ଦିରରୁ ଏହିସବୁ ପୁରୁଣା କୀର୍ତ୍ତିରାଜି ମିଳିଛି । ଖନନ କାର୍ଯ୍ୟ ଆଗକୁ ପୁଣି ଚାଲୁ ରହିବ ଓ ବିନ୍ଦୁସାଗର ପର୍ଯ୍ୟନ୍ତ ଖନନ କାର୍ଯ୍ୟ ଜାରିରହିବ ବୋଲି କୁହାଯାଉଛି । ଏଥିସହିତ ଶୁକଶାରି ମନ୍ଦିର ସମ୍ମୁଖରେ ମଧ୍ୟ ଖନନ କରାଯିବ ବୋଲି ସୂଚନା ମିଳିଛି । ସେପଟେ Archaeologist Assistant Inspector ଅଧୀକ୍ଷକ ଅରୁଣ ମଲ୍ଲିକ ଖନନ ସ୍ଥାନ ପରିଦର୍ଶନ କରିଛନ୍ତି ।

ସବୁଠୁ ବଡ କଥା ହେଉଛି କି, ମହିଷାମର୍ଦ୍ଦିନୀ ମୂର୍ତ୍ତିର ବାହାରେ ଥିବା ବାମ କାନ୍ଧରେ ବ୍ରହ୍ମଲିପି ମିଳିଛି । ସେହିଭଳି ସମ୍ମୁଖ ଖମ୍ବରୁ ମଧ୍ୟ ବ୍ରହ୍ମଲିପି ମିଳିଛି । ପୁରାତନ ମନ୍ଦିରର ଭଗ୍ନାଂଶ ମଧ୍ୟ ଉଦ୍ଧାର କରାଯାଇଛି । ବ୍ରହ୍ମଲିପି ସହ ମନ୍ଦିରର ଅନୁଧ୍ୟାନ ଓ ଅଧ୍ୟୟନ ପରେ ମନ୍ଦିର ବାବଦରେ ଅଧିକ ରହସ୍ୟ ସ୍ପଷ୍ଟ ହେବ ବୋଲି ASI ଭୁବନେଶ୍ଵର ସର୍କଲର ପ୍ରତ୍ନତତ୍ତ୍ୱବିତ୍ ପି.ପି ପ୍ରଧାନ କହିଛନ୍ତି । ସେପଟେ ମନ୍ଦିରମାଳିନୀ ଭୁବନେଶ୍ବରର ପୁରୁଣା ଭୁବନେଶ୍ବରର ଚତୁର୍ପାଶ୍ବରେ ଅନେକ କୀର୍ତ୍ତିରାଜି ରହିଛି । କାଳକ୍ରମେ ଜନବସତି ଗଢିଉଠୁଥିବାରୁ ଅନେକ କୀର୍ତ୍ତି ଲୁଚି ଯାଇଥିବା ସନ୍ଦେହ କରାଯାଉଛି । ତେଣୁ ସେହି କୀର୍ତ୍ତିରାଜିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ମଧ୍ୟ ଭିଡ ଜମୁଛି ।

ଦିନରାତି ଅନବରତ ଏଏସଆଇ ଅଧିକାରୀ ଓ ଖନନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ କାର୍ଯ୍ୟ କରୁ ଥିବାବେଳେ ପୁରୁଣା କୀର୍ତ୍ତିରାଜିର ପୁନଃଉଦ୍ଧାର ହେଉଛି । ବିଷ୍ଣୁ ନୃସିଂହନାଥ ଓ ମା' ଭବାନୀଙ୍କ ମୂର୍ତ୍ତି ମିଳି ଥିବାବେଳେ ଆଗକୁ ଅନେକ କୀର୍ତ୍ତିରାଜିର ସନ୍ଧାନ ମିଳିବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.