ETV Bharat / city

ଆନ୍ଦୋଳନରତ ଗାଁ ସାଥୀଙ୍କୁ ଭେଟିଲେ ସାଂସଦ ପ୍ରତାପ ଷଡଙ୍ଗୀ - ଆନ୍ଦୋଳନରେ ଗାଁ ସାଥୀ

୬୭ ଦିନରେ ପହଞ୍ଚିଲା ଗାଁ ସାଥୀଙ୍କ ଧାରଣା । ଆନ୍ଦୋଳନରତ ଗାଁ ସାଥୀଙ୍କୁ ଭେଟିଲେ ସାଂସଦ ପ୍ରତାପ ଷଡଙ୍ଗୀ । ଅଧିକ ପଢନ୍ତୁ

ଆନ୍ଦୋଳନରତ ଗାଁ ସାଥୀଙ୍କୁ ଭେଟିଲେ ସାଂସଦ ପ୍ରତାପ ଷଡଙ୍ଗୀ

author img

By

Published : Dec 31, 2021, 8:24 PM IST

ଭୁବନେଶ୍ବର: ପାଞ୍ଚ ଦଫା ଦାବି ନେଇ ୬୭ ଦିନରେ ଧାରଣା ସ୍ଥଳରେ ଗର୍ଜିଲେ ଗାଁ ସାଥୀ । ସେମାନଙ୍କୁ ସମର୍ଥନ ଜଣାଇ ଧାରଣା ସ୍ଥଳରେ ଭେଟିଲେ ସାଂସଦ ପ୍ରତାପ ଷଡଙ୍ଗୀ (MP Pratap Srangi Meets Gann Sathi Protester) । ଏଥିସହ ଗାଁ ସାଥୀମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ସାଂସଦ ।

ଆନ୍ଦୋଳନରତ ଗାଁ ସାଥୀଙ୍କୁ ଭେଟିଲେ ସାଂସଦ ପ୍ରତାପ ଷଡଙ୍ଗୀ

ସେହିପରି ଆନ୍ଦୋଳନରତ ଗାଁ ସାଥୀମାନଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇ ଥିବାବେଳେ ବରିଷ୍ଠ ନେତା ଶିବାନନ୍ଦ ରାୟ ସେମାନଙ୍କୁ ଭେଟିଛନ୍ତି । ସେମାନଙ୍କ ନ୍ୟାୟିକ ଲଢେଇରେ ସାଥ୍ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗାଁ ସାଥୀ ମିଳିତ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଗାଁ ସାଥୀ ଏବେବି ଧାରଣାରେ ବସିଛନ୍ତି । ପୂର୍ବରୁ ସେମାନଙ୍କ ଦାବି ବାରମ୍ୱାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହାକୁ ନେଇ ଗାଁ ସାଥୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଥିବାବେଳେ ୧୪ ଜଣଙ୍କୁ ଜେଲ ଯିବାକୁ ପଡିଛି ।

ଜେଲରେ ଥିବାବେଳେ ସେମାନଙ୍କ ଉପରେ ପୋଲିସ ଅକଥନୀୟ ଅତ୍ୟାଚାର ମଧ୍ୟ କରିଥିବା ଅଭିଯୋଗ କରିଛି ସଙ୍ଘ । ଯଦି ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନହୁଏ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.