ETV Bharat / city

ଟ୍ରେନରେ ଚାଲାଣ ହେଉଥିଲା ପାରା, RPF କଲା ଉଦ୍ଧାର - ହାଓଡ଼ା-ଜଗଦଳପୁର ସମଲେଶ୍ବେରୀ ଏକ୍ସପ୍ରେସ

ଶନିବାର ଦୁଇଟି ପୃଥକ ଘଟଣାରେ ୫୫୦ଟି ପାରା ଉଦ୍ଧାର ସହ 4 ଗଞ୍ଜେଇ ବସ୍ତା ଜବତ କରିଛି ରେଳୱାଇ ସୁରକ୍ଷାବଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 31, 2019, 11:06 PM IST

ଭୁବନେଶ୍ବର: ଦୁଇଟି ପୃଥକ ଘଟଣାରେ ୫୫୦ଟି ପାରା ଉଦ୍ଧାର ସହ 4 ଗଞ୍ଜେଇ ବସ୍ତା ଜବତ କରିଛି ରେଳୱାଇ ସୁରକ୍ଷାବଳ । ଶନିବାର ବଲାଙ୍ଗୀର ଷ୍ଟେସନରୁ ଚୋରା ଚାଲାଣ କରାଯାଉଥିବା ପାରା ଗୁଡିକୁ ଉଦ୍ଧାର କରିବା ସହ ଢେଙ୍କାନାଳ ଅଞ୍ଚଳରୁ ଗଞ୍ଜେଈ ଚୋରାଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ରେଳୱାଇ ସୁରକ୍ଷାବଳ I

ସୂଚନା ଅନୁଯାୟୀ , ଶନିବାର ରେଳୱାଇ ସୁରକ୍ଷାବଳ ବଲାଙ୍ଗୀର ଷ୍ଟେସନଠାରେ ହାଓଡ଼ା-ଜଗଦଲପୁର ସମଲେଶ୍ବେରୀ ଏକ୍ସପ୍ରେସ ଟ୍ରେନର ସାଧାରଣ ଦ୍ଵିତୀୟ ଶ୍ରେଣୀ ବଗିରୁ ୭ଟି ଟୋକେଇରେ ବେଆଇନ ଭାବେ ଚାଲାଣ କରାଯାଉଥିବା ୫୫୦ ପାରାଙ୍କୁ ଉଦ୍ଧାର କରିବା ସହିତ ଏହି ଘଟଣାରେ ଜଣକୁ ଅଟକ ରଖିଥିଲା I ତେବେ ଉଭୟ ପାରା ଓ ଅଟକ ରଖିଥିବା ବ୍ୟକ୍ତିକୁ ବଲାଙ୍ଗୀର ଜିଲ୍ଲା ବନ ବିଭାଗକୁ ହସ୍ତାନ୍ତର କରାଯାଇଛି I

ଏପଟେ ଢେଙ୍କାନାଳ ଓ ଖୋର୍ଦ୍ଧା ସ୍ଥିତ ରେଳୱାଇ ସୁରକ୍ଷାବଳ କ୍ରାଇମ ଇଣ୍ଟେଲିଜେନ୍ସ ବିଭାଗ ଦ୍ବାରା ଢେଙ୍କାନାଳ ସ୍ଥିତ କୁଞ୍ଜକଣ୍ଟା ଠାରେ ଏକ ଦୋକାନ ଉପରେ ମିଳିତ ଚଢ଼ାଉ କରିଥିଲେ । ଏଥିରେ ଜଣକୁ ଗିରଫ କରିବା ସହ ଚାରି ବସ୍ତା (୧୬୦ କି.ଗ୍ରା.) ଗଞ୍ଜେଈ ଜବତ କରିଛି ରେଳୱାଇ ସୁରକ୍ଷାବଳ ।

ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ I

ପ୍ରକାଶ ଥାଉକି, ଗତ ଅଗଷ୍ଟ ୧୧ ତାରିଖ ଦିନ ଚଳନ୍ତା ହାୱଡ଼ା-ସମ୍ବଲପୁର ଏକ୍ସପ୍ରେସରୁ ଗଞ୍ଜେଇ ବସ୍ତା ଫୋପାଡିବା ଘଟଣାରେ ରେଳଧାରଣରେ କାର୍ଯ୍ୟକରୁଥିବା ତିନି ଜଣ ରେଳବାଇ କର୍ମଚାରୀ ଗୁରୁତର ଆହତ ହୋଇଥିଲେ I

ଏହି ଘଟଣାର ସୁରାକ ପାଇ ରେଳୱାଇ ସୁରକ୍ଷାବଳ ଢେଙ୍କାନାଳ ସ୍ଥିତ କୁଞ୍ଜକଣ୍ଟା ଠାରେ ଏକ ଦୋକାନ ଉପରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହିତ ଚାରି ବସ୍ତା ଗଞ୍ଜେଇ ଜବତ କରିଥିଲେ I

ଗିରଫ ବ୍ୟକ୍ତି ଏହି ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ କାରବାରର ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ଯିଏକି ନିଜ ସାନଭାଇ ସହାୟତାରେ ଏହି ବେଆଇନ ବ୍ୟବସାୟ କରିଥାଏ I ରେଳବାଇ ସୁରକ୍ଷାବଳ ଅଭିଯୁକ୍ତକୁ ଢେଙ୍କାନାଳ ସ୍ଥିତ ଏସଡ଼ିଜେଏମ କୋର୍ଟରେ ହଜାର କରାଯାଇଛି I

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଦୁଇଟି ପୃଥକ ଘଟଣାରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ଟ୍ରେନରେ ଚୋରାଚାଲାଣ କରାଯାଉଥିବା ୫୫୦ ଟି ପାରାଙ୍କୁ ବଲାଙ୍ଗୀର ଷ୍ଟେସନ ରୁ ଉଦ୍ଧାର କରିବା ସହିତ ଢେଙ୍କାନାଳ ଅଞ୍ଚଳରୁ ଗଞ୍ଜେଈ ଚୋରାଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି I
ବଲାଙ୍ଗୀର ଷ୍ଟେସନ ଠାରେ ରେଳବାଇ ସୁରକ୍ଷାବଳ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ର ସାଧାରଣ ଦ୍ଵିତୀୟ ଶ୍ରେଣୀ ବଗିରୁ ବେଆଇନ ଭାବେ ପରିବହନ କରାଯାଉଥିବା ୭ଟି ଟୋକେଇରେ ୫୫୦ ପାରାଙ୍କୁ ଉଦ୍ଧାର କରିବା ସହିତ ଜଣକୁ ଅଟକ ରଖିଛି I ଉଭୟ ପାରା ଓ ଅଟକ ରଖିଥିବା ବ୍ୟକ୍ତିକୁ ବଲାଙ୍ଗୀର ଜିଲ୍ଲା ବନ ବିଭାଗ କୁ ହସ୍ତାନ୍ତର କରାଯାଇଅଛି I

ଅନ୍ୟ ଘଟଣାରେ ଢେଙ୍କାନାଳ ସ୍ଥିତ ରେଳବାଇ ସୁରକ୍ଷାବଳ ଓ ଖୋର୍ଦ୍ଧା ସ୍ଥିତ ରେଳବାଇ ସୁରକ୍ଷାବଳ କ୍ରାଇମ ଇଣ୍ଟେଲଲିଜେନ୍ସ ବିଭାଗ ଦ୍ୱାରା ଢେଙ୍କାନାଳ ସ୍ଥିତ କୁଞ୍ଜକଣ୍ଟା ଠାରେ ଗୋଟିଏ ଦୋକାନ ଉପରେ ମିଳିତ ଚଢ଼ଉ କରାଯାଇ ଜଣକୁ ଗିରଫ କରିବା ସହିତ ଚାରି ବସ୍ତା (୧୬୦ କି.ଗ୍ରା.) ଗଞ୍ଜେଈ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ତାଙ୍କ ହେବ I          

ଏଠାରେ ଦର୍ଶାଯାଇପାରେ ଯେ ଗତ ୧୧ ତାରିଖ ଦିନ ଚଳନ୍ତା ହାଓଡ଼ା-ସମ୍ବଲପୁର ଏକ୍ସପ୍ରେସ ରୁ ଗଞ୍ଜେଈବସ୍ତା ଫୋପାଡିବା ଘଟଣାରେ ରେଳଧାରଣରେ କାର୍ଯ୍ୟକରୁଥିବା ତିନି ଜଣ ରେଳବାଇ କର୍ମଚାରୀ ଗୁରୁତର ଆହତ ହୋଇଥିଲେ I ଏହି ଘଟଣା ର ସୁରାକ ପାଇରେଳବାଇ ସୁରକ୍ଷାବଳ ଢେଙ୍କାନାଳ ସ୍ଥିତ କୁଞ୍ଜକଣ୍ଟା ଠାରେ ଏକ ଦୋକାନ ଉପରେ ଚଢ଼ଉ କରି ଜଣକୁ ଗିରଫ କରିବା ସହିତ ଚାରି ବସ୍ତା ଗଞ୍ଜେଈ ଜବତ କରିଥିଲେ I

ଗିରଫ ବ୍ୟକ୍ତି ଏହି ଅଞ୍ଚଳରେ ଗଞ୍ଜେଈ ଚୋରାଚାଲାଣ କାରବାର ର ମୁଖ୍ୟ ଅଭିଯୁକ୍ତ ଅଟନ୍ତି ଯିଏକି ନିଜ ସାନଭାଇ ସହାୟତାରେ ଏହି ବେଆଇନ ବ୍ୟବସାୟ କରିଥାଏ I ରେଳବାଇ ସୁରକ୍ଷାବଳ ଅଭିଯୁକ୍ତକୁ ଢେଙ୍କାନାଳ ସ୍ଥିତ ଏସଡ଼ିଜେଏମ କୋର୍ଟରେ ହଜାର କରାଇଛନ୍ତି IBody:ହହConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.