ଭୁବନେଶ୍ବର: ଭଡା ଘରେ ଗଞ୍ଜେଇ ଗୋଦାମ, ରାଜଧାନୀରେ ସ୍ପେଶାଲ ସ୍କ୍ବାଡର ଚଢାଉ । ବହୁ ପରିମାଣରେ ଗଞ୍ଜେଇ ଜବତ ସହ 5 ଜଣଙ୍କୁ ଗିରଫ କଲା ପୋଲିସ ।
ରାଜଧାନୀର ଘାଟିକିଆରେ ବେଧଡକ ଚାଲିଥିଲା ଗଞ୍ଜେଇ ଗୋଦାମ । କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଏକ ଭଡାଘରେ ଚାଲିଥିଲା ଗଞ୍ଜେଇ ଷ୍ଟକ । ଚଢାଉବେଳେ ପୋଲିସ ଏକ କ୍ବିଣ୍ଟାଲରୁ ଅଧିକ ପରିମାଣରେ ଗଞ୍ଜେଇ ଜବତ କରିଛି । ତିନି ମହିଳାଙ୍କ ସହ ଦୁଇ ପୁରୁଷଙ୍କୁ ଗିରଫ କରିଛି ପୋଲିସ।
ସୂଚନା ଅନୁସାରେ, ଫୁଲବାଣୀରୁ ଏଠାକୁ ଆସୁଥିଲା ପୁଳା ପୁଳା ଗଞ୍ଜେଇ । ଆଉ ଏଠାରୁ ହିଁ ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳକୁ କରାଯାଉଥିଲା ଚାଲାଣ । ଶେଷରେ ଭଡା ଘରେ ଚାଲିଥିବା ଗଞ୍ଜେଇ ଗୋଦାମକୁ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ