ETV Bharat / city

ଚର୍ଚ୍ଚାରେ ଗଙ୍ଗାଭାଇ ଗ୍ୟାରେଜ, ପୁରୁଣା ଗାଡିକୁ କରୁଛନ୍ତି ଚକାଚକ୍‌ - ପୁରୁଣା ଗାଡି ନେଇ ନୂଆ କରୁଛନ୍ତି ଗଙ୍ଗା ପଟ୍ଟନାୟକ

ଭାଙ୍ଗି ଯାଇଥିବା ପୁରୁଣା ଗାଡିକୁ ନୂଆ ରୂପ ଦେଇ ଚର୍ଚ୍ଚାରେ ଭୁବନେଶ୍ବରର ଗଙ୍ଗା ପଟ୍ଟନାୟକ । ଦୂର ଦୂରାନ୍ତକୁ ବ୍ୟାପିଲାଣି ଗଙ୍ଗା ଭାଇଙ୍କ କାରୁକାର୍ଯ୍ୟର କରାମତି । ଓଲିଉଡ ଷ୍ଟାର ମଧ୍ୟ ଗାଡି ମୋଡିଫାଏ ପାଇଁ ଗଙ୍ଗାଙ୍କ ପାଖକୁ ଆସୁଛନ୍ତି । ଅଧିକ ପଢନ୍ତୁ

ଚର୍ଚ୍ଚାରେ ଗଙ୍ଗାଭାଇ ଗ୍ୟାରେଜ, ପୁରୁଣା ଗାଡିକୁ କରୁଛନ୍ତି ଚକାଚକ୍‌

author img

By

Published : Feb 17, 2022, 8:25 PM IST

ଭୁବନେଶ୍ବର: ସୃଷ୍ଟିରେ ଯେପରି ଭିନ୍ନ ଭିନ୍ନ ପ୍ରାଣୀ, ସେପରି କଳା ଆଉ କାରିଗରୀ ମଧ୍ୟ ସଭିଁଙ୍କ ଭିନ୍ନ ଭିନ୍ନ । କିଏ କଞ୍ଚା କାଦୁଅରୁ ମୂର୍ତ୍ତି ଗଢେ, ତ ଆଉ କିଏ ଅଦରକାରୀ ଜିନିଷକୁ ଦରକାରୀ ବନାଏ । ଏପରି ଭାଙ୍ଗି ଯାଇଥିବା ପୁରୁଣା ଗାଡିକୁ ନୂଆ ରୂପ ଦେଇ ଚର୍ଚ୍ଚାରେ ଭୁବନେଶ୍ବରର ଗଙ୍ଗା ପଟ୍ଟନାୟକ । ଦୂର ଦୂରାନ୍ତକୁ ବ୍ୟାପିଲାଣି ଗଙ୍ଗା ଭାଇଙ୍କ କାରୁକାର୍ଯ୍ୟର କରାମତି ।

ଚର୍ଚ୍ଚାରେ ଗଙ୍ଗାଭାଇ ଗ୍ୟାରେଜ, ପୁରୁଣା ଗାଡିକୁ କରୁଛନ୍ତି ଚକାଚକ୍‌

ଯେତେ ପୁରୁଣା ଗାଡି ହେଉ ଅବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଗାଡି, ସବୁକୁ ଚକାଚକ୍ କରି ଦେଉଛନ୍ତି ଗଙ୍ଗା ଭାଇ । ଅତ୍ୟାଧୁନିକ ମାର୍କେଟରେ ସୁଲଭ ମୂଲ୍ୟରେ ନୂଆ ମୋଡିଫାୟାଡ ଗାଡି ପାଇ ଗ୍ରାହକ ବି ଖୁସ୍ । ପିଲାଟି ବେଳେ ସିନେମାରେ ଡିଜାଇନ୍ ଗାଡି ଦେଖି ଆକୃଷ୍ଟ ହୋଇଥିଲେ ଗଙ୍ଗା । ସେବେଠାରୁ ଭଙ୍ଗା-ଦଦରା ଜିନଷକୁ ଏକାଠି କରି ତିଆରି କରୁଥିଲେ ନୂଆ ଗାଡି । ଏହିପରି ୧୫ ବର୍ଷ ଧରି ନିରବଚ୍ଛିନ୍ନ ପ୍ରୟାସ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ ।

ଯେକୌଣସି କମ୍ପାନିର ପୁରୁଣା ଗାଡିକୁ ନିଜ ଜ୍ଞାନ କୌଶଳରେ ଦେଉଛନ୍ତି ନୂଆ ନୂଆ ରୂପ । ହିରୋ ହୋଣ୍ଡା ଗାଡିକୁ ବୁଲେଟରେ ଏବଂ ପଲସରକୁ KGF ବାଇକରେ ରୂପାନ୍ତର କରିପାରୁଛନ୍ତି ଗଙ୍ଗା । ବର୍ତ୍ତମାନ ସୁଦ୍ଧା ଏକ ହଜାରରୁ ଅଧିକ ଗାଡି ମୋଡିଫାଏଡ କରିସାରିଲେଣି ଗଙ୍ଗା । ପେଟ୍ରୋଲ ଦର ବୃଦ୍ଧି ପାଉଥିବାରୁ ଆଗକୁ ବ୍ୟାଟେରୀ ଚାଳିତ ଗାଡି ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ସେହିପରି ଯଦି, ତାଙ୍କ ପାଖକୁ ଗାଡି ତିଆରିର ଜ୍ଞାନକୌଶଳ ଶଖିବା ପାଇଁ କେହି ଆସନ୍ତି, ତେବେ ତାଙ୍କୁ ଶିକ୍ଷା ଦେବେ ବୋଲି କହିଛନ୍ତି ଗଙ୍ଗା । ଅନ୍ୟପଟେ ଗଙ୍ଗାଙ୍କ ଠାରୁ ପୁରୁଣା ଗାଡି ମୋଡିଫାଏ କରିବା ପାଇଁ ଓଲିଉଡ୍ ଷ୍ଟାର୍ ମଧ୍ୟ ଆସିଥାନ୍ତି । ସତରେ ପୁରୁଣାକୁ ନୂଆର ରୂପ ଦେବା ସାଙ୍ଗକୁ ଗଙ୍ଗା ଯେ, ବର୍ତ୍ତମାନର ଯୁବପିଢିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି କହିଲେ କିଛି ଭୁଲ୍ ହେବ ନାହିଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.