ଭୁବନେଶ୍ବର: ରାତି ପାହିଲେ ଗଣେଷ ପୂଜା। କିନ୍ତୁ ପୂଜାର ସେ ମାହୋଲ ନାହିଁ। ସବୁ ଆଡ ଖାଁ ଖାଁ, ଦୋକାନ ବଜାରରେ ଲୋକଙ୍କ ଭିଡ ଜମୁନାହିଁ। ଏଥର ଫିକା ପଡିଯାଇଛି ପୂଜା ବଜାର।
ସେମିତି ସ୍କୁଲ ମାନଙ୍କରେ ମଧ୍ୟ ତାଲା ଝୁଲୁଛି। ପିଲାଙ୍କ ଗହଳି ଚହଳି ନାହିଁ କି ପେଣ୍ଡାଲ ସଜ୍ଜା ହେଉନି। କୋରୋନା ପାଇଁ ସବୁ ବନ୍ଦ। ମହାମାରୀ ପାଇଁ ଏଥର ସ୍କୁଲରେ ହେବନି ଗଣେଶ ପୂଜା । ପିଲାମାନେ ଘରେ ରହି ବିଦ୍ୟାଦାତାଙ୍କୁ ପୂଜା କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ଯେହେତୁ ଏଥର କୋରୋନା କଟକଣା ପାଇଁ ସ୍କୁଲ ବନ୍ଦ ରହିଛି ତେଣୁ ପିଲାମାନେ ଘରେ ପୂଜା କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ପିଲାଙ୍କ ଗଣେଶ ପୂଜା ପ୍ରତି ଅତ୍ୟନ୍ତ ଆଗ୍ରହ ଥାଏ ହେଲେ ଭାଇରସ ପ୍ରକୋପ କମିନଥିବାରୁ ଏହାକୁ ବାରଣ କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ