ETV Bharat / city

ବାହାରିନରେ ଗଣେଶଙ୍କୁ ବିଦାୟ ଦେଲେ ଓଡିଆ ସମାଜ

author img

By

Published : Sep 19, 2021, 11:59 AM IST

Updated : Sep 19, 2021, 12:10 PM IST

ବାହାରିନରେ ଗଣେଶ ପୂଜା ପାଳନ କଲେ ସେଠାରେ ଥିବା ଓଡିଆ ସମାଜ । ଏକ ସପ୍ତାହ ଧରି ପୂଜାର୍ଚ୍ଚନା ଏବଂ ଆରତି କରିବା ପରେ ବିସର୍ଜନ କଲେ । ଅଧିକ ପଢନ୍ତୁ...

ବାହାରିନରେ ଗଣେଶଙ୍କୁ ବିଦାୟ ଦେଲେ ଓଡିଆ ସମାଜ
ବାହାରିନରେ ଗଣେଶଙ୍କୁ ବିଦାୟ ଦେଲେ ଓଡିଆ ସମାଜ

ଭୁବନେଶ୍ବର: ବାହାରିନରେ ଥିବା ଓଡ଼ିଆ ସମାଜର ସଦସ୍ୟମାନେ ରୀତି ନୀତି ଏବଂ ହର୍ଷ ଉଲ୍ଲାସ ସହ ମାଲକିଯା ବୀଚରେ ଣ୍ରୀଗଣେଶଙ୍କ ମୂର୍ତ୍ତି ବିସର୍ଜନ କରିଛନ୍ତି । ସମସ୍ତେ ଏକାଠୁ ହୋଇ ପ୍ରଭୁଙ୍କ ଆଳତୀ କରି ମଙ୍ଗଳକାମନା କରିଛନ୍ତି । ଏଥିସହ କୋଭିଡ ମହାମାରୀ କିପରି ଦୁନିଆରୁ ଲୋପ ହୋଇଯିବ ସେଥିପାଇଁ ମଧ୍ୟ କାମନା କରିଛନ୍ତି ।

ବାହାରିନରେ ଗଣେଶଙ୍କୁ ବିଦାୟ ଦେଲେ ଓଡିଆ ସମାଜ

ସବୁଠୁ ବଡ କଥା ହେଉଛିକି ବାହାରିନରେ ଥିବା ଓଡିଆ ଶ୍ରମିକମାନେ ପ୍ରଭୁଙ୍କୁ ମାସ୍କ ପିନ୍ଧାଇ ବିଦାୟ ଦେଇଛନ୍ତି । ସମସ୍ତଙ୍କ ଜୀବନ ପୁର୍ବ ଭଳି ସ୍ୱାଭାବିକ ହେଉ । ଭବିଷ୍ୟତରେ କାହାକୁ ଯେମିତି ମାସ୍କ ପିନ୍ଧିବାକୁ ନପଡୁ ସେଥିପାଇଁ ଏପରି କରିଛନ୍ତି । ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ଅରୁଣ ପ୍ରହରାଜଙ୍କ ବାସଭବନରେ ଶ୍ରୀଗଣେଶଙ୍କ ପୂଜା କରାଯାଇଥିଲା । ଭକ୍ତଗଣ ସବୁଦିନ ସନ୍ଧ୍ୟାରେ ବସି ଆରତି ଏବଂ ଭଜନ କୀର୍ତ୍ତନ କରୁଥିଲେ । ସମୂଦ୍ରରେ ବିସର୍ଜନ ପରେ ସଦସ୍ୟ ଗଣ ସେଠାରେ ପ୍ରସାଦ ଗ୍ରହଣ କରି ନିଜ ନିଜ ଘରକୁ ଫେରିଛନ୍ତି ।

ଡକ୍ଟର ଅରୁଣ କୁମାର ପ୍ରହରାଜ କହିଛନ୍ତି ଯେ, ଆମେ କୋଭିଡ୍ ନିୟମାବଳୀ ସହିତ କୌଣସି ସାଲିସ୍ ନକରି ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ପୂର୍ବକ ଆମର ସାଂସ୍କୃତିକ ମୂଲ୍ୟବୋଧକୁ ବଞ୍ଚାଇବାକୁ ଚେଷ୍ଟା କରିଛୁ । 'ବାହାରିନ୍‌ ହେଉଛି ପ୍ରେମ, ଶାନ୍ତି ଓ ସମନ୍ଵୟର ଦେଶ । ବାହାରିନ୍‌ ପରି ଏକ ଆଧୁନିକ, ଅଭିନବ ତଥା ପ୍ରଗତିଶୀଳ ରାଷ୍ଟ୍ରରେ ସମସ୍ତ ଧର୍ମର ଲୋକେ ଧାର୍ମିକ ସ୍ଵାଧୀନତା ଉପଭୋଗ କରନ୍ତି । ଏହି ସ୍ଵାଧୀନତା ବାହାରିନ୍‌ ପାଇଁ ବେଶ୍ ସ୍ଵତନ୍ତ୍ର ଏବଂ ଏହି ସ୍ଵାଧୀନତା ଉପରେ ବାହାରିନ୍‌ ରାଜାଙ୍କ ଆନ୍ତରିକ ବିଶ୍ଵାସ ଓ ପ୍ରତିବଦ୍ଧତା ପାଇଁ ଆମେ କୃତଜ୍ଞ ।'

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 19, 2021, 12:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.