ETV Bharat / city

ନୟାପଲ୍ଲୀରେ ଏଥର ଚାନ୍ଦି ପିନ୍ଧିବେ ମା’ ଲକ୍ଷ୍ମୀ - ନୟାପଲ୍ଲୀରେ ଲକ୍ଷ୍ମୀପୂଜା

ଗଜଲକ୍ଷ୍ମୀ ପୂଜା ପାଇଁ ରାଜଧାନୀରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବାବେଳେ ନୟାପଲ୍ଲୀ ଯୁବ ପରିଷଦ ଏଥିରେ ଅଗ୍ରଣୀ ଥିବା ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 11, 2019, 7:28 PM IST

ଭୁବନେଶ୍ବର: କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା । ମା ଦୁର୍ଗାଙ୍କ ଶାରଦୀୟ ଉତ୍ସବ ଶେଷ ହେବା ପରେ ଧନର ଦେବୀ ମା ଲକ୍ଷ୍ମୀଙ୍କ ଆବାହାନର ସମୟ ଆସିଛି । ଏଥିପାଇଁ ରାଜଧାନୀରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବାବେଳେ ନୟାପଲ୍ଲୀ ଯୁବ ପରିଷଦ ଏଥିରେ ଅଗ୍ରଣୀ ଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ପରିଷଦର 14 ତମ ପୂଜା ଆୟୋଜନ ହେବାକୁ ଯାଉଥିବାବେଳେ ପ୍ରଥମ ମଣ୍ଡପ ଭାବେ ନୟାପଲ୍ଲୀରେ ମା ଲକ୍ଷ୍ମୀଙ୍କ ଚାନ୍ଦି ମୁକୁଟ ଓ ଅଳଙ୍କାର ଲାଗି ହେବାକୁ ଯାଉଛି।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ସଭାପତି ନିଖିଳ କୁମାର ବଳବନ୍ତରାୟ କହିଛନ୍ତି କି, ଚଳିତଥର ପୂଜାକୁ ଆକର୍ଷଣୀୟ କରିବା ପାଇଁ ରାଜସ୍ଥାନ ମନ୍ଦିର ସଦୃଶ୍ୟ ତୋରଣ ନିର୍ମାଣ କରାଯାଉଥିବାବେଳେ 2କେଜି ଓଜନର ମାଙ୍କ ପାଇଁ ମୁକୁଟ ଓ ହାର ପ୍ରସ୍ତୁତ କରାଯାଉଛି।

ସେହିପରି ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହିତ ବୃକ୍ଷରୋପଣ କରାଯିବା ପାଇଁ ଯୋଜନା ହୋଇଥିବା ସେ କହିଛନ୍ତି । ଚଳିତବର୍ଷ 10 ରୁ 12 ଲକ୍ଷ ଟଙ୍କାର ବଜେଟ ଧାର୍ଯ୍ୟ ହୋଇଥିବା ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା ଜଣାପଡିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ମା ଦୁର୍ଗା ଙ୍କ ଶାରଦୀୟ ଉତ୍ସବ ଶେଷ ହେବା ପରେ ଧନ ର ଦେବୀ ମା ଲକ୍ଷ୍ମୀଙ୍କ ଆବାହାନ ର ସମୟ ଆସୁଛି।ଏଥିପାଇଁ ସାରା ରାଜଧାନୀରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବାବେଳେ ନୁଆପଲ୍ଲୀ ଯୁବ ପରିଷଦ ଏଥିରେ ଅଗ୍ରଣୀ ଥିବା ଦେଖିବାକୁ ମିଳିଛି।ଚଳିତ ବର୍ଷ ପରିଷଦ 14 ତମ ପୂଜା ଆୟୋଜନ କରିବାକୁ ଯାଉଥିବାବେଳେ ଭୁବନେଶ୍ୱରରେ ପ୍ରଥମ ମଣ୍ଡପ ଭାବେ ମା ଲକ୍ଷ୍ମୀଙ୍କଠାରେ ସୁନା ମୁକୁଟ ଓ ଅଳଙ୍କାର ଲାଗି କରିବ ବୋଲି ଜଣାପଡିଛି।

Body:ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ସଭାପତି ନିଖିଳ କୁମାର ବଲବନ୍ତରାୟ କହିଛନ୍ତି କି ଏଥର ପୂଜାକୁ ଆକର୍ଷଣୀୟ କରିବା ପାଇଁ ରାଜସ୍ଥାନର ମନ୍ଦିର ସୁଦୃଶ୍ୟ ତୋରଣ ନିର୍ମାଣ କରାଯାଉଥିବା ବେଳେ 2କେଜି ରୂପରେ ମାଙ୍କ ପାଇଁ ମୁକୁଟ ଓ ହାର ପ୍ରସ୍ତୁତି କରାଯାଉଛି।ସେହିପରି ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହିତ ବୃକ୍ଷ ରୋପଣ କରାଯିବା ପାଇଁ ଯୋଜନା ହୋଇଥିବା ସେ କହିଛନ୍ତି।
ଚଳିତବର୍ଷ 10 ରୁ 12 ଲକ୍ଷ ଟଙ୍କା ର ବଜେଟ ଏଥିପାଇଁ ହୋଇଥିବା ବେଳେ ଲୋକମାନଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିବା ଜଣାପଡିଛି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସମ୍ପାଦକ ଦୀପକ କୁମାର ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତରହି ବିଗତ ଦିନରେ ଅନୁଷ୍ଠାନ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।
ବାଇଟ-ନୁଆପଲ୍ଲୀ ଯୁବ ପତିଷଦ-ସଭାପତି-ନିଖିଳ କୁମାର ବଳବନ୍ତରାୟ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.