ETV Bharat / city

ଭୁବନେଶ୍ୱରରେ ଆୟୋଜିତ ହେଲା 35ତମ ସ୍ଵାଧୀନତା ସଂଗ୍ରାମ ମହୋତ୍ସବ - ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମ ଦିବସ

ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମ ପଡିଆରେ ଅନୁଷ୍ଠିତ ହୋଇଯାଇଛି ସ୍ୱାଧୀନତା ସଂଗ୍ରାମ ମହୋତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଣୀଲାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

ଭୁବନେଶ୍ୱରରେ ଆୟୋଜିତ ହେଲା 35 ତମ ସ୍ଵାଧୀନତା ସଂଗ୍ରାମ ମହୋତ୍ସ

author img

By

Published : Jan 2, 2022, 8:06 PM IST

ଭୁବନେଶ୍ବର: 35ତମ ସ୍ୱାଧୀନତା ସଂଗ୍ରାମ ମହୋତ୍ସବ ପାଳିତ ହୋଇଛି । ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମ ପଡିଆରେ ଅନୁଷ୍ଠିତ ହୋଇଯାଇଛି ସ୍ୱାଧୀନତା ସଂଗ୍ରାମ ମହୋତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଣୀଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।

ଭୁବନେଶ୍ୱରରେ ଆୟୋଜିତ ହେଲା 35 ତମ ସ୍ଵାଧୀନତା ସଂଗ୍ରାମ ମହୋତ୍ସବ

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମ ଦିବସକୁ ସ୍ବାଧୀନତା ସଂଗ୍ରାମ ମହୋତ୍ସବ ଦିବସ ଭାବରେ ପାଳନ କରାଯାଇଛି । ଉତ୍କଳ କେଶରୀ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ହରେକୃଷ୍ଣ ମହତାବ କର୍ମରେ ବିଶ୍ୱାସ କରୁଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଛନ୍ତି। ୩୫ତମ ସ୍ୱାଧୀନତା ସଂଗ୍ରାମ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟପାଳ। ଓଡିଶାର ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ କଥା ମନେ ପକାଇଥିଲେ । ଏହା ସହିତ ସ୍ୱାଧୀନତା ସଂଗ୍ରାମୀ ପଡିଆରେ ସହିଦ ସ୍ମାରକୀ ସ୍ତମ୍ଭକୁ ଉଦଘାଟନ କରିଥିଲେ। ଏହି ସ୍ତମ୍ଭ ସ୍ୱାଧୀନତା ଆନ୍ଦୋଳନର ଯେଉଁମାନେ ଅବଦାନ ଦେଇଛନ୍ତି ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏହି ସ୍ମାରକୀ ପ୍ରତିଷ୍ଠା କରାଯାଇଛି ।

ଅଗାମୀ ପିଢିକୁ ଏହା ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତାର ପ୍ରେରଣା ଯୋଗାଇବ। ଏହି ଅବସରରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି ଉଠିଥିଲା । ଆଗକୁ ଏହି ଦାବିକୁ ଜୋରଦାର କରାଯିବ ବୋଲି ମଞ୍ଚରେ ଉପସ୍ଥିତ ଥିବା ନେତୃବୃନ୍ଦ କହିଥିଲେ। ସେପଟେ କଂଗ୍ରେସ ବିଧାୟକ ଉକ୍ତ ପଡ଼ିଆରେ ଏକ ହଲ ନିର୍ମାଣ କରିବାକୁ ଦାବି କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.