ETV Bharat / city

‘ଚର୍ତୁଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଚିଲିକା ଉନ୍ନୟନ ପାଇଁ ସହାୟତା ଯୋଗାନ୍ତୁ’ - ଚିଲିକା ଉନ୍ନତି ପାଇଁ ଅର୍ଥ

ଚିଲିକାର ସୁରକ୍ଷା ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା । ଅଧିକ ପଢ଼ନ୍ତୁ...

ଚର୍ତୁଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଚିଲିକା ଉନ୍ନୟନ ପାଇଁ ସହାୟତା ଯୋଗାନ୍ତୁ: ଯୋଜନା ବୋର୍ଡ ଉପାଧ୍ୟକ୍ଷ

author img

By

Published : Aug 4, 2021, 7:43 AM IST

ଭୁବନେଶ୍ବର: ଚିଲିକାର ସୁରକ୍ଷା ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା । ଚର୍ତୁଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଚିଲିକା ଉନ୍ନୟନ ପାଇଁ ସହାୟତା ଯୋଗାନ୍ତୁ ବୋଲି ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାବି କରିଛନ୍ତି । ୧୯୯୧ ମସିହାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ହେବା ପରେ ଦଶମ ଅର୍ଥ କମିଶନ ୨୭ କୋଟି ଟଙ୍କା, ଏକାଦଶ ଅର୍ଥ କମିଶନ ୩୦ କୋଟି ଟଙ୍କା, ଦ୍ୱାଦଶ ଅର୍ଥ କମିଶନ ୩୦ କୋଟି ଟଙ୍କା ଏବଂ ତ୍ରୟୋଦଶ ଅର୍ଥ କମିଶନ ୫୦ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଥିଲେ ।

ଚର୍ତୁଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଚିଲିକା ଉନ୍ନୟନ ପାଇଁ ସହାୟତା ଯୋଗାନ୍ତୁ: ଯୋଜନା ବୋର୍ଡ ଉପାଧ୍ୟକ୍ଷ
ଚର୍ତୁଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଚିଲିକା ଉନ୍ନୟନ ପାଇଁ ସହାୟତା ଯୋଗାନ୍ତୁ: ଯୋଜନା ବୋର୍ଡ ଉପାଧ୍ୟକ୍ଷ
ଚର୍ତୁଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଚିଲିକା ଉନ୍ନୟନ ପାଇଁ ସହାୟତା ଯୋଗାନ୍ତୁ: ଯୋଜନା ବୋର୍ଡ ଉପାଧ୍ୟକ୍ଷ
ଚର୍ତୁଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଚିଲିକା ଉନ୍ନୟନ ପାଇଁ ସହାୟତା ଯୋଗାନ୍ତୁ: ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଚିଲିକା ହ୍ରଦର ସୁରକ୍ଷା, ପର୍ଯ୍ୟାବରଣ ସନ୍ତୁଳନ, ମତ୍ସ୍ୟଜୀବୀଙ୍କ ଜୀବନଜୀବିକା, ଚିଲିକା ଉପରେ ନିର୍ଭର କରୁଥିବା ଅଧିବାସୀଙ୍କର ପାରିପାଶ୍ୱର୍କ ଓ ସମନ୍ୱିତ ବିକାଶ ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ୩୦ ବର୍ଷ ଧରି ବହୁ ପଦକ୍ଷେପ ନେଇଛନ୍ତି । ଚତୁର୍ଦଶ ଅର୍ଥ କମିଶନଙ୍କ ନିକଟରେ ସମନ୍ୱିତ ଉପକୂଳ ପରିଚାଳନା ଓ ଚିଲିକାର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୦ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଥିଲା ।

ଠିକ୍‌ ସେହିଭଳି ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ ଚିଲିକା ହ୍ରଦର ସୁରକ୍ଷା ଏବଂ ସମନ୍ୱିତ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖରେ ୫୨୦ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏ ଦିଗରେ ରାଜ୍ୟର ଦାବିକୁ ଗୁରୁତ୍ୱ ନଦେବା ଫଳରେ ଏକ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବୈଠକରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ କହିଛନ୍ତି ।

ଚିଲିକା ଏସିଆ ମହାଦେଶର ସର୍ବବୃହତ ଖାରିଜଳ ହ୍ରଦ । ଚିଲିକା ହ୍ରଦ ପୂର୍ବତଟର କେବଳ ସର୍ବବୃହତ୍‌ ଜଳଉତ୍ସ ନୁହେଁ, ଭାରତୀୟ ଉପମହାଦେଶର ଏକ ବିଶାଳ ଆର୍ଦ୍ରଭୂମି ତଥା ପ୍ରାକୃତିକ ସଂପଦ । ଏହାର ସୁରକ୍ଷା ପାଇଁ ୧୯୯୧ ମସିହାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ହେବା ସହ ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଓସିନୋଲୋଜି ଓ ଆଇଆଇଟି ଖଡଗପୁର ଏହାର ପର୍ଯ୍ୟାବରଣ ଓ ଇକୋସିଷ୍ଟମର ସୁରକ୍ଷା ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏହି ରିପୋର୍ଟ ଆଧାରରେ ଆଜି ପର୍ଯ୍ୟନ୍ତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଜରିଆରେ ଚିଲିକାର ସମନ୍ୱିତ ବିକାଶ ଓ ଚିଲିକା ଜୈବବିବିଧତାର ସୁରକ୍ଷା ଏବଂ ଚିଲିକାକୁ ଆଧାର କରି ବଞ୍ଚୁଥିବା ଅଧିବାସୀମାନଙ୍କର ଜୀବନଜୀବିକାର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛି ।

ଆଗାମୀ ଦିନରେ ଚିଲିକା ଭଳି ଦେଶର ପ୍ରାକୃତିକ ସଂପଦକୁ ସୁରକ୍ଷିତ ରଖାଯିବ ସେଥିପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି । ଚିଲିକାକୁ ସଂଯୋଗ କରୁଥିବା ୪ଟି ନଦୀ ସମୂହ ଦୟା, ଭାର୍ଗବୀ, ଲୁଣା ଓ ରନିଚିରା ଦ୍ୱାରା ବଡ଼ଗୋଠ ଠାରୁ ସାତପଡ଼ା ପର୍ଯ୍ୟନ୍ତ ପୋତି ହୋଇ ପଡ଼ିଥିବା ମୁହାଣ, ସାତପଡ଼ାଠାରୁ ଗମୁଣ୍ଡିଆ ପର୍ଯ୍ୟନ୍ତ ଫେରି ଚ୍ୟାନେଲ୍‌, ସିପକୁଦା ଠାରୁ ବାଲୁଗାଁ ଆଉଟର ଚ୍ୟାନେଲ୍‌ର ପରିଚାଳନା ସହିତ ବିଭିନ୍ନ ଗାଁରେ ଆବଶ୍ୟକ ହେଉଥିବା ମତ୍ସ୍ୟ ଅବତରଣ ଜେଟି, ସହିତ ପାରିପାର୍ଶ୍ବିକ ଉନ୍ନୟନ କାମକୁ ଆଗେଇ ନେବା ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବୈଠକରେ ଦାବି ରଖିଛନ୍ତି ।

୩୦ ବର୍ଷ ଧରି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଭଳି ପ୍ରତିଷ୍ଠିତ ସଂସ୍ଥାରେ ଦୈନିକ ମଜୁରୀ, ଠିକା ନିଯୁକ୍ତି ସଂସ୍ଥା ମାଧ୍ୟମରେ କାମ କରୁଥିବା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ବେତନ ବୃଦ୍ଧି ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାବି ରଖିଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ଚିଲିକାର ସମସ୍ତ ଲିଡ୍‌ ଚ୍ୟାନେଲର ସୁରକ୍ଷା ପର୍ଯ୍ୟାବରଣର ସୁରକ୍ଷା ଏବଂ ପାରିପାଶ୍ୱର୍କ ଉନ୍ନୟନ କାମ ହାତକୁ ନେବା ପାଇଁ ତୁରନ୍ତ ଏକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟ ହସ୍ତଗତ ହେଲା ପରେ ଏହା ଉପରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବୈଠକରେ ମତ ଦେଇଛନ୍ତି । ଉନ୍ନୟନ କମିଶନର ପ୍ରଦୀପ ଜେନା ଚିଲିକା ଆଉଟର ଫଲକୁ କେତେ ପରିମାଣର ପଟୁମାଟି ଚିଲିକା ଭିତରକୁ ପ୍ରବେଶ କରୁଛି ତା’ଉପରେ ଏକ ଆକଳନ କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗକୁ ପରାମର୍ଶ ଦେବା ସହ ଚିଲିକାର ସୁରକ୍ଷା ପାଇଁ ଗୁରୁତ୍ୱ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.